ETV Bharat / state

ରାଜ୍ୟରେ ସୁଧୁରୁଛି ନଦୀଜଳ ପ୍ରଦୂଷଣ ସ୍ଥିତି, ୬ନଦୀ ଜଳ ଏବେବି ପ୍ରଦୂଷିତ

author img

By

Published : Mar 7, 2023, 5:46 PM IST

ନଦୀଜଳ ପ୍ରଦୂଷଣ ସ୍ଥିତି ସାରା ଦେଶରେ ଚିନ୍ତାଜନକ ରହିଛି। ରାଜ୍ୟରେ ୧୯ଟି ନଦୀରୁ ୧୩ଟି ନଦୀ ଏବେ ପ୍ରଦୂଷଣ ମୁକ୍ତ ହୋଇଛି। ବାକି ୬ଟି ନଦୀ ଖୁବ ଶୀଘ୍ର ପ୍ରଦୂଷଣ ମୁକ୍ତ କରାଯିବ। ଅଧିକ ପଢନ୍ତୁ

River water pollution situation
River water pollution situation
River water pollution situation

ଭୁବନେଶ୍ବର: ରାଜ୍ୟରେ ନଦୀଜଳ ପ୍ରଦୂଷଣ ସ୍ଥିତିରେ ଅନେକ ସୁଧାର ଆସିଛି । ଆଜିର ଦିନରେ ରାଜ୍ୟରେ 19ଟି ନଦୀ ମଧ୍ୟରୁ 13ଟି ନଦୀର ଜଳ ପ୍ରଦୂଷଣ ମୁକ୍ତ ହୋଇଛି । ବାକି ୬ ଟି ନଦୀର ଜଳ ପ୍ରଦୂଷିତ ଥିଲେ ମଧ୍ୟ ତାହା ଚିନ୍ତାଜନକ ନାହିଁ । ତେବେ ଏହି ୬ ଟି ନଦୀଗୁଡ଼ିକ ହେଲା ଭୁବନେଶ୍ଵରର ଗଙ୍ଗୁଆ ନାଳ, ନହରକଣ୍ଟା ଠାରୁ କଣାସ ମଧ୍ୟରେ ଥିବା ଦୟାନଦୀ, କଟକର କାଠଯୋଡି , ରାଉରକେଲା ଠାରେ ବ୍ରାହ୍ମଣୀ ନଦୀ, ଗୋଲାସାହି ଠାରେ ଥିବା ମଙ୍ଗଳା ନଦୀ ଏବଂ ସେରୁଆ ଗୁଡ଼ିକର ନଦୀଜଳ ପ୍ରଦୂଷିତ ଥିଲେ ମଧ୍ୟ ଏତେ ଚିନ୍ତାଜନକ ନୁହେଁ। ତଥାପି ନଦୀ ଜଳକୁ ପ୍ରଦୂଷଣ ରୁ ମୁକ୍ତ କରିବା ଲାଗି ଜଳସମ୍ପଦ ବିଭାଗ , ନଗର ଉନ୍ନୟନ ବିଭାଗ , ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପଞ୍ଚାୟତିରାଜ ବିଭାଗ ଆଦିର ସମନ୍ବୟ ରକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡଃ କେ. ମୁରୂଗେସନ ।

ଡଃ କେ. ମୁରୂଗେସନ ଆହୁରି କହିଛନ୍ତି ଯେ , ନଦୀ ଜଳ ପ୍ରଦୂଷଣ ହେବାରେ ମୁଖ୍ୟତଃ କାରଣ ସହରରୁ ନିର୍ଗତ ବର୍ଜ୍ୟବସ୍ତୁକୁ ନଦୀରେ ଛଡା ଯାଉଥିବାରୁ ନଦୀଜଳ ପ୍ରଦୂଷିତ ହେଉଥିବା ଜଣାପଡିଛି। ଏଥିପାଇଁ ସହରର ବିଭିନ୍ନ ଶିଳ୍ପ ସଂସ୍ଥା ଓ ବର୍ଜ୍ୟଜଳକୁ ନଦୀ ଓ ନାଳରେ ନ ଛାଡିବାକୁ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ସହିତ ଅନେକ ସମୟରେ ନଦୀଜଳକୁ ସ୍ବଚ୍ଛ ରଖିବାକୁ ହେଲେ ନିୟମିତ ଭାବରେ ନାଳରେ ବା ନଦୀରେ ପାଣି ଛାଡିବାକୁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ ଭାବରେ ନଦୀ କୂଳରେ ଥିବା ସହରଗୁଡ଼ିକରେ ବିଭିନ୍ନ ଯୋଜନା ଓ ସଚେତନତା କରାଯାଇ ନଦୀ ଜଳକୁ କିଭଳି ଭାବରେ ହ୍ରାସ କରାଯିବ ସେନେଇ କାର୍ଯ୍ୟ କରାଯାଉଛି। ଯେମିତି କି କଟକ ଭୁବନେଶ୍ୱର ରାଉରକେଲା ଓ ସମ୍ବଲପୁର ଆଦି ସହର ରହିଛି।

ଯାହାକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହ ଓଡିଶାକୁ ଏ କ୍ଷେତ୍ରରେ ମଡେଲ ବୋଲି ଦର୍ଶାଇଛନ୍ତି। ଏହି ମଡେଲକୁ ଦେଖିବାକୁ ପୂର୍ବରୁ ପଞ୍ଜାବରୁ ସ୍ବତନ୍ତ୍ର ଟିମ ଆସିଛନ୍ତି। ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବାକୁ ଉତ୍ତରପ୍ରଦେଶ ଓ ଅରୁଣାଚଳ ପ୍ରଦେଶରୁ ଟିମ୍ ଆସୁଛନ୍ତି । ଆବଶ୍ୟକ ପଦକ୍ଷେପ ଗ୍ରହଣ ପରେ ରାଜ୍ୟରେ ପ୍ରଦୂଷିତ ତାଲିକାରେ ଥିବା ସମସ୍ତ ୬ ଟି ନଦୀର ସ୍ଥିତିରେ ସୁଧାର ଆସିବ ବୋଲି ଆଶା ରଖିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଡଃ କେ. ମୁରୁଗେସନ। ପ୍ରକାଶ ଯୋଗ୍ୟ, ୨୦୧୮ ମସିହାରେ ରାଜ୍ୟର ମୋଟ ୧୯ ଟି ନଦୀରେ ପ୍ରଦୂଷଣ ଥିଲା। ତେବେ ଏନେଇ ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଥିଲା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର କମିଟି ଗଠନ କରାଯାଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.