ETV Bharat / state

ଉଚ୍ଚଶିକ୍ଷା ନୁହେଁ, ବୈଷୟିକ ଶିକ୍ଷା ପାଲଟିଛି ପିଲାଙ୍କ ପ୍ରଥମ ପସନ୍ଦ: ଶିକ୍ଷାବିତ୍ - skill based education

ଉଚ୍ଚ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମୁଥିବାରୁ ଯୁକ୍ତ ୩ ପାଠ୍ୟକ୍ରମରେ ସିଟ୍ ଖାଲି ରହିଛି । ଉଚ୍ଚଶିକ୍ଷା ବିଭାଗ ପୁଣି ଥରେ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ ଆରମ୍ଭ କରିଛି । ଅଧିକ ପଢନ୍ତୁ

phase 3 admission for ug courses
ତୃତୀୟ ପର୍ଯ୍ୟାୟ ନାମଲେଖା
author img

By ETV Bharat Odisha Team

Published : Nov 2, 2023, 9:25 PM IST

ତୃତୀୟ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ବର: ରାଜ୍ୟରେ ଯୁକ୍ତ ୩ ପାଠ୍ୟକ୍ରମରେ ସିଟ୍ ଖାଲି ରହିଛି । ଉଚ୍ଚଶିକ୍ଷା ବିଭାଗ ପୁଣି ଥରେ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ ଆରମ୍ଭ କରିଛି । ନଭେମ୍ବର 4 ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବାବେଳେ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ କରିପାରିବେ । ତେବେ ଉଚ୍ଚ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମୁଥିବା ଦେଖିବାକୁ ମିଳୁଛି । ବୈଷୟିକ ଶିକ୍ଷା ପ୍ରତି ବଢୁଛି ଛାତ୍ରୀମାନଙ୍କ ଆଗ୍ରହ । ଏପଟେ ପାଠପଢା ଶେଷ ହେବା ପରେ ଚାକିରି ଆଶାରେ ରହୁଛନ୍ତି ହଜାର ହଜାର ଛାତ୍ରଛାତ୍ରୀ ।

ପୂର୍ବରୁ ପାରମ୍ପରିକ ଶିକ୍ଷା ପ୍ରଣାଳୀକୁ ଛାତ୍ରଛାତ୍ରୀ ମାନେ ଆପଣାଉଥିଲେ । ଦଶମ ଶ୍ରେଣୀ ପାସ ପରେ ଯୁକ୍ତ ୨, ଯୁକ୍ତ ୩ ଏବଂ ପିଜି ପାଠ୍ୟକ୍ରମକୁ ଆପଣାଉଥିଲେ । କିନ୍ତୁ ଏବେ ତାହା ଦେଖିବାକୁ ମିଳୁନାହିଁ । ତାହା ସମ୍ପୂର୍ଣ୍ଣ ଭାବରେ ବର୍ତ୍ତମାନ ବଦଳି ଯାଇଛି । ପାଠପଢା ଶେଷ ହେବା ପରେ ଚାକିରି ନିଯୁକ୍ତି ପାଇଁ ବଳାଉଛନ୍ତି ଯୁବପିଢି । ଫଳରେ ପାରମ୍ପରିକ ଉଚ୍ଚଶିକ୍ଷାରୁ ଯୁବପିଢିମାନେ ମୁହଁ ଫେରାଇବାକୁ ଲାଗିଲେଣି । ଯାହାକୁ ନେଇ ଚଳିତ ବର୍ଷ ଯୁକ୍ତ ତିନି ଏବ ପିଜି ପାଠ୍ୟକ୍ରମରେ ପାଖାପାଖି ଭାବରେ 90 ହଜାରରୁ ଅଧିକ ସିଟ ଖାଲି ପଡିଥିବା ଜଣାପଡିଛି ।

ସାମ୍ସ ତଥ୍ୟ ଅନୁଯାୟୀ, ଯୁକ୍ତ ୩ ପାଇଁ ରାଜ୍ୟରେ ରହିଛି 1 ହଜାର 47ଟି କଲେଜ । ଏହି କଲେଜ ଗୁଡିକରେ ରହିଛି 2 ଲକ୍ଷ 71 ହଜାର 91ଟି ସିଟ । ଏପର୍ଯ୍ୟନ୍ତ ନାମ ଲେଖାଇଛନ୍ତି 1 ଲକ୍ଷ 87 ହଜାର 138 ଜଣ ଛାତ୍ରଛାତ୍ରୀ । ଆଉ ଖାଲି ପଡିଛି 83 ହଜାର 953ଟି ସିଟ୍ । ସେହିଭଳି ଭାବରେ 110ଟି ଶିକ୍ଷାନୁଷ୍ଠାନରେ ରହିଛି 27 ହଜାର 816ଟି ପିଜି ପାଠ୍ୟକ୍ରମର ସିଟ୍ । ଏଥିରେ ପ୍ରାୟ 10 ହଜାର ସିଟ୍ ଖାଲି ପଡିଛି । ଏପଟେ କିନ୍ତୁ ବିଏଡ ଓ ଏମଏଡ ପାଇଁ 28ଟି ଶିକ୍ଷାନୁଷ୍ଠାନରେ ରହିଛି 2 ହଜାର 350ଟି ସିଟ୍ । ତେବେ ଏହି ପାଠ୍ୟକ୍ରମରେ ପ୍ରାୟ 90 ପ୍ରତିଶତ ସିଟ୍ ପୂରଣ ହୋଇଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ...ବିଦେଶରେ ପାଠପଢ଼ାକୁ ନେଇ କର୍ମଶାଳା: ମେଡିକାଲ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ବଢ଼ିଲା ଉତ୍କଣ୍ଠା

ଏନେଇ ଶିକ୍ଷାବିତ୍ ଆର ଏନ ପଣ୍ଡା କହିଛନ୍ତି,"ଯେଉଁ ଛାତ୍ରଛାତ୍ରୀଙ୍କ ଆର୍ଥିକ ଅବସ୍ଥା ଭଲ ନାହିଁ ସେମାନେ ITI ଏବଂ ଡିପ୍ଲୋମା ଭଳି ପାଠ୍ୟକ୍ରମକୁ ଆପଣାଉଛନ୍ତି । ଯାହା ଫଳରେ ଏହି ପାଠ ପଢିବା ଦ୍ଵାରା କୌଣସି ନା କୌଣସି ସ୍ଥାନରେ ଚାକିରି ପାଉଛନ୍ତି । ତେଣୁ ଉଚ୍ଚଶିକ୍ଷା ନକରି ଅଧାରୁ ପାଠ୍ୟକ୍ରମ ଚୟନ କରୁଛନ୍ତି ଛାତ୍ରଛାତ୍ରୀ ।" ସେପଟେ ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, "ଯୁକ୍ତ 3 ପାଠ ପଢିବା ପରେ ଓଡିଶାରେ ଚାକିରି ମିଳିବାର ସମ୍ଭାବନା କମ୍ ରହୁଛି ।"

"ଚାକିରି ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡିଥାଏ । ଅନେକ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ବାହାରକୁ ଛାଡିବାକୁ ରାଜି ହୁଅନ୍ତି ନାହିଁ । ତେଣୁ ଯୁକ୍ତ ୨ ପରେ ଆଇଟିଆଇ ଏବଂ ଅନ୍ଯାନ୍ଯ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଆଗ୍ରହ ପ୍ରକାଶ କରିଥାନ୍ତି ଛାତ୍ରଛାତ୍ରୀ । ଯାହା ଫଳରେ ପାଠ୍ୟକ୍ରମ ପରେ ସେମାନେ ରୋଜଗାର ପାଇବାକୁ ସଫଳ ହେଉଛନ୍ତି" ବୋଲି କହିଛନ୍ତି ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.