ETV Bharat / state

ଖୋର୍ଦ୍ଧା ବିଧାନସଭା ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ - ଖୋର୍ଦ୍ଧା ବିଧାନସଭା ମଣ୍ଡଳୀ ଉନ୍ନୟନ କମିଟି ବୈଠକ

ଖୋର୍ଦ୍ଧାରେ ଅନୁଷ୍ଠିତ ବିଧାନସଭା ଉନ୍ନୟନ କମିଟି ବୈଠକର ସମୀକ୍ଷା କଲେ ଅତିରିକ୍ତ ଜିଲ୍ଲାପାଳ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Sep 17, 2022, 1:49 PM IST

ଖୋର୍ଦ୍ଧା: ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର( MLA Jyotirindra Nath Mitra)ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ବିଧାନସଭା ଉନ୍ନୟନ କମିଟି ବୈଠକ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ଯୋଗ ଦେଇ ବିଧାନସଭା ନିର୍ବାଚନ ମଣ୍ତଳୀରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।

ଖୋର୍ଦ୍ଧା ବିଧାନସଭା ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ଉଦ୍ଭିଦ୍ଦ ବିଜ୍ଞାନ, ପ୍ରାଣୀ ଓ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବା ନେଇ ବିଧାୟକ ଖୁସିବ୍ୟକ୍ତ କହିଥିବା ବେଳେ ମହାବିଦ୍ୟାଳୟର ଛାତ୍ରାବାସ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଥିଲେ । ସେହିଭଳି ଏମ୍ଏଲଏ ଲ୍ୟାଡ ଅନୁଦାନରେ ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ପ୍ରକୋଷ୍ଠ, ଅମ୍ଲଜାନ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା । ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, କୃଷି, ଉଦ୍ୟାନକୃଷି, ବୟନ, ସାଧାରଣ ବଣ୍ଟନ, ସାମାଜିକ ସୁରକ୍ଷା, ଖାଦ୍ୟ ନିରାପତ୍ତା, ନୂତନ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣ, ବିଭିନ୍ନ ପ୍ରକଳ୍ପର ସଂପ୍ରସାରଣ ନିମନ୍ତେ ଜମି ଯୋଗାଣ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ବିଜେଡିରେ ମିଶିଲେ ସୁନାବେଡା ପୌରାଧ୍ୟକ୍ଷ ରାଜେନ୍ଦ୍ର ପାତ୍ର

ଅନ୍ୟପକ୍ଷରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଖୋର୍ଦ୍ଧା ବ୍ଲକର ୧୪ଟି ଓ ଟାଙ୍ଗିର ୧୩ଟି ହାଇସ୍କୁଲକୁ ୫-ଟି ମାଧ୍ୟମରେ ରୂପାନ୍ତରଣ କରାଯାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଖୋର୍ଦ୍ଧାର ଅନ୍ୟ ୧୦ଟି ଓ ଟାଙ୍ଗୀର ୯ଟି ବିଦ୍ୟାଳୟକୁ ରୂପାନ୍ତର କରିବାକୁ ପ୍ରସ୍ତାବ ରହିଥିବା ନେଇ ବୈଠକରେ ସୂଚନା ଦିଆଯାଇଥିଲା । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଯୋଜନା ବିଭାଗ ଉପନିର୍ଦ୍ଦେଶକ ଶଙ୍କର ବେହେରା, ଖୋରଧା ବିଡିଓ କ୍ଷିରାବ୍ଧି ତନୟା ସାହୁ, ତହସିଲଦାର ଇପସିତ ସାହୁ, ଟାଙ୍ଗି ବିଡିଓ ସୁଶ୍ରୀ ଐଶ୍ବର୍ଯ୍ୟା ସାମନ୍ତରାୟ , ସ୍ଥାନୀୟ ଲୋକ ପ୍ରତିନିଧି, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ,ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.