ETV Bharat / state

କୋଟିଆ ପାଇଁ କାନ୍ଦୁଥିଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁ ବିଜେପି ସରକାର: ରାଜସ୍ବ ମନ୍ତ୍ରୀ - ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ

କୋଟିଆ ବିବାଦକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦାୟିତ୍ବ ଦୁଇ ରାଜ୍ୟକୁ ଡାକି ସମସ୍ୟାର ସମାଧାନ କରିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛନ୍ତି ପ୍ରମିଳା ମଲ୍ଲିକ । ଅଧିକ ପଢନ୍ତୁ

କୋଟିଆ ପାଇଁ କାନ୍ଦୁଥିଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁ ବିଜେପି ସରକାର: ରାଜସ୍ବ ମନ୍ତ୍ରୀ

author img

By

Published : May 3, 2023, 10:54 PM IST

କୋଟିଆ ପାଇଁ କାନ୍ଦୁଥିଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁ ବିଜେପି ସରକାର: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: କୋଟିଆ ସୀମା ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ମାସେ ମହଲତ ଦେଇଛି ରାଜ୍ୟ ବିଜେପି । ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା କରି କୋଟିଆ ସମସ୍ୟାର ସମାଧାନ କରିବାକୁ ସମୟ ଦେଇଛି ଦଳ । ନଚେତ ରାଜ୍ୟବ୍ୟାପୀ 'ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଗାଦି ଛାଡ଼' ଆନ୍ଦୋଳନ କରିବ ବିଜେପି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । କୋଟିଆ ପାଇଁ ଯଦି ବିଜେପି କାନ୍ଦୁଛି, ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କେନ୍ଦ୍ର ସରକାର ତୁରନ୍ତ କାର୍ଯ୍ୟକାରୀ କରନ୍ତୁ ବୋଲି ପ୍ରମିଳା କହିଛନ୍ତି ।

ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, "ସୁପ୍ରିମକୋର୍ଟ ଦୁଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦାୟିତ୍ବ ଦୁଇ ରାଜ୍ୟକୁ ଡାକି ସମସ୍ୟାର ସମାଧାନ କରିବା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ କରିବାକୁ ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଯଦି ସେମାନେ କାର୍ଯ୍ୟକାରୀ ନକରିବେ, ତାହାଲେ ନିଜ ଦଳର ପ୍ରଚାର ପ୍ରସାର ପାଇଁ ଏମିତି କରୁଥିବେ । ପ୍ରକୃତରେ ସେମାନେ କୋଟିଆ ପାଇଁ କାନ୍ଦୁନାହାନ୍ତି । ଯଦି କୋଟିଆ ପାଇଁ କାନ୍ଦୁଥାଆନ୍ତେ ସେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରନ୍ତେ । ଉଭୟ ରାଜ୍ୟକୁ ଡାକି ସୀମା ନିର୍ଦ୍ଧାରଣ ଅଡ଼ୁଆ ତୁଟାନ୍ତେ ।"

ଆନ୍ଧ୍ରପ୍ରଦେଶ ଅଧିକାରୀ ଦୋରାତ୍ମ୍ୟ ଚଳାନ୍ତୁ । କିଛି ଯାଏ ଆସେ ନାହିଁ । ରାଜ୍ୟ ତରଫରୁ ଆମେ ଗୋଟିଏ ଅଞ୍ଚଳର ସାଧାରଣ ଲୋକଙ୍କ ପାଇଁ ଯାହା କରିବା କଥା ସମସ୍ତ କାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ରାସ୍ତାଘାଟ, ସ୍କୁଲ, ପାଣି, ବିଜୁଳି ସମସ୍ତ କାର୍ଯ୍ୟକ୍ରମ ରାଜ୍ୟ ସରକାର କରିଛନ୍ତି । ରାଜ୍ୟ ପକ୍ଷରୁ ନିର୍ବାଚନ ଆୟୋଜନ ହୋଇଛି । ପଞ୍ଚାୟତରେ ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ ମଧ୍ୟ ଅଛନ୍ତି । ରାଜ୍ୟ ସରକାର କୋଟିଆବାସୀଙ୍କ ଲାଗି ଯାହା କରିବା କଥା ତାହା କରିଛନ୍ତି । ବିରୋଧୀ କଥା କହୁଛନ୍ତି, ଆମେ କାମ କରିଛୁ । ବିରୋଧୀ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । କେନ୍ଦ୍ର ସରକାର ସମାଧାନ ନ କରି କେନ୍ଦ୍ରମନ୍ତ୍ରୀ ଶସ୍ତା ମନ୍ତବ୍ୟ ଦେଇଦେଲେ, ଯଦି କେହି ହଟି ଯାଆନ୍ତେ । ତାହେଲେ ଆଇନ, କାନୁନ, କଚେରୀ ବ୍ୟବସ୍ଥା କାହିଁକି ଅଛି ? ଆଇନ କାନୁନ ବ୍ୟବସ୍ଥା ଭିତରେ ଆମ ସମସ୍ତଙ୍କୁ ଯିବାକୁ ପଡ଼ିବ । ଆଜି ପ୍ରେସମିଟ କରି ଭାରତୀୟ ଜନତା ପାର୍ଟି କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା । ଯାହାର ଜବାବ ରଖିଛନ୍ତି ରାଜସ୍ବ ମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.