ETV Bharat / state

ପ୍ରକାଶ ପାଇଛି ବୋଲଗଡ ବ୍ଲକ ଉପନିର୍ବାଚନ ଫଳାଫଳ

author img

By

Published : Dec 23, 2020, 10:25 PM IST

ବୋଲଗଡ ବ୍ଲକ ଅସରଳା ଦଳ ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଓ ୪ ନଂ ୱାର୍ଡ଼ର ୱାର୍ଡ ସଭ୍ୟ ପଦବୀ ପାଇଁ ମଙ୍ଗଳବାର ହୋଇଥିବା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଅଧିକ ପଢନ୍ତୁ...

ପ୍ରକାଶ ପାଇଛି ବୋଲଗଡ ବ୍ଲକ ଉପନିର୍ବାଚନ ଫଳାଫଳ
ପ୍ରକାଶ ପାଇଛି ବୋଲଗଡ ବ୍ଲକ ଉପନିର୍ବାଚନ ଫଳାଫଳ

ଖୋର୍ଦ୍ଧା : ବୋଲଗଡ ବ୍ଳକ ଅସରଳା ଦଳ ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଓ ୪ ନଂ ୱାର୍ଡ଼ର ୱାର୍ଡ ସଭ୍ୟ ପଦବୀ ପାଇଁ ମଙ୍ଗଳବାର ହୋଇଥିବା ଉପନିର୍ବାଚନର ଫଳାଫଳ ପାଇଁ ଆଜି(ବୁଧବାର) ବ୍ଳକ କାର୍ଯ୍ୟାଳୟ ଠାରେ ଭୋଟ ଗଣତି ଅନୁଷ୍ଠିତ ହୋଇଥିଲା । ବ୍ଳକ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମିତିସଭ୍ୟା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ମଞ୍ଜୁଲତା ବରାଡ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ନିରୂପମା ପାଣ୍ଡେଙ୍କ ଠାରୁ ୬୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ମଞ୍ଜୁଲତା ବରାଡ ୧୦୪୭ ଭୋଟ ପାଇଥିବା ବେଳେ ନିରୂପମା ପାଣ୍ଡେ ୯୬୭ ଭୋଟ ପାଇଛନ୍ତି । ଅନ୍ୟ ପଟେ ପ୍ରାର୍ଥୀ ସ୍ୱର୍ଣ୍ଣଲତା ମିଶ୍ର ୭ ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଥିବା ବେଳେ ୪୦ ଖଣ୍ଡ ଭୋଟ ନାକଚ ହୋଇଥିବାର ସୂଚନା ମିଳିଛି ।

ତେବେ ଏହି ପଞ୍ଚାୟତର ୪ ନଂ ୱାର୍ଡ଼ସଭ୍ୟ ପାଇଁ ହୋଇଥିବା ଉପ ନିର୍ବାଚନର ଭୋଟ ଗଣତି ଫଳାଫଳରେ ଗୋପୀନାଥ ଡାଳୁଆ ୪୦ ଖଣ୍ଡ ଭୋଟ ବ୍ୟବଧାନରେ ତାଙ୍କ ପ୍ରତିଦ୍ବନ୍ଦୀ ଦୀପକ କୁମାର ମାଝୀଙ୍କୁ ପରାସ୍ତ କରିଛନ୍ତି ।ଏଥିରେ ଗୋପୀନାଥ ଡାଳୁଆଙ୍କ ସଂପକ୍ଷରେ ୧୧୦ ଖଣ୍ଡ ଭୋଟ ଯାଇଥିବାବେଳେ ଦିଲ୍ଲୀପ କୁମାର ମାଝୀ ୭୦ ଖଣ୍ଡ ଭୋଟ୍ ପାଇଛନ୍ତି ଏବଂ ୮ ଖଣ୍ଡ ଭୋଟ୍ ନାକଚ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ଖଗୁରିଆ ପଞ୍ଚାୟତର ୨୦ ନଂ ୱାର୍ଡ଼ ପାଇଁ ୱାର୍ଡ ସଭ୍ୟ ପ୍ରାର୍ଥୀ ଭାବେ କେବଳ ପଦ୍ମ ଚରଣ ନାୟକ ରହିଥିବାରୁ ସେ ନିନ୍ଦ୍ବଦରେ ବିଜୟୀ ହୋଇଛନ୍ତି । ସେହିଭଳି ଖୋର୍ଦ୍ଧା ଜିଲ୍ଲା ଓରବରସିଂ ଗ୍ରାମପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ହୋଇଥିବା ଉପନିର୍ବାଚନରେ ଲୋକନାଥ ପଟ୍ଟନାୟକ ବିଜୟୀ ହୋଇଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.