ETV Bharat / state

ଆସୁଛି ସାଧାରଣତନ୍ତ୍ର ଦିବସ, ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ - ରାଜ୍ୟପାଳ ରାଜ୍ୟସ୍ତରୀୟ ପରେଡ଼ରେ ଅଭିବାଦନ ଗ୍ରହଣ କରିବେ

ସାଧାରଣତନ୍ତ୍ର ଦିବସରେ ଭୁବନେଶ୍ବରରେ ରାଜ୍ୟପାଳ ରାଜ୍ୟସ୍ତରୀୟ ପରେଡ଼ରେ ଅଭିବାଦନ ଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଏଠାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ୨୦ ଜିଲ୍ଲାରେ ମନ୍ତ୍ରୀ, ୧୦ ଜିଲ୍ଲାରେ ଜିଲ୍ଲାପାଳ ଓ ୨ଟି ସ୍ଥାନରେ ଆରଡିସି ଉପସ୍ଥିତ ରହିବେ । ଏନେଇ ଗୃହ ବିଭାଗର ନିଷ୍ପତ୍ତି ପରେ ପ୍ରକାଶ ପାଇଛି ଚୂଡାନ୍ତ ତାଲିକା । ଅଧିକ ପଢ଼ନ୍ତୁ

ବିଭିନ୍ନ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ହେବାକୁ ଥିବା ମୁଖ୍ୟ ଅତିଥିଙ୍କ ତାଲିକା

author img

By

Published : Jan 20, 2023, 7:33 PM IST

ଭୁବନେଶ୍ବର: ପାଖେଇ ଆସୁଛି ସାଧାରଣତନ୍ତ୍ର ଦିବସ । ତେବେ ଏହିଦିନ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ, ସେନେଇ ଗୃହ ବିଭାଗର ନିଷ୍ପତ୍ତି ପରେ ପ୍ରକାଶ ପାଇଛି ଚୂଡାନ୍ତ ତାଲିକା । ଭୁବନେଶ୍ବରରେ ରାଜ୍ୟପାଳ ରାଜ୍ୟସ୍ତରୀୟ ପରେଡ଼ରେ ଅଭିବାଦନ ଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଏଠାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ୨୦ ଜିଲ୍ଲାରେ ମନ୍ତ୍ରୀ, ୧୦ ଜିଲ୍ଲାରେ ଜିଲ୍ଲାପାଳ ଓ ୨ଟି ସ୍ଥାନରେ ଆରଡିସି ଉପସ୍ଥିତ ରହିବେ ।

ବିଭିନ୍ନ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ହେବାକୁ ଥିବା ମୁଖ୍ୟ ଅତିଥିଙ୍କ ତାଲିକା
ବିଭିନ୍ନ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ହେବାକୁ ଥିବା ମୁଖ୍ୟ ଅତିଥିଙ୍କ ତାଲିକା

ଗୃହ ବିଭାଗରୁ ପ୍ରକାଶ ପାଇଥିବା ତାଲିକା ଅନୁସାରେ ରାଜ୍ୟ ଆଇନ ମନ୍ତ୍ରୀ ମନ୍ତ୍ରୀ ଜଗନ୍ନାଥ ସାରକା ଗଜପତିରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ । ସେହିଭଳି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କଟକ, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗଞ୍ଜାମ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସୁବର୍ଣ୍ଣପୁର, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଜଗତସିଂହପୁର, ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କେନ୍ଦୁଝର, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କେନ୍ଦ୍ରାପଡା ଓ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ପୁରୀ ଜିଲ୍ଲାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ ।

ସେହିଭଳି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଢେଙ୍କାନାଳ, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କଳାହାଣ୍ଡି, ପରିବହନ ମନ୍ତ୍ରୀ ଟୁକୁନି ସାହୁ ମାଲକାନଗିରି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୟୂରଭଞ୍ଜ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବରଗଡ଼, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବାଲେଶ୍ବର, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ସୁନ୍ଦରଗଡ଼, ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ କନ୍ଧମାଳ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କୋରାପୁଟ, ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ବଲାଙ୍ଗୀର, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ସମ୍ବଲପୁର ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଦେବଗଡ଼ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ ।

ସେହିପରି ରାଉରକେଲା ଓ ବ୍ରହ୍ମପୁରରେ ରାଜସ୍ବ କମିଶନର ପତାକା ଉତ୍ତୋଳନ କରିବେ । ଅନୁଗୋଳ, ବୌଦ୍ଧ, ଭଦ୍ରକ, ଯାଜପୁର, ଝାରସୁଗୁଡା, ଖୋର୍ଦ୍ଧା, ନୂଆପଡା, ନବରଙ୍ଗପୁର, ନୟାଗଡ଼ ଓ ରାୟଗଡା ଜିଲ୍ଲାରେ ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ ବୋଲି ପ୍ରକାଶ ପାଇଥିବା ତାଲିକାରେ ଦର୍ଶାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.