ETV Bharat / state

ଏମିତି ଚାଲିଛି ପର୍ଯ୍ୟଟନସ୍ଥଳୀ ବିକାଶ: କୋଶଳାଶୁଣୀକୁ ପର୍ଯ୍ୟଟନ ମାନ୍ୟତା ଦେଇ ପାସୋରି ଗଲେ ସରକାର - ନାହିଁ ମୌଳିକ ସୁବିଧା

ଖୋର୍ଦ୍ଧାର ବହୁ ପୁରାତନ ପୀଠ କୋଶଳାଶୁଣୀରେ ନାହିଁ ପର୍ଯ୍ୟଟକଙ୍କ ଲାଗି ମୌଳିକ ସୁବିଧା । ଶ୍ରଦ୍ଧାଳୁଙ୍କ ଅନୁଦାନରେ ଏହି ପର୍ଯ୍ୟଟନସ୍ଥଳୀର ବିକାଶ ହୋଇଥିବା ବେଳେ ସରକାର କୌଣସି ଦୃଷ୍ଟି ଦେଇନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

No basic facility for tourists in Maa Koshlasuni Pitha

author img

By

Published : Apr 9, 2023, 4:44 PM IST

Updated : Apr 9, 2023, 6:58 PM IST

ଏମିତି ଚାଲିଛି ପର୍ଯ୍ୟଟନସ୍ଥଳୀ ବିକାଶ: କୋଶଳାଶୁଣୀକୁ ପର୍ଯ୍ୟଟନ ମାନ୍ୟତା ଦେଇ ପାସୋରି ଗଲେ ସରକାର

ଖୋର୍ଦ୍ଧା: ବାଘମାରି କଣ୍ଟିଲୋ ୪୮ ନଂ ରାଜ୍ୟ ରାଜପଥର ଧଳାପଥର ଠାରୁ ୪ କିମି ଓ ବୋଲଗଡ଼ ବ୍ଲକ ଠାରୁ ୧୫କିମି ଦୂରରେ ଅବସ୍ଥିତ ଆରିକମାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମା' କୋଶଳାଶୁଣୀଙ୍କ ପୀଠ । ବହୁ ପୁରାତନ ଏହି ପୀଠରେ ପର୍ଯ୍ୟଟକମାନଙ୍କ ପାଇଁ ନାହିଁ ମୌଳିକ ସୁବିଧା । ରାଜ୍ୟ ସରକାର ଏହାକୁ ୧୯୯୮ ମସିହାରୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେଇଥିବା ବେଳେ ଏଯାଏଁ ସ୍ଥାନର ବିକାଶ ଲାଗି ଦୃଷ୍ଟି ଆକର୍ଷଣ କରିନାହାନ୍ତି । ଏନେଇ 5T ସଚିବଙ୍କୁ ଗ୍ରାମବାସୀ ଚିଠି ମାଧ୍ୟମରେ ଜଣାଇଥିବା ବେଳେ ଜିଲ୍ଲା ପ୍ରଶାସନ ତୁରନ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି ହୋଇଛି ।

ଶାନ୍ତ ଓ ପ୍ରାକୃତିକ ଶାଳଜଙ୍ଗଲ ପରିବେଶ ଭିତରେ ଏହି ପୀଠ ଅବସ୍ଥିତ । ରାଜ୍ୟ ସରକାର ପୀଠର ଗୁରୁତ୍ବକୁ ଉପଲବ୍ଧି କରି ୧୯୯୮ ମସିହାରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିଲେ । କିନ୍ତୁ ଏହା ଭିତରେ ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ ବିକାଶ ତ ଦୂରର କଥା ସାମାନ୍ୟ ସୁବିଧା ସୁଯୋଗଟିଏ ମଧ୍ୟ ଏଠାରେ ନଥିବା ଅଭିଯୋଗ ହୋଇଛି । ଘୋଷଣା କେବଳ କାଗଜ କଲମରେ ସୀମିତ ହୋଇ ରହିଛି । ବର୍ଷ ତମାମ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ସେପରି କୌଣସି ଆଖି ଦୃଷ୍ଟିଆ କାର୍ଯ୍ୟ ହୋଇନାହିଁ ।

ଏହା ବି ପଢନ୍ତୁ- କୁହୁଡିରେ ୨୧ କୋଠୀ ପାଟ୍ଟଦଣ୍ଡ ମହାମିଳନ, ଢୋଲ-ମୃଦଙ୍ଗରେ କମ୍ପିଲା ଗଗନ ପବନ

ଏହି ପୀଠରେ ଯାହା କିଛି ଉନ୍ନତି ହୋଇଛି ଶ୍ରଦ୍ଧାଳୁ-ଭକ୍ତଙ୍କ ଅନୁଦାନରେ ହିଁ ହୋଇଛି । ଯାହାକି ଶ୍ରଦ୍ଧାଳୁ ଭକ୍ତ, ପର୍ଯ୍ୟଟକ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଆରିକମାଠାରୁ କୋଶଳାଶୁଣୀ ପୀଠକୁ ଯିବାପାଇଁ ଭଲ ରାସ୍ତାଟିଏ ନାହିଁ । ଶାଳ ଜଙ୍ଗଲର ପରିବେଶ ମଧ୍ୟରେ ଏହି ପୀଠ ଅବସ୍ଥିତ ହୋଇଥିବାରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ଭୋଜିଭାତ କରିବାକୁ ଆସିଥାନ୍ତି । କିନ୍ତୁ ଏଠାରେ ପାନୀୟ ଜଳର ମୁଖ୍ୟ ସମସ୍ୟା ଦେଖାଦେଇଛି । ଛୋଟ ପିଲାମାନେ ଓ ମହିଳାମାନଙ୍କ ପାଇଁ ଶୌଚାଳୟ ଥିଲେ ମଧ୍ୟ ନଥିଲା ଭଳି । ଯାହା ଫଳରେ ପର୍ଯ୍ୟଟକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେହିପରି ଜଙ୍ଗଲ ଭିତରେ ଏହି ପର୍ଯ୍ୟଟନ ସ୍ଥଳୀ ଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କୌଣସି ବନ୍ଦୋବସ୍ତ ନଥିବା ଦେଖିବାକୁ ମିଳିଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ଏହି କ୍ଷେତ୍ରକୁ ଯେମିତି ମାନ୍ୟତା ଦେଇ ତାର କାମ ସାରିଦେଇଥିବା ପରି ମନେ ହେଉଛି । ଏହି ପୀଠର ଉନ୍ନତି କରଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି । ସେହିପରି ପୀଠର ସୌନ୍ଦର୍ଯ୍ୟକରଣ ଏବଂ ଭିତ୍ତିଭୂମିର ବିକାଶ ପାଇଁ 5T ସଚିବଙ୍କୁ ପତ୍ର ମାଧ୍ୟମରେ ଜଣାଇଥିବା କହିଛନ୍ତି ଗ୍ରାମବାସୀ । ତେବେ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ତୁରନ୍ତ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Apr 9, 2023, 6:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.