ETV Bharat / state

ରାଜ୍ୟରେ ଆରମ୍ଭ ହେବ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ, ଥାଲାସେମିଆ ନିରାକରଣରେ ପାଲଟିବ ବଡ଼ ଅସ୍ତ୍ର - ଓଡ଼ିଶାରେ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ

ଓଡ଼ିଶାରେ ଖୁଵଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ । ଥାଲାସେମିଆ ନିରାକରଣରେ ପାଲଟିବ ବଡ଼ ଅସ୍ତ୍ର । ଅଧିକ ପଢନ୍ତୁ

Bone Marrow transplant to start in Odisha

author img

By

Published : May 8, 2023, 4:47 PM IST

ରାଜ୍ୟରେ ଆରମ୍ଭ ହେବ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ, ଥାଲାସେମିଆ ନିରାକରଣରେ ପାଲଟିବ ବଡ଼ ଅସ୍ତ୍ର

ଭୁବନେଶ୍ବର: ଖୁଵଶୀଘ୍ର ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ । ଯାହା ଥାଲାସେମିଆ ନିରାକରଣରେ ବଡ଼ ଅସ୍ତ୍ର ପାଲଟିବ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୫୪୮ ଜଣ ରୋଗୀ ରହିଛନ୍ତି । ରାଜ୍ୟରେ କୋଷ୍ଟାଲ ଅଞ୍ଚଳରେ ଏହି ଥାଲାସେମିଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ଦ୍ବାରା ଅନେକ ଲୋକଙ୍କ ଜୀବନ ବଞ୍ଚିପାରିବ ବୋଲି କହିଛନ୍ତି ରାଜ୍ୟ ରକ୍ତ ନିରାପତ୍ତା ଭାରପ୍ରାପ୍ତ ନିର୍ଦ୍ଦେଶିକା ଡ. ଉର୍ମିଳା ମିଶ୍ର କହିଛନ୍ତି ।

ଡ. ମିଶ୍ରକ ହିଛନ୍ତି, "ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟରେ ଜଣେ ଥାଲାସେମିଆ ରୋଗୀ ଅଧିକ ୩୦ ବର୍ଷ ବଞ୍ଚିବାର ଉଦାହରଣ ଅଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା କମ ଅଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୫୪୮ ଜଣ ରୋଗୀ ଅଛନ୍ତି । ସମସ୍ତଙ୍କୁ ରାଜ୍ୟ ସରକାର ମାଗଣାରେ ଚିକିତ୍ସା ସହ ଯାତାୟତ ଖର୍ଚ୍ଚ ବି ଦେଉଛନ୍ତି । ପଶ୍ଚିମ ଓଡ଼ିଶାର ୧୫ ଜିଲ୍ଲାର ୧ ଲକ୍ଷ ପିଲାଙ୍କୁ ନେଇ ସ୍କ୍ରିନିଂ ହୋଇଥିଲା । ଏଥିରୁ ୪ରୁ ୬% ଥାଲାସେମିଆ ରୋଗୀ ଚିହ୍ନଟ ହୋଇଥିଲେ । ତେବେ ଉପକୂଳ ଓଡ଼ିଶାରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ ରହିଛି ।"

ଏହା ବି ପଢନ୍ତୁ- Cyclone Mocha Update: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଏହି ରୋଗୀମାନଙ୍କୁ ରାଜ୍ୟ ସରକାର ମାଗଣା ମେଡିସିନ, ଟେଷ୍ଟିଂ ସହ ଯିବା ଆସିବା ଖର୍ଚ୍ଚ ପାଇଁ ରାଜ୍ୟ ସରକାର ୫୦୦ ଟଙ୍କା ଦିଆଯାଉଛି । ଏମାନଙ୍କୁ ଲିୟୁକୋ ଫିଲ୍ଟର ବ୍ଲଡ ଦିଆଯାଉଛି । ଯାହା ଦେଶରେ ପ୍ରଥମ ରାଜ୍ୟ ଭାବରେ ଓଡ଼ିଶାରେ କେବଳ ଏହି ବ୍ଲଡ୍‌ ଦିଆଯାଉଛି । ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାର ଏହା ମାଗଣାରେ ବହନ କରୁଛନ୍ତି । ମ୍ୟାରେଜ ପୂର୍ବରୁ ଉଭୟ ପୁଅ ଓ ଝିଅଙ୍କର ଥାଲାସେମିଆ ଟେଷ୍ଟ କରିବା ଜରୁରୀ । ରାଜ୍ୟରେ କୋଷ୍ଟାଲ ଅଞ୍ଚଳରେ ଏହି ଥାଲାସେମିଆ ରୋଗୀ ଚିହ୍ନଟ ହୋଇଛନ୍ତି । ଯେପରିକି ଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ, ଜଗତସିଂହପୁର ଆଦି ଜିଲ୍ଲାଗୁଡ଼ିକରେ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ବାଲେଶ୍ଵର, ବାରିପଦା, ଭଦ୍ରକ, କେନ୍ଦ୍ରାପଡ଼ା ଭଳି ଜିଲ୍ଲାରେ ଅଧିକ ଥାଲାସେମିଆ ରୋଗୀ ଚିହ୍ନଟ ହେଉଛନ୍ତି ।

କଣ ଏହି ରୋଗ ? :- ଥାଲାସେମିଆ ହେଲା ଏକ ରକ୍ତଜନିତ ରୋଗ । ଏହି ରୋଗ ହେବା ଦ୍ବାରା ଶରୀରରେ ହିମୋଗ୍ଲୋବିନ୍ କମିଯାଏ ବା ଶରୀରରେ ହିମୋଗ୍ଲୋବିନ ତିଆରି ହୋଇପାରେ ନାହିଁ। ଯାହା ଫଳରେ ଶିଶୁକୁ ବାରମ୍ବାର ରକ୍ତ ଚଢ଼େଇବାକୁ ପଡ଼େ। ଥାଲାସେମିଆ ୨ ପ୍ରକାରର, ଅଲଫା ଥାଲାସେମିଆ ଏବଂ ବିଟା ଥାଲାସେମିଆ । ତେଣୁ ପ୍ରତି ମାସକ ଭିତରେ ଥରେ ଶିଶୁକୁ ରକ୍ତ ଦେବାକୁ ପଡ଼ିଥାଏ । ଯଦି ରକ୍ତ ଦିଆନଯାଏ ଶିଶୁ ସଠିକ୍ ଭାବେ ବଢ଼ିପାରେ ନାହିଁ କିମ୍ବା ଶିଶୁର ଯକୃତ ବଢ଼ିଯିବ, ହାର୍ଟ ଫେଲ୍ୟୁୟର ହୋଇଯାଇପାରେ। କେତେକ କ୍ଷେତ୍ରରେ ଶିଶୁ ମୃତ୍ୟୁମୁଖରେ ପଡ଼ିଥାଏ । ଥାଲାସେମିଆ ସାଧାରଣ ଭାବରେ ୨ବର୍ଷରୁ କମ ପିଲାଙ୍କଠାରେ ଦେଖାଦେଇଥାଏ । ୬ ମାସରୁ ୨ ବର୍ଷ ମଧ୍ୟରେ ଛୁଆଟିର ବିକାଶ ସାଧାରଣ ଭାବେ ହେଉଥିବ ହେଲେ ହଠାତ୍ ଶିଶୁର ବିକାଶ କମିଯିବ। ପେଟ ଫୁଲିଯିବ, ଛୁଆଟି ଶେତା ପଡ଼ିଯିବ। କେତେକ ଛୁଆଙ୍କର ହିମୋଗ୍ଲୋବିନ ଏତେ ମାତ୍ରାରେ କମିଯାଏ ଯେ ଛୁଆମାନଙ୍କୁ ନିଶ୍ବାସ ନେବାରେ କଷ୍ଟ ମଧ୍ୟ ହୋଇଥାଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.