ETV Bharat / state

ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ କଣ୍ଠଶିଳ୍ପୀ ଅନୁରାଧା ପୋଡୱାଲ, ବାଣ୍ଟିବେ ମାଗଣା ଶ୍ରବଣ ଯନ୍ତ୍ର - ଶ୍ରବଣ ବାଧିତ ଲୋକଙ୍କୁ ମାଗଣା ଚିକିତ୍ସା

ଶ୍ରବଣ ବାଧିତ ଲୋକଙ୍କ ଦୂର ହେବ ଯନ୍ତ୍ରଣା । ସୂର୍ଯ୍ୟୋଦୟ ଫାଉଣ୍ଡେସନ ସହାୟତାରେ ମାଗଣା ଶ୍ରବଣ ଯନ୍ତ୍ର ଯୋଗାବେ ବିଶିଷ୍ଟ କଣ୍ଠଶିଳ୍ପୀ ଅନୁରାଧା ପୋଡଓ୍ବାଲ । ଅଧିକ ପଢ଼ନ୍ତୁ

ଶ୍ରବଣ ବାଧିତ ଲୋକଙ୍କ ଦୂର ହେବ ଯନ୍ତ୍ରଣା
ଶ୍ରବଣ ବାଧିତ ଲୋକଙ୍କ ଦୂର ହେବ ଯନ୍ତ୍ରଣା
author img

By

Published : Feb 5, 2023, 8:04 AM IST

ଶ୍ରବଣ ବାଧିତ ଲୋକଙ୍କ ଦୂର ହେବ ଯନ୍ତ୍ରଣା

ଭୁବନେଶ୍ବର: ଶ୍ରବଣ ବାଧିତ ଲୋକଙ୍କୁ ମାଗଣା ଚିକିତ୍ସା ସହ ଶ୍ରବଣ ଯନ୍ତ୍ର ଯୋଗାଇବେ ଅନୁରାଧା ପୋଡଓ୍ବାଲ । ସେ ଓଡିଶା ଆସିଥିବା ବେଳେ ଭଜନ ଗାଇବା ସହ ଜଗନ୍ନାଥ ଏବଂ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଅନୁରାଧା । ଅନୁରାଧା କହିଛନ୍ତି ଏଥର ଭଲ ଉଦ୍ଦେଶ୍ୟରେ ଓଡ଼ିଶା ଆସିଛନ୍ତି । ସୂର୍ଯ୍ୟୋଦୟ ଫାଉଣ୍ଡେସନ ସହାୟତାରେ ଓଡ଼ିଶାର କୋଣ ଅନୁକୋଣରେ ଥିବା ଶ୍ରବଣ ବାଧିତ ଲୋକଙ୍କୁ ମାଗଣା ଚିକିତ୍ସା ସହ ଶ୍ରବଣ ଯନ୍ତ୍ର ଯୋଗାଇ ଦେବେ ବୋଲି ଭୁବନେଶ୍ବର ପ୍ରେସକ୍ଲବ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅନୁରାଧା ।

ଏଥିପାଇଁ ସ୍ବେଚ୍ଛାସେବୀମାନେ ଗାଁ ଗାଁ ବୁଲି ଶ୍ରବଣବାଧିତ ଲୋକଙ୍କୁ ଚିହ୍ନଟ କରିବା ସହ ସେମାନଙ୍କର ଆବଶ୍ୟକତା ଅନୁସାରେ ମାଗଣା ଶ୍ରବଣ ଯନ୍ତ୍ର ଯୋଗାଇ ଦେବେ ବୋଲି ଅନୁରାଧା ପୋଡଓ୍ବାଲ କହିଛନ୍ତି । ଆଉ ଏହି ଅଭିଯାନ ଜଗନାଥ କ୍ଷେତ୍ରରୁ ବା ପୁରୀରୁ ପ୍ରଥମେ ଆରମ୍ଭ ହେବାକୁ ଥିବା ବେଳେ ଜଗନାଥଙ୍କୁ ଏକ ସୁନ୍ଦର ଭଜନ ସମର୍ପଣ କରିଥିଲେ । ତେବେ ଅନୁରାଧା ପୌଡୱାଲ ବଲିଉଡ଼ର ଜଣାଶୁଣା ଲୋକପ୍ରିୟ ଭକ୍ତି ସଙ୍ଗୀତର ଗାୟିକା ।

ସେ ୫ ଦଶନ୍ଧିର କ୍ୟାରିୟର୍‌ରେ ୯ ହଜାରରୁ ଅଧିକ ଗୀତ ଗାଇଛନ୍ତି । ସେଥିମଧ୍ୟରୁ ଅଧିକାଂଶ ଭଜନ। ଗୁଜରାଟୀ, ହିନ୍ଦୀ, କନ୍ନଡ଼, ମରାଠୀ, ସଂସ୍କୃତ, ବଙ୍ଗଳା, ତାମିଲ, ତେଲୁଗୁ, ଆସାମୀ, ପଞ୍ଜାବୀ, ନେପାଳୀ, ଓଡ଼ିଆ ଓ ମୈଥିଲି ଆଦି ବିଭିନ୍ନ ଭାଷାରେ କଣ୍ଠଦାନ କରି ଭାରତୀୟ ସଙ୍ଗୀତ ଜଗତକୁ ସେ ରୁଦ୍ଧିମନ୍ତ କରିଛନ୍ତି । ସେ କହିଛନ୍ତି ସଙ୍ଗୀତ ମନକୁ ତୃପ୍ତ ସହ ଶାନ୍ତି ଓ ସକରାତ୍ମକା ଚିନ୍ତାଧାରା ଭରିଦିଏ। ହୃଦୟକୁ ପବିତ୍ର କରେ ସଙ୍ଗୀତ । ସଙ୍ଗୀତ ଶୁଣିଲେ ଲୋକର ଚିନ୍ତା, କ୍ଲାନ୍ତ ଏବଂ ମାନସିକ ଶାନ୍ତି ପାଇଥାଏ । ସଙ୍ଗୀତ ଏକ ପ୍ରକାରର ଔଷଧ । ତେବେ ଶ୍ରବଣ ନଥିବା ଲୋକଙ୍କ ପିଡାକୁ ଦୂର କରବା ପାଇଁ ମାଗଣା ଶ୍ରବଣ ଯନ୍ତ୍ର ଯୋଗାଇ ବୋଲି ଅନୁରାଧା ପୋଡଓ୍ବାଲ କହିଛନ୍ତି ।

ଶ୍ରବଣ ଯନ୍ତ୍ର ପୁରା ଭାରତ ବର୍ଷରେ ସବୁ ବର୍ଗର ଲୋକଙ୍କୁ ମାଗଣାରେ ଦିଆଯିବ ଯେଉଁଥିରେ ଲୋକ ମାନେ କଥା ଶୁଣିବା ସହ ଗୀତ ମଧ୍ୟ ଶୁଣିପାରିବେ ବୋଲି କହିଛନ୍ତି ଅନୁରାଧା । ରହ ଓଡିଶାରେ ପୁରୀରୁ ଆରମ୍ଭ ହେବାକୁ ଥିବା ବେଳେ ଆମେ ଧୀରେ ଧୀରେ ସବୁ ଅଂଚଳକୁ ପହଁଚିବୁ । ଏଭଳି ପ୍ରୟାସକୁ ନେଇ ଆମେ ବହୁତ ଖୁସି ଥିବା ବେଳେ ଶ୍ରବଣ ବାଧିତଙ୍କ ପାଇଁ ଏଭଳି ପ୍ରୟାସ ଏକ ନୂଆ ଅନୁଭୂତି ଦେବା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.