ETV Bharat / state

ମହାନ ବିପ୍ଲବୀ ଚକରା ବିଷୋୟୀଙ୍କ ଜୟନ୍ତୀ, ମନ ମୋହିଲା ମୁଁ ଚକରା କହୁଛି - ମହାନ ବିପ୍ଲବୀ ଚକରା ବିଷୋୟୀ

ଓଡ଼ିଶା ଇତିହାସରେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଚକରା ବିଷୋୟୀଙ୍କ 200ତମ ରାଜ୍ୟସ୍ତରୀୟ ଜନ୍ମଜୟନ୍ତୀ ପାଳିତ ହୋଇଛି ( freedom fighter chakara bisoyi ) । ଅଧିକ ପଢନ୍ତୁ

freedom fighter chakara bisoyi birth anniversary

author img

By

Published : Jan 3, 2023, 12:18 PM IST

freedom fighter chakara bisoyi birth anniversary

ଭୁବନେଶ୍ବର: ମହାନ ବିପ୍ଳବୀ ଚକରା ବିଷୋୟୀଙ୍କ 200ତମ ଜନ୍ମଜୟନ୍ତୀ ପାଳନ ହୋଇଛି । ଭୁବନେଶ୍ବର ଜୟଦେବ ଭବନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ବିପ୍ଲବୀ ଚକରା ବିଷୋୟୀ ଜୟନ୍ତୀରେ ଫୋଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା(freedom fighter Chakara Bisoyi) । ବାଚସ୍ପତି ବିକ୍ରମ କେଶରୀ ଆରୁଖ ମହାନ ବିପ୍ଲବୀ ଚକରା ବିଷୋୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ବିପ୍ଲବୀ ଚକରା ବିଷୋୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ 'ମୁଁ ଚକରା କହୁଛି' ନାମକ ଏକ ନାଟକ ଅଭିନୀତ କରାଯାଇଥିଲା ।

ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ ଆନ୍ଦୋଳନରେ ଅନୁପ୍ରାଣିତ ହୋଇ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଘୁମୂଶୀର ଚକରା ବିଷୋୟୀ । ୧୫ ବର୍ଷ ଧରି ଇଂରେଜ ଙ୍କ ନିଦ ହଜାଇ ଦେଇଥଲେ। ଆଉ ତାଙ୍କର ସେହି ସାହସ ଓ ବଳିଦାନ ଆଜି ସମସ୍ତଙ୍କ ପାଇଁ ସେ ପ୍ରେରଣୀୟ । ତାଙ୍କୁ ମନେପକେଇବା ପାଇଁ ଢେଙ୍କାନାଳର ଅଲଟରନେଟିଭ ଶିଳ୍ପୀମାନେ ତାଙ୍କ ଜୀବନ ଚରିତ୍ର ଉପରେ ନାଟକ ପ୍ରସ୍ତୁତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଉତ୍କଳ ସଙ୍ଗୀତ ନାଟକ ଏକାଡେମୀର ଉପସଭାପତି ମନ୍ମଥ କୁମାର ଶତପଥି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏହି ସଭାରେ ଅନ୍ୟ ବରିଷ୍ଟ ବ୍ୟକ୍ତିଗଣ ଉପସ୍ଥିତ ଥିଲେ । ଉପସ୍ଥିତ ବ୍ୟକ୍ତିଗଣ ମହାନ ବିପ୍ଳବୀଙ୍କ ସ୍ମୃତି ଚାରଣ କରିଥିଲେ ।

ଏହା ବି ପଢନ୍ତୁ...ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ରିପୋର୍ଟକୁ ନେଇ ବର୍ଷିଲା ବିଜେପି

୧୮୨୩ ମସିହା ଘୁମୁସର ଗାଁର ଜନ୍ମଗ୍ରହଣ କରିଥିଲେ ଏହି ମହାନ ବିପ୍ଳବୀ । ଜଣେ ମହାନ ସ୍ବୀଧୀନତା ସଂଗ୍ରାମୀ ବୀର ଯୋଦ୍ଧା ଓ ଫିରିଙ୍ଗି ବିରୋଧରେ ଦେଶପାଇଁ ଲଢି ଜୀବନ ଦେଇଥିଲେ ବୀରପୁତ୍ର । ପିଲାଟି ଦିନରୁ ସ୍ବାଧୀନତା ସଂଗ୍ରାମ ପ୍ରତି ଆକୃଷ୍ଟ ହୋଇଥିଲେ । ବିପ୍ଳବୀ ଚକରାଙ୍କ ବାଲ୍ୟ ଜୀବନ ନିଘଞ୍ଚ ଅରଣ୍ୟ ଭିତରେ କେତେ ଆଦିବାସୀ ସମ୍ପ୍ରଦାୟର ପିଲାଙ୍କ ମଧ୍ୟରେ କଟିଥିଲା । ଚକରା ବିଷୋୟୀ ହେଉଛନ୍ତି ଜଣେ ଦୁଃସାହସୀ ବିପ୍ଳବୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.