ETV Bharat / state

ପୁଣି ଘଟିଲା ହତ୍ୟାକାଣ୍ଡ, ଭାଇର ଟାଙ୍ଗିଆ ଚୋଟରେ ଭାଇ ମୃତ - ଭାଇକୁ ଭାଇର ଟାଙ୍ଗିଆ ଚୋଟ

ଥମିବାର ନା ଧରୁନି ଅପରାଧିକ ମାମଲା । ସମ୍ପର୍କୀୟ ଭାଇର ଟାଙ୍ଗିଆ ଚୋଟରେ ଭାଇର ମୃତ୍ୟୁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଫେରାର। ଅଧିକ ପଢନ୍ତୁ...

ପୁଣି ଘଟିଲା ହତ୍ୟାକାଣ୍ଡ, ଭାଇର ଟାଙ୍ଗିଆ ଚୋଟରେ ଭାଇ ମୃତ

author img

By

Published : Jan 8, 2021, 10:16 AM IST

Updated : Jan 8, 2021, 10:54 AM IST

ବୌଦ୍ଧ: ଗୋଟିଏ ପରେ ଗୋଟିଏ ଅପରାଧିକ ମାମଲା ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ବୁଧବାର ବହୁ ଚର୍ଚ୍ଚିତ ଅଗସ୍ତି ମହାକୁଳ ହତ୍ୟାକାଣ୍ଡ ସହ ଜଡିତ ତିନିଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣର ଚବିଶ ଘଣ୍ଟା ନପୁରୁଣୁ ପୁଣି ଘଟିଛି ଆଉ ଏକ ହତ୍ୟାକାଣ୍ଡ ।

ବୌଦ୍ଧ ଥାନା ଅନ୍ତର୍ଗତ ମୁଣ୍ଡାପଡା ପଞ୍ଚାୟତ କିରାସିରା ଗ୍ରାମରେ ସମ୍ପର୍କୀୟ ଭାଇ ଭାଇକୁ ଟାଙ୍ଗିଆରେ ହାଣି ବିଭତ୍ସ ଭାବରେ ହତ୍ୟା କରିଛି । ଏକ ପୂର୍ବ ଶତୃତା କୁନେଇ ଅଭିଯୁକ୍ତ ନିଜ କାକା ପୁଅ ଭାଇ ନିରଞ୍ଜନକୁ ଟାଙ୍ଗିଆ ରେ ଚୋଟ ଉପରେ ଚୋଟ ମାରି ହତ୍ୟା କରିଛି ।

ପୁଣି ଘଟିଲା ହତ୍ୟାକାଣ୍ଡ, ଭାଇର ଟାଙ୍ଗିଆ ଚୋଟରେ ଭାଇ ମୃତ

ଏହି ହତ୍ୟାରେ ଅଭିଯୁକ୍ତର ବାପା ମା’ ମଧ୍ୟ ସହଯୋଗ କରିଥିବା ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରୁ ଅଭିଯୁକ୍ତ ଟାଙ୍ଗିଆ ସହିତ ଫେରାର ହୋଇ ଯାଇଥିବା ବେଳେ ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ହତ୍ୟାକାଣ୍ଡରେ ସହଯୋଗ କରିଥିବା ଅଭିଯୁକ୍ତର ପିତାମାତାକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେପଟେ ଚଣ୍ଡିଗଡ ଓ ଟିକରପଡା ଅଞ୍ଚଳରେ ଦୁଇଟି ସଡକ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jan 8, 2021, 10:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.