ETV Bharat / state

ଭିଜିବ ହୋଲି, ୯ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ - ଭିଜିବ ରଙ୍ଗର ପର୍ବ ହୋଲି

ଆସନ୍ତା ୮, ୯ ଏବଂ ୧୦ ତାରିଖ ପଶ୍ଚିମା-ଝଡ଼ ପ୍ରଭାବରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଅଧିକ ପଢନ୍ତୁ

imd predicts rainfall
imd predicts rainfall
author img

By

Published : Mar 7, 2023, 8:56 PM IST

imd predicts rainfall

ଭୁବନେଶ୍ବର : ଭିଜିବ ରଙ୍ଗର ପର୍ବ ହୋଲି । ପଶ୍ଚିମା ଝଡ ଆଣିବ ବର୍ଷା। ବର୍ଷା ପ୍ରଭାବରେ ତାତିରୁ ମିଳିବା ତ୍ରାହି । ଏନେଇ ୯ ଓ ୧୦ ତାରିଖରେ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ୮, ୯ ଏବଂ ୧୦ ତାରିଖରେ ପଶ୍ଚିମା-ଝଡ଼ ପ୍ରଭାବରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏହାକୁ ନେଇ ୯ ତାରିଖରେରେ ସୁନ୍ଦରଗଡ, କେନ୍ଦୁଝର,ମୟୁରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ଏବଂ ଯାଜପୁର ରେ ବର୍ଷା ହେବାର ଆକଳନ କରିଛି ଵିଭାଗ । ସେହିପରି ୧୦ ତାରିଖରେ ରେ କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷା ହେବାର ଆକଳନ କରିଛି ଵିଭାଗ। ତେବେ ଏହି ବର୍ଷାର ସମ୍ଭାବନାକୁ ନେଇ ୯ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଓ୍ବାର୍ଣ୍ଣିଂ ଚେତାବନୀ ଜାରି କରିଛି ।

ଅନ୍ୟପଟେ ମାର୍ଚ୍ଚ ଆରମ୍ଭରୁ ସ୍ୱାଭାବିକ ଠାରୁ ୨ ରୁ 3 ଡିଗ୍ରୀ ଯାଏଁ ଅଧିକା ଟାଣ ଖରା ହେଉଥିବା ସହ ଅସମ୍ଭାଳ ତାତି ଅନୁଭୂତ ହେଉଥିଲା। ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ବିଶେଷ ଭାବେ ଗରମ ଅନୁଭୂତ ହେଉଥିଲା । ଗତକାଲି ଝାରସୁଗୁଡା ରେ ୩୭ .୮ ଦଶମିକ ତାପମାତ୍ରା ରେକର୍ଡ ସହ ସବୁଠୁ ଉତ୍ତପ୍ତ ସହର ଥିଲା । ଏବେ ରାଜ୍ୟରେ ପାଗ ଶୁଖିଲା ରହୁଥିବା ସହ ବାୟୁମଣ୍ଡଳର ଆଦ୍ରତା କମ୍ ରହିଛି । ଗତକାଲି ଠାରୁ ଆଜି ଯାଏଁ ଯଦିଓ ପାଣିପାଗର ନିୟାମକରେ ସେଭଳି ପାଗର ପରିବର୍ତ୍ତନ ହୋଇ ନାହିଁ । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ସ୍ଥାନରେ ୨ ରୁ 3 ଡିଗ୍ରୀ ତାପମାତ୍ରା କମିଥିବା ବିଭାଗ ସୂଚନା ଦେଇଛି ।

ବର୍ତ୍ତମାନ ରାଜ୍ୟରେ ପଶ୍ଚିମା ଝଡ ପ୍ରଭାବ ରହିଛି। ଏନେଇ ଏକ ନିମ୍ନ ଚାପରେଖା ଆରବ ସାଗର ପ୍ରର୍ଯ୍ୟନ୍ତ ଲମ୍ବିଛି। ଆସନ୍ତା ମଙ୍ଗଳବାର ଠାରୁ ରାଜ୍ୟର 7ଟି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୭, ୮ ଏବଂ ୯ ଓ ୧୦ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିବା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖରେ ୧୪ଟି ଜିଲ୍ଲା ଏବଂ ୯ ତାରିଖରେ ୭ ଟି ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି । ତେବେ ଏନେଇ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତି କମିବ ବୋଲି ଆଗୁଆ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ପଶ୍ଚିମ ଝଡ କମିବା ପରେ ହିଁ ପୁଣି ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ତାପମାତ୍ରା ମାର୍ଚ୍ଚରୁ ବୃଦ୍ଧି ପାଇଥିବା ବେଳେ ବର୍ଷା କମିବା ପରେ ପୁଣି ବଢିବ ତାତି । ଆଉ ଏପ୍ରିଲ ରୁ ଅସମ୍ଭାଳ ତାତି ହେବା ସହ ଅସହ୍ୟ ଗରମ ଫଳରେ ଝାଞ୍ଜି ପବନ ବହିବ। ଏଥି ସହ କାଳବୈଶାଖୀର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.