ETV Bharat / state

୨୦୨୨-୨୩ ବର୍ଷରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି: କୃଷି ବିଭାଗ

author img

By

Published : May 12, 2023, 12:57 PM IST

ବର୍ଷ ୨୦୨୨-୨୩ରେ ୧୩୬ ଲକ୍ଷ ୬ ହଜାର ମେଟ୍ରିକ ଟନରୁ ଉର୍ଦ୍ଧ୍ବ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିବା ଆକଳନ କରିଛି କୃଷି ଓ କୃଷକ ସଶକ୍ତିକରଣ ବିଭାଗ । ଅଧିକ ପଢନ୍ତୁ

record amount of food grains was produced in 2022 23

ଭୁବନେଶ୍ବର: ବର୍ଷ ୨୦୨୨-୨୩ରେ ରାଜ୍ୟରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି । ୧୩୬ ଲକ୍ଷ ୬ ହଜାର ମେଟ୍ରିକ ଟନରୁ ଊର୍ଦ୍ଧ୍ବ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିବା ନେଇ ଅଗୁଆ ଆକଳନ କରିଛି କୃଷି ଓ କୃଷକ ସଶକ୍ତିକରଣ ବିଭାଗ । ରାଜ୍ୟରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିବାରୁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଖୁସି ବ୍ୟକ୍ତ କରିଛନ୍ତି । ଏଥି ନିମନ୍ତେ ମନ୍ତ୍ରୀ ଚାଷୀ ଭାଇ ଓ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି ।

୨୦୨୦-୨୧ ବର୍ଷରେ ରାଜ୍ୟରେ ୧୩୦ ଲକ୍ଷ ୩୮ ହଜାର ମେଟ୍ରିକ ଟନରୁ ଊର୍ଦ୍ଧ୍ବ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା । ଚଳିତ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି ଖାଦ୍ୟଶସ୍ୟ ଉତ୍ପାଦନ । ୨୦୨୨-୨୩ ବର୍ଷର ଆକଳନ ଅନୁଯାୟୀ ରାଜ୍ୟର ମୋଟ ଶସ୍ୟ ଉତ୍ପାଦନ ମଧ୍ୟରେ ଚାଉଳ ଉତ୍ପାଦନ ୧୧୫ ଲକ୍ଷ ମେଟ୍ରିକ ଟନ ହୋଇଛି । ମକା ୮ ଲକ୍ଷ ୬୦ ହଜାର ମେଟ୍ରିକ ଟନରୁ ଊର୍ଦ୍ଧ୍ବ, ମାଣ୍ଡିଆ ୧ ଲକ୍ଷ ୬୧ ହଜାର ମେଟ୍ରିକ ଟନରୁ ଊର୍ଦ୍ଧ୍ବ ଏବଂ ଗହମ, ବାଜରା, ଯୱାର ଓ ଅନ୍ୟ ଲଘୁଶସ୍ୟ ୨୮ ହଜାର ମେଟ୍ରିକ ଟନରୁ ଊର୍ଦ୍ଧ୍ବ ଉତ୍ପାଦନର ଆକଳନ କରାଯାଇଛି ।

ସେହିପରି ମୋଟ ୧୦ ଲକ୍ଷ ୫୫ ହଜାର ମେଟ୍ରିକ ଟନରୁ ଊର୍ଦ୍ଧ୍ବ ଡାଲି ଜାତୀୟ ଶସ୍ୟ ଉତ୍ପାଦନ ହୋଇଛି । ମୁଗ ୪ ଲକ୍ଷ ୨୧ ହଜାର ମେଟ୍ରିକ ଟନରୁ ଊର୍ଦ୍ଧ୍ବ, ବିରି ୧ ଲକ୍ଷ ୯୭ ହଜାର ମେଟ୍ରିକ ଟନରୁ ଊର୍ଦ୍ଧ୍ବ, ହରଡ଼ ୧ ଲକ୍ଷ ୩୭ ହଜାର ମେଟ୍ରିକ ଟନରୁ ଊର୍ଦ୍ଧ୍ବ, କୋଳଥ ୯୧ ହଜାର ମେଟ୍ରିକ ଟନରୁ ଊର୍ଦ୍ଧ୍ବ, ମଟର ୨୯ ହଜାର ମେଟ୍ରିକ ଟନରୁ ଊର୍ଦ୍ଧ୍ବ, ମସୁର ୭ ହଜାର ମେଟ୍ରିକ ଟନରୁ ଊର୍ଦ୍ଧ୍ବ, ବରଗୁଡ଼ି ୬୮ ହଜାର ମେଟ୍ରିକ ଟନରୁ ଉର୍ଦ୍ଧ୍ବ ଏବଂ ଅନ୍ୟ ଡାଲି ଜାତୀୟ ଫସଲ ୭୬ ହଜାର ମେଟ୍ରିକ ଟନ ଉତ୍ପାଦନ ହୋଇଛି ।

ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ମାନ ନେଉଛନ୍ତି ସରକାର । ଚାଷୀଙ୍କୁ ଉନ୍ନତମାନର ଯନ୍ତ୍ରପାତି, ନୂତନ କିସମର ବିହନ ପ୍ରଦାନ କରାଯାଉଛି । ଗତ ଏପ୍ରିଲ ମାସରେ ଏନଆରଆରଆଇ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ହୋଇଥିବା ୧୦ଟି ନୂତନ ଧାନ କିସମ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦନ ହୋଇଛି । ଏହି ସବୁ ନୂତନ କିସମ ବିକଶିତ ହେବା ଫଳରେ ରାଜ୍ୟର ଧାନ ଓ ଅନ୍ୟାନ୍ୟ ଉତ୍ପାଦନ ବୃଦ୍ଧି ପାଇବାରେ ଲାଗିଛି । ଏହା ସହିତ କୃଷକମାନଙ୍କର ଆୟବୃଦ୍ଧିରେ ସହାୟକ ମଧ୍ୟ ହେଉଛି । କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ବ୍ୟାଙ୍କଗୁଡ଼ିକ ପକ୍ଷରୁ କୃଷି କ୍ଷେତ୍ରକୁ ଠିକ ସମୟରେ ଆବଶ୍ୟକୀୟ ଋଣ ଯୋଗାଇ ଦେବା ଆବଶ୍ୟକତା ରହିଛି ।

ଏହା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି । ବଳରାମ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଏମଆଇଡିଏଚ ସମ୍ପର୍କିତ ସ୍ଵତନ୍ତ୍ର ରଣ ଯୋଗାଣର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଦିଗରେ ସରକାର ପଦକ୍ଷେପ ନିଆଯାଉଛି । ଏଥି ସହିତ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରବର୍ତ୍ତିତ ୫ଟି ସୂତ୍ର ଅନୁପାଳନପୂର୍ବକ ଋଣ ପ୍ରଦାନରେ ସ୍ୱଚ୍ଛତା ଅବଲମ୍ବନ କରିବା ଉପରେ ନଜର ଦିଆଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.