ETV Bharat / state

ଓଡ଼ିଶାରେ ପଡିବ ନାହିଁ ରାହୁଲଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ପ୍ରଭାବ - ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା

Bharat Jodo Nyay Yatra: ଓଡ଼ିଶା ଆସିବେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ । ସେ ରାଜ୍ୟର ୪ ଜିଲ୍ଲାରେ 'ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା' କାର୍ଯ୍ୟକ୍ରମ କରିବେ । ଏହା କିନ୍ତୁ ଓଡ଼ିଶାରେ ପ୍ରଭାବ ପଡିବନି ବୋଲି କହିଛନ୍ତି ବିଜେଡି ଓ ବିଜେପି । ଅଧିକ ପଢନ୍ତୁ

bharat jodo nyay yatra
ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା
author img

By ETV Bharat Odisha Team

Published : Jan 11, 2024, 9:27 PM IST

ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା

ଭୁବନେଶ୍ବର: 'ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା'ରେ ଓଡ଼ିଶା ଆସିବେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ । ରାଜ୍ୟର ୪ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ହେବ ରାହୁଲଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ରାହୁଲଙ୍କ ଗସ୍ତ ଓଡିଶା କଂଗ୍ରେସ ପାଇଁ ଶକ୍ତିବର୍ଦ୍ଧକ ହେବ ବୋଲି ଆଶା କରାଯାଉଛି । କିନ୍ତୁ ଅନ୍ୟାନ୍ୟ ଦଳ ଏହାକୁ ହାଲୁକା ଭାବେ ନେଉଛନ୍ତି । ଓଡ଼ିଶାରେ ରାହୁଲଙ୍କ 'ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା'ର କୌଣସି ପ୍ରଭାବ ପଡିବ ନାହିଁ ବୋଲି ସଫା ସଫା କହିଛନ୍ତି ବିଜେଡି ଓ ବିଜେପି ।

'ଭାରତ ଯୋଡୋ ଯାତ୍ରା' ପରେ ଆସନ୍ତା 14ରୁ 'ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା' କରିବ କଂଗ୍ରେସ । ମଣିପୁରରୁ ଆରମ୍ଭ ହୋଇ ମହାରାଷ୍ଟ୍ରରେ ଶେଷ ହେବ ରାହୁଲଙ୍କ ଯାତ୍ରା । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ଏହି ଯାତ୍ରା ରାଜ୍ୟର ୪ଟି ଜିଲ୍ଲା ଅତିକ୍ରମ କରିବ । ପଶ୍ଚିମବଙ୍ଗରୁ ଆସି ମୟୂରଭଞ୍ଜରେ ଓଡି଼ଶାରେ ପ୍ରବେଶ କରି କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଦେଇ ଛତିଶଗଡ଼ ବାହାରିଯିବ ଭାରତ ନ୍ୟାୟ ଯାତ୍ରା । ଏହାସହ ଅଧିକ ୨ଟି ଜିଲ୍ଲା ଯାତ୍ରା କରିବାକୁ ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରସ୍ତାବ ଦିଆଯିବ । ରାହୁଲଙ୍କ ଏହି ଯାତ୍ରାକୁ ନେଇ କଂଗ୍ରେସ ଶିବିର ଉତ୍ସାହିତ ହୋଇଛି ।

ବିଜେଡି ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି , "ରାହୁଲ ଗାନ୍ଧୀ ବୁଲନ୍ତୁ । ତାଙ୍କୁ କେହି ମନା କରିନାହାନ୍ତି । ଗତଥର ମଧ୍ୟ ବୁଲିଥିଲେ । କଂଗ୍ରେସର ଅବସ୍ଥା କଣ ହେଲା ? ଆମେ କାହା ବିରୋଧରେ କହିବାକୁ ଚାହୁଁନା । ସେ ଚେଷ୍ଟା କରନ୍ତୁ । ହେଲେ ଓଡି଼ଶାରେ କୌଣସି ପ୍ରଭାବ ପଡିବ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଜଣେ ରାଜନୈତିକ ବ୍ୟକ୍ତି ନୁହଁନ୍ତି, ସେ ଲୋକଙ୍କ ହୃଦୟରେ ଅଛନ୍ତି । ତାଙ୍କୁ କିଏ ବାହାର କରିପାରିବ ? ଜଗନ୍ନାଥଙ୍କ ପରମ ଭକ୍ତ ନବୀନ । ଯିଏ ଆସନ୍ତୁ ଓ ବୁଲନ୍ତୁ କିଛି ପ୍ରଭାବ ପଡିବ ନାହିଁ ।"

ଏହା ମଧ୍ୟ ପଢନ୍ତୁ...ଫେବ୍ରୁଆରିରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ୪ ଜିଲ୍ଲା ବୁଲିବ 'ଭାରତ ଯୋଡ଼ ନ୍ୟାୟ ଯାତ୍ରା'

ସେହିପରି ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, "ଗତ ମାସେ ପୂର୍ବରୁ ଭାରତ ବର୍ଷର ଯେଉଁ 5 ରାଜ୍ୟର ନିର୍ବାଚନ ହୋଇଥିଲା, ସେଥିରେ ଭାରତ ଯୋଡ଼ ଯାତ୍ରାର ପ୍ରଭାବ ପଡିନଥିଲା । ଲୋକେ ଏହାକୁ ଗ୍ରହଣ କଲେ ନାହିଁ । ନିର୍ବାଚନରେ ଏହାର ଜବାବ ଦେଇଛନ୍ତି । ସେ ଦୃଷ୍ଟିରୁ ନ୍ୟାୟ ଯାତ୍ରା କୌଣସି ପ୍ରକାର ଲୋକଙ୍କର ଅସ୍ଥା ଭାଜନ ହୋଇପାରିବେ ନାହିଁ । କେନ୍ଦୁଝର ଜିଲ୍ଲାରେ କଂଗ୍ରେସ ମୃତ ପ୍ରାୟ । କୌଣସି ପ୍ରକାରର ରାଜନୈତିକ କାର୍ଯ୍ୟକ୍ରମ କଂଗ୍ରେସ ସେଠାରେ କରୁନାହିଁ । ସଂଗଠନକୁ ଛିଡ଼ା କରିବା ଓ ବିଜୟ ପ୍ରାପ୍ତ ହେବା ଲକ୍ଷଣ ଦେଖାଯାଉନାହିଁ । ସେ ଦୃଷ୍ଟିରୁ ରାହୁଲ ଗାନ୍ଧୀ ଯେତେ ବଡ଼ ନେତା ହେଲେ ବି କୌଣସି ପ୍ରକାର ପ୍ରଭାବ ଓଡି଼ଶାରେ ପଡିବ ନାହିଁ । ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ଅସଫଳ ହେବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.