ETV Bharat / state

Ollywood Controversy: ଓଲିଉଡକୁ ନେଇ ରାଜନୀତି ନ କରିବାକୁ ଶ୍ରୀତମଙ୍କ ଅପିଲ

author img

By ETV Bharat Odisha Team

Published : Oct 28, 2023, 4:37 PM IST

ଓଲିଉଡ ବିବାଦରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା ପରେ ମୁହଁ ଖୋଲିଲେ ଅଭିନେତା ଶ୍ରୀତମ ଦାସ । ଓଲିଉଡରେ ଉପୁଜିଥିବା ବିବାଦକୁ ନେଇ ରାଜନୀତି ନ କରିବାକୁ ସେ ଅପିଲ କରିଛନ୍ତି । ଅଧିକ ପଢନ୍ତୁ

reaction of actor sritam das
ଓଲିଉଡ ବିବାଦରେ ଶ୍ରୀତମଙ୍କ ପ୍ରତିକ୍ରିୟା
ଓଲିଉଡ ବିବାଦରେ ଶ୍ରୀତମଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ଓଲିଉଡ ବିବାଦରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା ପରେ ମୁହଁ ଖୋଲିଲେ ଶ୍ରୀତମ । ଓଲିଉଡକୁ ନେଇ ରାଜନୀତି ନକରିବାକୁ ଅପିଲ କଲେ ସିନେ କଳାକାର ଶ୍ରୀତମ ଦାସ। କଳାକାର ସଂଘ ସମ୍ପାଦକ ତଥା ବିଜେପି ନେତା ଶ୍ରୀତମ ଦାସ ଓଲିଉଡରେ ଉପୁଜିଥିବା ବିବାଦ ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, "ଆମ ପରିବାର ଭିତରେ ଟିକେ ମନୋମାଳିନ୍ୟ ହୋଇଛି। କିଛି ଦିନ ଭିତରେ ସମାଧାନ ହୋଇଯିବ। ପୁଣି ମିଳିମିଶି କାମ କରିବୁ। ଏହାକୁ ନେଇ ରାଜନୀତି ହେବା କଥା ନୁହେଁ। ଏଥିରେ କେହି ମୁଣ୍ଡ ନପୂରାଇବାକୁ ସମସ୍ତ ରାଜନେତାଙ୍କୁ ଅନୁରୋଧ କରୁଛି। ଆମ ପରିବାର କଥା ଆପୋଷ ଭାବେ ବସିକି ସମାଧାନ କରିବୁ ।"

ସୂଚନା ଅନୁଯାୟୀ, ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ଫିଲ୍ମ ପ୍ରଯୋଜକ ସଂଘ ବାସନ୍ଦ ପ୍ରସଙ୍ଗକୁ ନେଇ ଶୀଘ୍ର ସମାଧାନ ନହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ ବୋଲି ଚେତାବନୀ ଦେଇଛନ୍ତି ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଶୁକ୍ରବାର ବଲାଙ୍ଗୀର ଭରସୁଜାରେ ହେଉଥିବା ଛେଲିଆପାଟ୍ ଉତ୍ସବ ଅବସରରେ ଖୋଲାଖୋଲି ଭାବେ ଚେତବାନୀ ଦେଇଛନ୍ତି ନରସିଂହ। ଏହାକୁ ନେଇ ଏବେ ବିବାଦ ତୀବ୍ର ହେବାରେ ଲାଗିଛି। ଏପରିକି ୨ ଦିନ ପୂର୍ବରୁ ଓଲିଉଡ ଅଭିନେତା ବାବୁସାନ ମଧ୍ୟ ଏକ ଭିଡିଓ ମାଧ୍ୟମରେ ହାତ ଯୋଡ଼ି ଏହି ବିବାଦର ଶୀଘ୍ର ସମାଧାନ ଲାଗି ଅପିଲ କରିଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ...Ban on Actor Manoj Mishra: ଅଭିନେତାଙ୍କ କଳିରେ ଏଣ୍ଟ୍ରି ମାରିଲେ ନେତା, ମନୋଜଙ୍କ ସପକ୍ଷରେ ବାହାରିଲେ ନରସିଂହ

ଏହା ବି ପଢନ୍ତୁ...Ban on actor Manoj Mishra: ଓଲିଉଡ଼ ବିବାଦକୁ ନେଇ ରାଜନୀତି ନକରିବାକୁ ଅନୁରୋଧ କଲେ ଟୁଟୁ ନାୟକ

ସୂଚନା ଅନୁଯାୟୀ, ଗତ ୨୦ ତାରିଖରେ ଅଭିନେତା ଅରନ୍ଦିମ ରୟଙ୍କ ଓଡ଼ିଆ ଫିଲ୍ମ 'ରାମ'କୁ ସମ୍ବଲପୁରରେ ଚଳାଇ ନଦେବା ପାଇଁ ମନୋଜ ମିଶ୍ର ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ସମ୍ବଲପୁରର ଏକ ସିନେମା ହଲରେ ୩ ଜଣ ବ୍ୟକ୍ତି 'ରାମ'କୁ ବିରୋଧ କରିବାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହୋଇଥିଲା । ଏହାପରେ ଅଭିନେତା ଅରିନ୍ଦମ ପ୍ରଡ୍ୟୁସର ସଂଘକୁ ଏନେଇ ଅବଗତ କରାଇଥିଲେ । ତଥ୍ୟ ପ୍ରମାଣ ମିଳିବାରୁ ମନୋଜ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସଂଘ । ଏହାସହ ୨ ବର୍ଷ କୌଣସି ଫିଲ୍ମରେ ଅଭିନୟ ପାଇଁ ନିଆଯିବନି ବା ବ୍ୟାନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲା। ଯାହାକୁ ନେଇ ପଶ୍ଚିମ ଓଡ଼ିଶାରେ ବିରୋଧ ତେଜିଥିବାବେଳେ ମନୋଜଙ୍କୁ ସମର୍ଥନ କରିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.