ଖୋର୍ଦ୍ଧା: ବୀର ପାଇକଙ୍କ ରଣକୌଶଳକୁ ବଞ୍ଚାଇ ରଖିବାପାଇଁ ଖୋର୍ଦ୍ଧା ଗୁରୁଜଙ୍ଗ ଠାରେ ରାଜ୍ୟ ସରକାର ସମରକଳା ଶିକ୍ଷା ଏକାଡେମୀ ସ୍ଥାପନ କରିଥିଲେ । ଏହା 25 ବର୍ଷ ପୂର୍ବେ ବିଭିନ୍ନ ପାଇକ ସଙ୍ଗଠନ, ପାଇକଗୁରୁ ଏବଂ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଉଦ୍ୟମରେ ସ୍ଥାପନ ହୋଇଥିଲା । ଉକ୍ତ ଏକାଡେମୀରୁ ପ୍ରଥମ ବର୍ଷ 70ଜଣ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇ ସେନାବାହିନୀ ଏବଂ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ କାର୍ଯ୍ୟରତ ଅଛନ୍ତି ।
କିନ୍ତୁ ଗୋଟିଏ ବର୍ଷ ଚାଲିବା ପରେ ସରକାର ଏହି ଏକାଡେମୀକୁ ବନ୍ଦ କରିଦେଇଥିଲେ । ପାଇକ ମାନଙ୍କ ସ୍ମୃତି ବହନ କରୁଥିବା ଏହି ଏକାଡେମୀ ସ୍ଥାନରେ ଏବେ ଏକ ଘରୋଇ ସ୍କୁଲ ଚାଲୁଅଛି । ଏହି ସମରକଳା ଏକାଡେମୀକୁ ପୁନଃରୁଦ୍ଧାର କରିବାପାଇଁ ଖୋର୍ଦ୍ଧାର ବୁଦ୍ଧିଜୀବୀ ଏବଂ ଐତିହାସିକ ମାନେ ଦାବି କରିଛନ୍ତି । ଏହି ଏକାଡେମୀର ପୁନଃରୁଦ୍ଧାର କରାଗଲେ ବୀର ପାଇକମାନଙ୍କ ସମରକଳା ବିଶ୍ବ ଦରବାରରେ ପହଞ୍ଚିପାରିବ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ