ETV Bharat / state

ଧାନଚାଷ ଦେଇଛି ପରିଚୟ, ଗୋଟିଏ ଗଛରେ ଫଳୁଛି ୯ କେଣ୍ଡା ଧାନ

author img

By ETV Bharat Odisha Team

Published : Nov 20, 2023, 9:58 PM IST

ଧାନ ଚାଷ ଦେଇଛି ପରିଚୟ । ଧାନଚାଷ କରି ପାଲଟିଛନ୍ତି ଜଣେ ସଫଳ ଚାଷୀ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଠାନ୍ତର ସଫଳ ଚାଷୀ ରବୀନ୍ଦ୍ର ସାହୁ । ଅଧିକ ପଢ଼ନ୍ତୁ

ଧାନଚାଷ ଦେଇଛି ପରିଚୟ
ଧାନଚାଷ ଦେଇଛି ପରିଚୟ
ଧାନଚାଷ ଦେଇଛି ପରିଚୟ

ନିଆଳି: ଜଳସେଚନର ଅଭାବ, ମରୁଡି, ଚକଡା ପୋକ ଏବଂ ବନ୍ୟା-ବାତ୍ୟା ଭଳି ଅନେକ ସମସ୍ୟାକୁ ନେଇ ଚାଷ ଉପରୁ ଚାଷୀମାନେ ମୁହଁ ପେରାଇ ନେଉଛନ୍ତି । କିନ୍ତୁ ଏତିକି ବେଳେ ଧାନ ଚାଷ ସହ ପାଗ ଓ ଋତୁ ଅନୁସାରେ ପନିପରିବା ଚାଷ କରି ଅନ୍ୟାମନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଠାନ୍ତର ଗାଁର ସ୍ବଗର୍ତ ଲଚ୍ଛମନ ସାହୁଙ୍କ ସାନ ପୁଅ ରବୀନ୍ଦ୍ର ସାହୁ । ରବୀନ୍ଦ୍ରଙ୍କ ବୟସ 66 ଟପିଲାଣି । କିନ୍ତୁ ନିଜ ନିଷ୍ଠା ଓ ଚେଷ୍ଠା ବଳରେ ନିଜ ଚାଷ ଜମିରୁ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ଅମଳ କରି ପ୍ରେରଣାର ଉତ୍ସ ପାଲଟିଛନ୍ତି ରବୀନ୍ଦ୍ର ।

ରବୀନ୍ଦ୍ର ୧୯୭୯ ମସିହା ଠାରୁ ଧାନ ଓ ପରିବାର ଚାଷ କରିବା ଆରମ୍ଭ କରିଥିଲେ । ଗୋଟିଏ ଗୁଣ୍ଠ ଧାନ ଜମିରେ ଚାରି ବସ୍ତା ଧାନ ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି । ଏନେଇ ୨୦୧୯ ମସିହା ଠାରୁ ଅଧିକ କିଛି କରିବା ଆଶାରେ କଟକ କୃଷି ବିଭାଗର ଓୟୁଏଟିରୁ ୧୦୧୭ କିସମର ଧାନ ବିହନ (ଧରିତ୍ରୀ ଧାନ) ଆଣି ନିଜ ଜମିରେ ଚାଷ ଆରମ୍ଭ କରିଥିଲେ । ରାସାୟନିକ ଓ ଜୈବିକ ପଦ୍ଧତିରେ ଚାଷ କରି ଗୋଟିଏ ଧାନ ଗଛରୁ ୯ କେଣ୍ଡା ଧାନ ଫସଲ କରିବାରେ ସଫଳ ହୋଇଛନ୍ତି ରବିନ୍ଦ୍ର । ତେବେ ଏବର୍ଷ ଅଢେଇ ଏକର ଜମିରେ ଧାନଚାଷ କରିଥିବା ବେଳେ ଗଛରେ କେଣ୍ଡା କେଣ୍ଡା ଧାନ ଲହରୀ ଭାଙ୍ଗୁଛି । ଲକ୍ଷ୍ୟ ରଖିଛନ୍ତି ଗୋଟିଏ କୁଣ୍ଠ ଧାନ ଜମିରୁ ଚାରି ବସ୍ତା ଧାନ ସଂଗ୍ରହ କରିବା । କେବଳ ଯେ ରବୀନ୍ଦ୍ର ଜଣେ ସଫଳ ଚାଷୀ ତାହା ନୁହେଁ ବର୍ଂ ଚାଷ ସହିତ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କୁ ତାଲିମ ମଧ୍ୟ ଦେଉଛନ୍ତି । ଯାହାକୁ ନେଇ ରବୀନ୍ଦ୍ର ରାଜ୍ୟ ତଥା ରାଜ୍ୟ ବାହାରରୁ ବିଭିନ୍ନ ସମୟରେ ପୁରସ୍କୃତ ମଧ୍ୟ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ......ୟୁଟ୍ୟୁବ ଦେଖାଇଲା ରୋଜଗାରର ବାଟ, ପିଜୁଳି ଚାଷ କରି ଲାଭବାନ ହେଲେ ଦମ୍ପତି

ତେବେ ରବୀନ୍ଦ୍ରଙ୍କ ଠାରୁ ତାଲିମ ପାଇଁ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ମଧ୍ୟ ନିଜ ନିଜ କ୍ଷେତରେ ରବିନ୍ଦ୍ରଙ୍କ ଭଳି ଚାଷ କରିବା ଆରମ୍ଭ କରିଛନ୍ତି । ସେପଟେ ଗୋଟିଏ ଗଛରୁ 9 କେଣ୍ଡା ଧାନ ସଂଗ୍ରହ କରୁଥିବାରୁ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ସହିତ ଅନ୍ୟ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଲେ ସେମାନେ ମଧ୍ୟ ଜେଣେ ଜଣେ ସଫଳ ଚାଷୀ ହୋଇ ପାରିବେ ବୋଲି ଚାଷୀମାନେ କହିଛନ୍ତି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.