ETV Bharat / state

Ratna Bhandar Row:କମିଶନ ରିପୋର୍ଟ ସାର୍ବଜନୀନ ଦାବି କଲା ବିଜେପି - ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପିର ପ୍ରେସମିଟ

ପୀତାମ୍ବର କହିଛନ୍ତି ‘‘ 5 ବର୍ଷ ତଳେ ଏପ୍ରିଲ 6 2018 ମସିହାରେ ବିଜେପି ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇଥିଲା । ଏପ୍ରିଲ 3 ତାରିଖ 2018 ମସିହା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରତ୍ନ ଭଣ୍ଡାର ମରାମତି ପାଇଁ ଅନୁଧ୍ୟାନକାରୀ ଦଳ ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରକୁ ଯାଇଥିଲେ । କିନ୍ତୁ ତାଙ୍କ ପାଖରେ ଚାବି ନଥିଲା । ସେମାନେ ଫେରିଆସିଲେ। ଏପ୍ରିଲ 4 ତାରିଖରେ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଲେ ଚାବି ମିଳୁନି । ସମଗ୍ର ବିଶ୍ଵର ଦେବତାଙ୍କ ସମ୍ପତ୍ତି ସୁରକ୍ଷିତ ନାହିଁ । ଅଧିକ ପଢନ୍ତୁ

କମିଶନ ରିପୋର୍ଟ ସାର୍ବଜନୀନ ଦାବି କଲା ବିଜେପି
କମିଶନ ରିପୋର୍ଟ ସାର୍ବଜନୀନ ଦାବି କଲା ବିଜେପି
author img

By

Published : Apr 27, 2023, 9:53 PM IST

କମିଶନ ରିପୋର୍ଟ ସାର୍ବଜନୀନ ଦାବି କଲା ବିଜେପି

ଭୁବନେଶ୍ବର: ରାଜ୍ୟ ସରକାର ଏକ କମିଶନ ସର୍ବସ୍ବ ସରକାର । ସବୁ କ୍ଷେତ୍ରରେ କମିଶନ ବସାଉଛନ୍ତି। ଶେଷରେ ଜଗନ୍ନାଥଙ୍କ ପାଖରେ କମିଶନ ଲଗେଇ ଦେଲେ । ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ କମିଶନ ବସାଇଲେ । 6 ମାସ ପରେ ରିପୋର୍ଟ ଦେଲା ଜଷ୍ଟିସ ରଘୁବୀର ଦାସ କମିଶନ । ଏଥିରେ 22 ଲକ୍ଷ ଟଙ୍କା ଖର୍ଚ୍ଚ କଲେ ସରକାର । ବିଜେପି ଏତଲା ଦେଲା ପରେ ଜିଲ୍ଲାପାଳ କହିଲେ ରେକର୍ଡ ରୁମ୍‌ରୁ ଡୁପ୍ଲିକେଟ ଚାବି ମିଳିଛି । ହେଲେ ଆଜି ଯାଏଁ କାହିଁକି ରତ୍ନଭଣ୍ଡାର ଖୋଲି ପାରିଲା ନାହିଁ ? କାହିଁକି କମିଶନଙ୍କ ରିପୋର୍ଟ ସାର୍ବଜନୀନ ହେଲା ନାହିଁ ? ଆଜି ପ୍ରେସମିଟ୍‌ କରି ଏଭଳି ଶାଣିତ ଆକ୍ରମଣ କରିଛନ୍ତି ବରିଷ୍ଠ ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ।

ପୀତାମ୍ବର କହିଛନ୍ତି "5 ବର୍ଷ ତଳେ ଏପ୍ରିଲ 6 2018 ମସିହାରେ ବିଜେପି ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇଥିଲା । ଏପ୍ରିଲ 3 ତାରିଖ 2018 ମସିହା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରତ୍ନ ଭଣ୍ଡାର ମରାମତି ପାଇଁ ଅନୁଧ୍ୟାନକାରୀ ଦଳ ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରକୁ ଯାଇଥିଲେ । କିନ୍ତୁ ତାଙ୍କ ପାଖରେ ଚାବି ନଥିଲା । ସେମାନେ ଫେରିଆସିଲେ । ଏପ୍ରିଲ 4 ତାରିଖରେ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଲେ ଚାବି ମିଳୁନି । ସମଗ୍ର ବିଶ୍ଵର ଦେବତାଙ୍କ ସମ୍ପତ୍ତି ସୁରକ୍ଷିତ ନାହିଁ । ସରକାର ଚାବି ହଜାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନାଁରେ ବିଜେପି ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲା । ପୋଲିସ ଶୁଣିଲାନି । ଭିଜିଲାନ୍ସ ମଧ୍ୟ ଶୁଣିଲା ନାହିଁ । 2 ମାସ ଲୁଚକାଳି ଖେଳିବା ପରେ ଜୁନ୍‌ 6ରେ ଜଷ୍ଟିସ ରଘୁବୀର ଦାସ କମିଶନ ଗଠନ କଲେ ରାଜ୍ୟ ସରକାର । ବିଭିନ୍ନ କମିଶନ ଗଠନ ହେଲାଣି । କିନ୍ତୁ ଫଳ କଣ ହେଉଛି ।"

ସେହିପରି ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, "ରାଜ୍ୟ ସରକାର ଏକ କମିଶନ ସର୍ବସ୍ବ ସରକାର । ସବୁ କ୍ଷେତ୍ରରେ କମିଶନ ବସାଉଛନ୍ତି । ଶେଷରେ ଜଗନ୍ନାଥଙ୍କ ପାଖରେ କମିଶନ ଲଗାଇ ଦେଲେ । ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ କମିଶନ ବସାଇଲେ । 6 ମାସ ପରେ ରିପୋର୍ଟ ଦେଲା ଜଷ୍ଟିସ ରଘୁବୀର ଦାସ କମିଶନ । ଏଥିରେ 22 ଲକ୍ଷ ଟଙ୍କା ଖର୍ଚ୍ଚ କଲେ ସରକାର। ବିଜେପି ଏତଲା ଦେଲା ପରେ ଜିଲ୍ଲାପାଳ କହିଲେ ରେକର୍ଡ ରୁମରୁ ଡୁପ୍ଲିକେଟ ଚାବି ମିଳିଛି। ହେଲେ ଆଜି ଯାଏଁ କାହିଁକି ରତ୍ନଭଣ୍ଡାର ଖୋଲି ପାରିଲା ନାହିଁ ? କାହିଁକି କମିଶନଙ୍କ ରିପୋର୍ଟ ସାର୍ବଜନୀନ ହେଲା ନାହିଁ ?"

1960 ମସିହା ଟେମ୍ପୁଲ ଆକ୍ଟ ଅନୁସାରେ ଗଜପତିଙ୍କ ଅଧ୍ୟକ୍ଷତାରେ ଇନଭେଣ୍ଟରୀ କମିଟି ଗଠନ ହୋଇଛି । ଭିତର ଭଣ୍ଡାରରେ 2ଟା ତାଲା । ଚାବି ସରକାରୀ ଟ୍ରେଜେରୀରେ ରହିବା କଥା । ବାହାର ଭଣ୍ଡାର ଦୁଇ ଭାଗରେ ବିଭକ୍ତ । ଗୋଟିଏ ଭାଗରେ ଜାନିଯାତ୍ରା ବେଳେ ବ୍ୟବହାର ହେଉଥିବା ଅଳଙ୍କାର ରହିବ । ଆଉ ଗୋଟିଏ ଭାଗରେ ନିତ୍ୟ ବ୍ୟବହାର ଅଳଙ୍କାର ରହିବ । 1978 ମସିହାରୁ 45 ବର୍ଷରୁ ଅଧିକ ସମୟ ଧରି ଚାବି ସରକାର ହଜାଇ ଦେଇଛନ୍ତି । ସେହିଭଳି ବିଜେପି ଦୁଇଟି ଦାବି କରିଛି, ଯଦି ଡୁପ୍ଲିକେଟ ଚାବି ଅଛି । ତେବେ ରତ୍ନ ଭଣ୍ଡାର କାହିଁକି ଖୋଲୁନାହାନ୍ତି ସରକାର ? ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ କାହିଁକି ସରକାର ଖୋଳୁନାହାନ୍ତି ? ରାଜ୍ୟ ସରକାର ଯଦି ଜଗନ୍ନାଥଙ୍କ ସମ୍ପତ୍ତି ପାଇଁ ଚିନ୍ତିତ ତେବେ ତୁରନ୍ତ ଖୋଲନ୍ତୁ ରତ୍ନ ଭଣ୍ଡାର । ବିଜେଡ଼ିର ଜଣେ ବରିଷ୍ଠ ନେତା ପୁରୀ ଜିଲ୍ଲାର ରତ୍ନ ଭଣ୍ଡାର ଲୁଟ୍‌ ହେଉଛି ବୋଲି କହିଥିଲେ । ଜଷ୍ଟିସ ରଘୁବୀର ଦାସ କମିଶନର ରିପୋର୍ଟ କାହିଁକି ସାର୍ବଜନୀନ କରୁନାହାନ୍ତି ସରକାର । ବିଧାନସଭାରେ ରିପୋର୍ଟ ଉପସ୍ଥାପିତ କରନ୍ତୁ ସରକାର । କମିଶନ ପ୍ରତି ସରକାରଙ୍କ ସମ୍ମାନ ନାହିଁ । ତୁରନ୍ତ ଜଷ୍ଟିସ ରଘୁବୀର ଦାସ କମିଶନର ରିପୋର୍ଟ ଆଧାରରେ କଣ ସବୁ ଆକ୍ସନ ନେଇଛନ୍ତି । ବିଧାନସଭାରେ ଉପସ୍ଥାପନା କରନ୍ତୁ ଏବଂ ସାର୍ବଜନୀନ କରନ୍ତୁ । ମୁଖ୍ୟମନ୍ତ୍ରୀ ଯଦି ଜଗନ୍ନାଥଙ୍କ ଭକ୍ତ ତେବେ କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କୁହନ୍ତୁ ? ଏଏସଆଇକୁ ରତ୍ନ ଭଣ୍ଡାର ମରାମତି ଦାୟିତ୍ୱ ଦିଅନ୍ତୁ ବୋଲି ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.