ଖୋର୍ଦ୍ଧା: ଜିଲ୍ଲା ଜଟଣୀ ପୋୖରାଞ୍ଚଳ ଅଧିନ 7ନଂ ୱାର୍ଡର ରସିଦା ବେଗମ । ଅଟୋ ଚଳାଇ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ସ୍ୱାମୀ ନୈମୁଲ୍ଲା ଦୀର୍ଘ ଚାରି ବର୍ଷ ହେବ ପାରାଲିସିସରେ ଆକ୍ରାନ୍ତ ଏଥିସହ ତାଙ୍କ ଆଖିକୁ ଠିକ ଦେଖାଯାଉନାହିଁ ଆଉ ବିକଳାଙ୍ଗ ଅବସ୍ଥାରେ ଘରେ ପଡିରହୁଛନ୍ତି ।
ଘରେ ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ସେହିପରି ସରକାରୀ ସହାୟତା କହିଲେ ରାସନ କାର୍ଡ ଖଣ୍ଡେ । ପ୍ରତିଦିନ ଅଟୋ ଚଳାଇ ଯାହା ରୋଜଗାର ହୁଏ ସେଥିରେ ନିଜର ପରିବାର ଚଳାଉଛନ୍ତି ରସିଦା । ଆଉ ଏବେ ଲକଡାଉନ ପାଇଁ ଲୋନରେ ଆଣିଥିବା ଅଟୋର କିସ୍ତି ଦେବାକୁ କଷ୍ଟ ହେଉଥିବା ସେ କହିଛନ୍ତି । ରସିଦା ଭଡାରେ ଭୁବନେଶ୍ୱର, ନିମାପଡା, ଖୋର୍ଦ୍ଧା ଆଦି ଅଞ୍ଚଳକୁ ଅଟୋରେ ଯାତ୍ରୀଙ୍କୁ ନେଇ ଯିବା ଆସିବା କରିଥାନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ