ଖୋର୍ଦ୍ଧା: ବିରଳ ପ୍ରଜାତିର ପେଚା ଉଦ୍ଧାର । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଏକ ବିରଳ ପ୍ରଜାତିର ପେଚା ଉଦ୍ଧାର କରାଯାଇଛି । ପେଚାଟିକୁ କାଉମାନେ ସଂଘବଦ୍ଧ ଭାବେ ଆକ୍ରମଣ କରୁଥିବା ବେଳେ ଜଣେ ପୋଲିସ କର୍ମଚାରୀ ପେଚାଟିକୁ ଉଦ୍ଧାର କରିଥିଲେ ।
ପରେ ପେଚାଟିକୁ ଖୋର୍ଦ୍ଧା ବନାଞ୍ଚଳ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା । ତେବେ ପେଚାଟିକୁ ନନ୍ଦନକାନନରେ ଛଡାଯିବ ବୋଲି ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀ କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ