ETV Bharat / state

ଗୋଟିଏ ନାଁରେ ଜେଲରେ ଥିଲେ ୨ କଏଦୀ; ଜଣଙ୍କୁ ଜାମିନ, ଅନ୍ୟ ଜଣଙ୍କୁ ଛାଡିଦେଲେ

author img

By ETV Bharat Odisha Team

Published : Sep 23, 2023, 5:07 PM IST

Updated : Sep 23, 2023, 9:06 PM IST

ଝାରପଡ଼ା ଜେଲରେ ଗୋଟିଏ ନାଁରେ ଥିଲେ 2 ଜଣ କଏଦୀ । ଜଣଙ୍କୁ ଜାମିନ ମିଳିଥିବା ବେଳେ ଅନ୍ୟ ଜଣଙ୍କୁ ଛାଡ଼ିଦେଲେ । ଅଧିକ ପଢନ୍ତୁ

Etv Bharat
Etv Bharat
ଗୋଟିଏ ନାଁରେ ଜେଲରେ ଥିଲେ ୨ କଏଦୀ

ଭୁବନେଶ୍ବର: କଏଦୀ କାରାଗାର ଝାରପଡ଼ା ଜେଲରେ ଚରମ ଅବହେଳା । କଏଦୀଙ୍କ ପାଇଁ କଠୋର ବଦଳରେ ପ୍ରିୟାପ୍ରୀତି ତୋଷଣ ନୀତି ଅଭିଯୋଗ । ଜଣଙ୍କ ନାଁରେ ଦୁଇ ଜଣଙ୍କୁ ଛାଡିଦେଲେ ଜେଲ ବିଭାଗ କର୍ମଚାରୀ । ଏଭଳି ସାଙ୍ଘାତିକ ଘଟଣା ସାମ୍ନାକୁ ଆସିବା ପରେ ଏବେ ଏହାକୁ ନେଇ ହଟଚମଟ ଲାଗି ରହିଛି । ଏନେଇ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବା ବେଳେ କେମିତି ଓ କିଏ କଲା ସେ ନେଇ କାରଣ ଖୋଜା ଚାଲିଛି । ସେପଟେ ଏ ନେଇ ଜେଲ ବିଭାଗର ଜଣେ ଡିଆଇଜି ଘଟଣାର ତଦନ୍ତ କରୁଛନ୍ତି ।

ସୂଚନା ମୁତାବକ ଜଣେ ଠକେଇ ଅଭିଯୋଗରେ ଗିରଫ ହୋଇଥିବା ରମେଶ ଚନ୍ଦ୍ର ଜେନା ଜେଲରେ ବିଚାରଧୀନ କଏଦୀ ଥିଲେ । ହେଲେ ସେହି ନାଁରେ ବରଗଡ଼ ଥାନା ଅଞ୍ଚଳରୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିଲେ ଅନ୍ୟତମ ଅଭିଯୁକ୍ତ ରମେଶ ଚନ୍ଦ୍ର ଜେନା । ଏନେଇ ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ରମେଶ ଚନ୍ଦ୍ର ଜେନାକୁ ଜାମିନ ମିଳିବା ପରେ ତାଙ୍କର ଡକ୍ୟୁମେଣ୍ଟ ଜେଲରେ ପହଞ୍ଚିଥିଲା । ସେହି ଦିନ ପୂର୍ବତନ ଜେଲର ସନ୍ତୋଷିନୀ ଦାସଙ୍କ ଭୁବନେଶ୍ଵରରୁ ଅନ୍ୟତ୍ର ବଦଳି କରାଯାଇଥିଲା । ଠିକ ସେହି ସମୟରେ ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ବଦଳରେ ଦୁଷ୍କର୍ମ ମାମଲାରେ ଥିବା କଏଦୀ ରମେଶ ଚନ୍ଦ୍ର ଜେନାକୁ ଛାଡିଦେଇଥିଲେ ‌।

ଏହା ବି ପଢନ୍ତୁ- କୋରାପୁଟରେ ଚାଞ୍ଚଲ୍ୟ, ଜାମିନ ନ ମିଳିବାରୁ କାନ କାଟିଲା କଏଦୀ

ପରେ ଯେତେବେଳେ ତାର ଆରଦିନ ନୂଆ ଜେଲର୍‌ ଯୋଗଦେଲେ ସେହି ଡକ୍ୟୁମେଣ୍ଟ ଆଧାରରେ ଠକେଇ ମାମଲାରେ ଗିରଫ ହୋଇଥିବା ରମେଶଙ୍କ ଜାମିନ କାଗଜ ମିଳିଥିଲା । ଏହାପରେ ଏହି ରମେଶ ଚନ୍ଦ୍ର ଜେନାକୁ ମୁକୁଳେଇ ଦେଇଥିଲେ । ହେଲେ ଯେତେବେଳେ କୋର୍ଟରେ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ରମେଶ ଚନ୍ଦ୍ର ଜେନାର କୋର୍ଟରେ ହାଜର ପାଇ କାଗଜ ଆସିଲା ସେତେବେଳକୁ ସିଏ ଜେଲରେ ନଥିଲା । ଏନେଇ କାରଣ ଖୋଜୁ ଖୋଜୁ ଜଣାପଡ଼ିଲା କି ସେ ଅନ୍ୟ ଜଣକର ଡକ୍ୟୁମେଣ୍ଟରେ ଜେଲ ବିଭାଗ କର୍ମଚାରୀ ତାକୁ ଛାଡ଼ିଦେଇଛନ୍ତି ।

ତେବେ ବଡ଼ କଥା ହେଲା ଏପରି କେମିତି ହେଲା ? କାରଣ ଯେତେବେଳେ ଜଣେ କଏଦୀକୁ ଛଡାଯାଏ ତାର‌ ଗୋଡ ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ଚିହ୍ନ, ବର୍ଣ୍ଣ, ଉଚ୍ଚତା ସବୁ ପରଖିବା ସହ ତାର ନିଜ ନାଁ ଓ ବାପା ନାଁ ପଚାରି ଛଡାଯାଏ । ଯଦି ସେହି ନାଁରେ ଅନ୍ୟର ଡକ୍ୟୁମେଣ୍ଟରେ ଆଉ ଜଣେ କଏଦୀ ଛାଡ଼ାଗଲା ସେତେବେଳେ ତାକୁ ସଠିକ ଭାବେ ତଦନ୍ତ କରାଯାଇଥିଲା କି ନାହିଁ। ତାର ଭେରିଫିକେସନ ବେଳେ କେଉଁ କେଉଁ ଥାନା ଅଞ୍ଚଳକୁ ଗଲା ? ତାର ନାଁ ଓ ବାପା ନାଁ ଠିକରେ ଯାଞ୍ଚ କରାଯାଇଥିଲା କି ନାହିଁ ? ଏଭଳି ଅନେକ ଦିଗ ସାମ୍ନାକୁ ଆସୁଛି ।

ତେବେ 2 ଦିନରେ 2 ଜଣ ଜେଲରଙ୍କ ବଦଳି ଓ ଯୋଗଦାନର ଫାଇଦା ନେଇ ଏଭଳି କିଏ କରିଛି ? ଏହା ପଛରେ ଜେଲ କର୍ମଚାରୀଙ୍କ ହାତ ରହିଛି ନା ଭୁଲବଶତଃ ଏପରି ଘଟିଛି ? ତେବେ ଭୁଲରେ ଛଡାଯାଇଥିଲା କଏଦୀଙ୍କୁ ଜେଲକୁ ଅଣାଯାଇଛି ସତ, ହେଲେ ଏଭଳି ଚରମ ଅବହେଳାର ତ୍ରୁଟିର କାରଣ ଖୋଜା ଚାଲିଛି। ଏନେଇ ଜେଲ ଡିଆଇଜି ଗରିବ ସାହୁଙ୍କୁ ତଦନ୍ତ କରି ଜେଲ ଡିଜିଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି ।

ଏନେଇ ଜେଲ ବିଭାଗର ମାନୁଆଲ ଅନୁସାରେ କାମ ହେଉଛି କି ନାହିଁ ? କ୍ରାଇମ କ୍ରିମିନାଲ ଟ୍ରାକିଂ ସଠିକ ଭାବେ ହେଉଛି କି ନାହିଁ ? ଏପରି ଘଟଣା ପ୍ରଥମ ଘଟିଛି ନା ଆଗରୁ ଏପରି କେହି ଏହାର ଫାଇଦା ନେଇଛନ୍ତି ? ଏଭଳି ଅନେକ ପ୍ରଶ୍ନ ଠିଆ ହୋଇଥିବା ବେଳେ ଏ ଦିଗରେ ତଦନ୍ତ ପରେ ହୁଏତ କିଛି ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 23, 2023, 9:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.