ETV Bharat / state

ଆସନ୍ତା 7ରେ ରମାଦେବୀ ପ୍ରେକ୍ଷାଳୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ - ଆସୁଛନ୍ତି ରାଷ୍ଟ୍ରପତି

ଆସୁଛନ୍ତି ରାଷ୍ଟ୍ରପତି । ରମାଦେବୀ ବିଶ୍ଵବିଦ୍ୟାଳୟର ଦିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ଅଧିକ ପଢ଼ନ୍ତୁ

Ramadevi Theater
ଉଦଘାଟନ ହେବ ରମାଦେବୀ ପ୍ରେକ୍ଷାଳୟ
author img

By

Published : Feb 3, 2023, 6:56 AM IST

ଉଦଘାଟନ ହେବ ରମାଦେବୀ ପ୍ରେକ୍ଷାଳୟ

ଭୁବନେଶ୍ବର: ରମାଦେବୀ ବିଶ୍ଵବିଦ୍ୟାଳୟର ଭିତ୍ତିଭୂମି ହେଉଛି ସୁଦୃଢ଼ । ରାଷ୍ଟ୍ରପତି ଆସିବା ପୂର୍ବରୁ ଉଦଘାଟନ ହେବ ରମାଦେବୀ ପ୍ରେକ୍ଷାଳୟ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଭାଗିଦାରୀରେ ରାଜ୍ୟର ପ୍ରଥମ ମହିଳା ବିଶ୍ବବିଦ୍ୟାଳୟରେ ଅନେକ ବିକାଶ କାର୍ଯ୍ୟ ଆଗେଇବାରେ ଲାଗିଛି । ରମାଦେବୀ ବିଶ୍ଵବିଦ୍ୟାଳୟର ଭିତ୍ତିଭୂମି ସଜାଡିବାରେ ଲାଗିଛନ୍ତି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ । ସ୍ୱାଧୀନତା ସଂଗ୍ରାମୀ ରମାଦେବୀଙ୍କ ନାମରେ ଏକ ଅଡିଟୋରିୟମ ରମାଦେବୀ ବିଶ୍ବବିଦ୍ୟାଳୟ ପରିସର ମଧ୍ୟରେ ଉଦଘାଟନ ଅପେକ୍ଷାରେ ଅଛି ।

ଆସନ୍ତା 7 ତାରିଖ ଦିନ ଏହି ରମାଦେବୀ ଅଡିଟୋରିୟମ ଉଦଘାଟନ ହେବାର ଯୋଜନା ରହିଛି । ଏହି ଅଡିଟୋରିୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ରମାଦେବୀ ଅଡିଟୋରିୟମଟି ପ୍ରାୟ 17 କୋଟି ଟଙ୍କା ବ୍ୟୟ ଅଟକଳରେ କରାଯାଇଛି । ଏହି ଅଡିଟୋରିୟମଟି ସମ୍ପୂର୍ଣ୍ଣ କରାଯାଉଥିବା ବେଳେ 1000 ସିଟ କ୍ଷମତାରେ ଛାତ୍ରୀମାନଙ୍କୁ ବସିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଏହା ସମେତ ରମାଦେବୀ ବିଶ୍ଵବିଦ୍ୟାଳୟର ମୁଖ୍ୟ ଫାଟକକୁ ମଧ୍ୟ ଭଙ୍ଗାଯାଇ ଏକ ନୂତନ ଫାଟକ ପ୍ରସ୍ତୁତ କରାଯାଉଛି । ଯାହା ଦୁଇଟି ଫାଟକ କରାଯାଇଛି । ଏହା ମଧ୍ୟ ଉଦଘାଟନ ଅପେକ୍ଷାରେ ରହିଛି । ଏହାସହ ଲାଇବ୍ରେରୀ ବିଲଡିଙ୍ଗ ଏବଂ ଛାତ୍ରୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ସୂଚନା ଅନୁଯାୟୀ, ଆସନ୍ତା ୧୦ ତାରିଖ ଦିନ ମହାମହିମ ରାଷ୍ଟ୍ରପତି ରମାଦେବୀ ବିଶ୍ଵବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଏହାକୁ ନେଇ ବିଶ୍ଵବିଦ୍ୟାଳୟ ଏବେ ଚଳଚଞ୍ଚଳ ।

ଛାତ୍ରୀଙ୍କ ଠାରୁ ଆରମ୍ଭ କରି କୁଳପତିଙ୍କ ପର୍ଯ୍ୟନ୍ତ ସମସ୍ତେ ଏକାଗ୍ରତା ଭାବରେ କାମ କରୁଛନ୍ତି । କିଭଳି ଭାବରେ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବେ ସେନେଇ ଜୋରଦାର ଚାଲିଛି ପ୍ରସ୍ତୁତି । ଯେହେତୁ ରାଷ୍ଟ୍ରପତି ନିଜେ ଏହି ରମାଦେବୀ ବିଶ୍ଵବିଦ୍ୟାଳୟରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ପାଠ ପଢ଼ୁଥିଲେ । ତେଣୁ କଲେଜ ପଢୁଥିବା ସମୟର ସାଙ୍ଗମାନଙ୍କ ସହ ଏକାଠି ହେବେ ରାଷ୍ଟ୍ରପତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୦ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ । ଓଡ଼ିଶା ଆସି ରମାଦେବୀ ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟଅତିଥି ଭାବେ ଯୋଗ ଦେବେ । ଏନେଇ ରମାଦେବୀ ବିଶ୍ବବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ ସୂଚନା ଦେଇଛନ୍ତି । ୧୦ ତାରିଖ ପୂର୍ବାହ୍ନ ୧୧ଟା ୪୫ ମିନିଟ ସମୟରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିବେ। ଅପରାହ୍ନ ୪ଟା ୧୫ ମିନିଟ୍ ସମୟରେ ରମାଦେବୀ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିପରି ୧୧ ତାରିଖ ସକାଳ ୯ଟା ୧୫ରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.