ETV Bharat / state

କୋରୋନା ପାଇଁ ମାନ୍ଦା ପଡିଲା ରଜ ପାନ ବ୍ୟବସାୟ

author img

By

Published : Jun 13, 2020, 5:36 PM IST

ଚଳିତ ବର୍ଷ ବିଶ୍ୱରେ ଦେଖାଦେଇଥିବା କୋରୋନା ମହାମାରୀ ପାଇଁ ସତେ ଯେମିତି ରଜ ମଉଜ ଓ ରଜ ପାନ ବ୍ୟବସାୟ ସମ୍ପୂର୍ଣ୍ଣ ଭାବେ ମାନ୍ଦା ପଡିଯାଇଛି । ଅଧିକ ପଢନ୍ତୁ...

Raja pan business has been slow for Corona
କୋରୋନା ପାଇଁ ମାନ୍ଦା ପଡିଲା ରଜ ପାନ ବ୍ୟବସାୟ

ଖୋର୍ଦ୍ଧା:ରାତିରେ ପାହିଲେ ଓଡ଼ିଆଙ୍କ ପର୍ବ ରଜ । ଏହି ରଜ ମଉଜରେ ଖେଳକୁଦ ସହ ବନ୍ଧୁବର୍ଗଙ୍କ ଗହଣରେ ସମୟ କଟିଥାଏ । ଆଉ ଏହି ପର୍ବର ଅନ୍ୟ ଏକ ଆକର୍ଷଣ ହେଉଛି ରଜ ପାନ । ରଜରେ ଏହି ପାନର ଚମକ ଓ ମହକ ଅନ୍ୟ ଦିନ ମାନଙ୍କରେ ବିକ୍ରି ହେଉଥିବା ପାନ ଠାରୁ ସ୍ୱତନ୍ତ୍ର । କିନ୍ତୁ ଚଳିତ ବର୍ଷ ବିଶ୍ୱରେ ଦେଖାଦେଇଥିବା କୋରୋନା ମହାମାରୀ ପାଇଁ ସତେ ଯେମିତି ରଜ ମଉଜ ଓ ରଜ ପାନ ବ୍ୟବସାୟ ସମ୍ପୂର୍ଣ୍ଣ ଭାବେ ମାନ୍ଦା ପଡିଯାଇଛି ।

କୋରୋନା ପାଇଁ ମାନ୍ଦା ପଡିଲା ରଜ ପାନ ବ୍ୟବସାୟ

ରଜ ପାନ ପାଇଁ ବେଶ ପରିଚିତ ଖୋର୍ଦ୍ଧାର ସାରୁଅ ରଜ ପାନ ବଜାର ଏବେ ଖାଁ ଖାଁ । ମୁଖ୍ୟତଃ ରଜ ପାନ ପାଇଁ ଦରକାର ହେଉଥିବା ମିଠା ମସଲା ସୁଦୂର କୋଲକାତାରୁ ଆସିଥାଏ, କିନ୍ତୁ କୋରୋନା ପାଇଁ ତାହା ଏବର୍ଷ ସମ୍ଭବ ହୋଇନଥିବା କହିଛନ୍ତି ବ୍ୟବସାୟୀ ।

ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଚଳିତ ମାସର ପ୍ରତି ଶନିବାର ଓ ରବିବାର ସଟଡାଉନ ପ୍ରଶାସନ ପକ୍ଷରୁ କରାଯାଇଥିବାରୁ ରଜ ପାନ ପାଇଁ ଗ୍ରାହକଙ୍କ ବିଶେଷ ଭିଡ଼ ମଧ୍ୟ ଦେଖିବାକୁ ମିଳୁନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.