ETV Bharat / state

ଖୋର୍ଦ୍ଧାରେ ରଜ ଫିକା, ନାହିଁ ପୂର୍ବବର୍ଷ ଭଳି ଉତ୍ସାହ - khurdha news

କୋରୋନା କଟକଣା ଯୋଗୁ ଫିକା ପଡିଛି କୁଆରୀଙ୍କ ବଡ଼ ପର୍ବ ରଜ ଉତ୍ସବ । ଖୋର୍ଦ୍ଧାରେ ଦେଖିବାକୁ ମିଳୁନି ଉତ୍ସାହ । ଅଧିକ ପଢନ୍ତୁ....

ଖୋର୍ଦ୍ଧାରେ ରଜ ଫିକା, ନାହିଁ ପୂର୍ବବର୍ଷ ଭଳି ଉତ୍ସାହ

author img

By

Published : Jun 14, 2021, 4:54 PM IST

ଖୋର୍ଦ୍ଧା: କୋରୋନା କଟକଣା ଯୋଗୁଁ ଫିକା ପଡିଛି କୁଆରୀଙ୍କ ବଡ଼ ପର୍ବ ରଜ ଉତ୍ସବ । ପ୍ରତିବର୍ଷ ରଜ ପାଇଁ ବର୍ଷଯାକ ଅପେକ୍ଷା କରିଥାନ୍ତି କୁମାରୀମାନେ । ରଜ 4 ଦିନ ସଜବାଜ ହୋଇ ଗୀତ ଗାଇ ଦୋଳି ଖେଳି ରଜ ପାଳନ କରିଥାନ୍ତି କୁମାରୀମାନେ।

ଖୋର୍ଦ୍ଧାରେ ରଜ ଫିକା, ନାହିଁ ପୂର୍ବବର୍ଷ ଭଳି ଉତ୍ସାହ

କିନ୍ତୁ କୋଭିଡ କଟକଣା କାରଣରୁ ସରକାର ବିଭିନ୍ନ ପ୍ରକାର କଟକଣା ଜାରି କରିଛନ୍ତି । ଫଳରେ ଫିକା ପଡିଛି ଚଳିତବର୍ଷର ରଜ । ଖୋର୍ଦ୍ଧା ଜିଲ୍ଲାର ବିଶେଷକରି ମା ଉଗ୍ରତାରଙ୍କ ପୀଠ, କୋଶଳାଶୁଣି ପୀଠ, ବରମୂଳେଇ ପୀଠ, ମା ବାରୁଣେଇଁଙ୍କ ପୀଠ ଚଳଚଞ୍ଚଳ ରହୁଥିବାବେଳେ ଏଥର କିନ୍ତୁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ସେଥିପାଇଁ ଏହି ପର୍ବ ପୁରପଲ୍ଲୀରେ ଖାଁ ଖାଁ । କୁଆରୀମାନେ ଏଥର ନିଜ ନିଜ ଘରେ ଦୋଳି ବାନ୍ଧି ରଜମଉଜ ପାଳୁଥିବା ଦେଖିବାକୁ ମିଳିଛି । କିନ୍ତୁ ପୂର୍ବବର୍ଷ ପରି ରଜ ପାଳନରେ ଉତ୍ସୁକତା ଦେଖିବାକୁ ମିଳୁନି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.