ETV Bharat / state

ଦୁଇ ଦିନ ବର୍ଷା, ପାଣିପାଗ ବିଭାଗର ପୂର୍ବାନୁମାନ - odisha

ଆସନ୍ତା 8 ଓ 9 ତାରିଖରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । 12ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Feb 9, 2019, 10:10 AM IST

ଭୁବନେଶ୍ବର: ଆସୁଛି ବର୍ଷା । ଆସନ୍ତା 8 ଓ 9 ତାରିଖରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । 12ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଜଣାଯାଇଛି ଯେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରିଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଖୋର୍ଦ୍ଧା, କଟକ, ସୋନପୁର, ବୌଦ୍ଧ, ବଲାଙ୍ଗିର, ରାୟଗଡା, ଗଜପତି, ସୁନ୍ଦରଗଡ ଏବଂ କନ୍ଧମାଳ । ଏହି ସବୁ ଜିଲ୍ଲାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । 8 ତାରିଖରେ ପଶ୍ଚିମ ଓଡିଶାରେ ଯଥା ସୁନ୍ଦରଗଡ, ସୋନପୁର, ବଲାଙ୍ଗୀର, ନବରଙ୍ଗପୁର, କୋରାପୁର, ବରଗଡ଼, ଦେଓଗଡ଼, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
undefined

ସୂଚନାଯୋଗ୍ୟ ଯେ ଧିରେଧିରେ ରାଜ୍ୟରୁ ବିଦାୟ ନେଉଛି ଶୀତ । ବର୍ତ୍ତମାନ ରାଜଧାନୀରେ ଦିନବେଳା ତାପମାତ୍ରା ୩୦ ଡିଗ୍ରି ଥିବା ବେଳେ ରାତିରେ ତାପମାତ୍ରା ଆଶାତୀତ ଭାବେ ହ୍ରାସ ପାଉଛି । ବର୍ଷା ହେଲେ ତାପମାତ୍ର କମିବାର ଆଶା କରାଯାଉଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

ବୁଆ-ଭତିଜାଙ୍କ ରାଜନୀତିରେ ଲାଗିବ ଅଲିଗଡ଼ ତାଲା: ଅମିତ ଶାହ 

ଅଲୀଗଡ଼: ଆଗାମୀ ଲୋକସଭା ନିର୍ବାଚନରେ ବିଜୟ ହାସଲ କରିବା ପାଇଁ ନିଜର ପ୍ରୟାସ ଆରମ୍ଭ କଲାଣି ବିଜେପି । ଗତ 2014 ନିର୍ବାଚନ ପରି 'ବୁଥ ଜିତୋ, ଚୁନାବ ଜିତୋ' ନାରା ଆପଣାଇ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି ଦଳ । ଏଥିପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ବୁଥ ଅଧ୍ୟକ୍ଷ-ପ୍ରଭାରୀ ସମ୍ମିଳନୀରେ ପହଞ୍ଚିଛନ୍ତି । ବୁଧବାର ଅଲିଗଡ଼ର ତାଲାନଗରୀରେ ଆୟୋଜିତ ହୋଇଥିବା ବିଜେପି ବୁଥସ୍ତରୀୟ ସମ୍ମିଳନୀରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଜିତିବାର ମନ୍ତ୍ର ଶୁଣାଇଛନ୍ତି ଶାହ । 

ସମ୍ମିଳନୀରେ ସପା-ବସପା ମେଣ୍ଟକୁ ଅମିତ ଶାହ ଟାର୍ଗେଟ କରିଛନ୍ତି । ଏହାସହ ଉତ୍ତରପ୍ରଦେଶରେ ବିଜେପିର ସିଟ୍ ସଂଖ୍ୟା 73 ରୁ 74କୁ ବୃଦ୍ଧି କରିବା ଓ ବୁଆ-ଭତିଜାଙ୍କ ରାଜନୀତିରେ ଅଲିଗଡ଼ର ତାଲା ଲଗାଯିବ ବୋଲି କହିଛନ୍ତି ଶାହ । 2017 ବିଧାନସଭା ନିର୍ବାଚନକୁ ମନେପକାଇ ଶାହ କହିଛନ୍ତି, ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ଓ ସପା ଏକାଠି ହୋଇଥିଲେ ଯାହାର କୌଣସି ପ୍ରଭାବ ବିଜେପି ଉପରେ ପଡ଼ିନଥିଲା । ବିଜେପି 325ଟି ସିଟ୍ ଜିତିଥିଲା ।   

ଯୋଗୀ ସରକାରଙ୍କ ସଫଳତା ବଖାଣିବା ସହ ଅଲିଗଡ଼ ତାଲାର ମାର୍କେଟିଂ କାମ ବିଜେପି ସରକାର କରିଛନ୍ତି ବୋଲି ଶାହ କହିଛନ୍ତି । ଏହା ରାମ ମନ୍ଦିର ବାବଦରେ ଶାହ ସପା, ବସପା ଓ କଂଗ୍ରେସକୁ ନିଜ ନିଜର ଏଜେଣ୍ଡା ସ୍ଥିର କରିବାକୁ ମଧ୍ୟ କହିଛନ୍ତି ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.