ETV Bharat / state

ଭୁବନେଶ୍ବର ଷ୍ଟେସନରେ ରେଳମନ୍ତ୍ରୀ, ନବୀକରଣ କାର୍ଯ୍ୟର କଲେ ସମୀକ୍ଷା - ଭୁବନେଶ୍ବର ରେଳ ଷ୍ଟେସନ

Railway Minister visits Bhubaneswar station: ଭୁବନେଶ୍ବର ରେଳ ଷ୍ଟେସନରେ ନବୀକରଣ କାର୍ଯ୍ୟ ଜୋରଦାର ଜାରି ରହିଥିବା ବେଳେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଏହାର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

ବିଶ୍ବସ୍ତରୀୟ ହେବ ଭୁବନେଶ୍ବର ରେଳ ଷ୍ଟେସନ
ବିଶ୍ବସ୍ତରୀୟ ହେବ ଭୁବନେଶ୍ବର ରେଳ ଷ୍ଟେସନ
author img

By ETV Bharat Odisha Team

Published : Jan 6, 2024, 12:00 PM IST

Updated : Jan 6, 2024, 2:06 PM IST

ଭୁବନେଶ୍ବର ଷ୍ଟେସନରେ ରେଳମନ୍ତ୍ରୀ

ଭୁବନେଶ୍ୱର: ବିଶ୍ବସ୍ତରୀୟ ହେବ ଭୁବନେଶ୍ବର ରେଳ ଷ୍ଟେସନ । ବିମାନବନ୍ଦର ଭଳି ଯାତ୍ରୀଙ୍କୁ ସେବା ଯୋଗାଇବ ଏହି ଷ୍ଟେସନ । ଏନେଇ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଆଜି ରେଳ ଷ୍ଟେସନରେ ପହଞ୍ଚି ଏହାର ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୨୦୨୫ ଡିସେମ୍ବର ସୁଦ୍ଧା ଭୁବନେଶ୍ବର ଷ୍ଟେସନର ମୁଖ୍ୟ ପ୍ରବେଶ ପଥର ୧୧ ମହଲା ବିଲ୍ଡିଂ କାମ ସରିବ ବୋଲି କହିଛନ୍ତି ରେଳମନ୍ତ୍ରୀ । ରେଳ ଷ୍ଟେସନର ସମ୍ପୂର୍ଣ୍ଣ ବିଲ୍ଡିଂର ବ୍ଲୁ ପ୍ରିଣ୍ଟ ଦେଖିବା ସହ କିଭଳି ଠିକ୍ ଭାବରେ ଏବଂ ସୁରକ୍ଷିତ ଭାବରେ କାର୍ଯ୍ୟ କରିବେ ସେନେଇ ଶ୍ରମିକମାନଙ୍କୁ ପରାମର୍ଶ ଦେଇଛନ୍ତି ।

ବିଶ୍ବସ୍ତରୀୟ ରେଳ ଷ୍ଟେସନ କରିବା ପାଇଁ ଭୁବନେଶ୍ବର ଷ୍ଟେସନରେ ଜୋରଦାର କାମ ଜାରି ରହିଥିବା ବେଳେ ଆଜି ରେଳ ଷ୍ଟେସନ ନବୀକରଣ କାର୍ଯ୍ୟର ତଦାରଖ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ । ଅନ୍ୟ ରେଳ ଅଧିକାରୀଙ୍କ ସହ ନବୀକରଣ କାର୍ଯ୍ୟ ଚାଲିଥିବା ସ୍ଥାନକୁ ଯାଇ ତଦାରଖ କରିଛନ୍ତି । ଏହା ସହ ଭୁବନେଶ୍ଵର ରେଳ ଷ୍ଟେସନର ସମ୍ପୂର୍ଣ ବିଲ୍ଡିଂର ବ୍ଲୁ ପ୍ରିଣ୍ଟ୍ ଦେଖିଛନ୍ତି । କାର୍ଯ୍ୟ କିଭଳି ଭାବରେ କରାଯାଉଛି କେତେ ଶୀଘ୍ର ଶେଷ ହେବ ସେନେଇ ମଧ୍ୟ ଆଲୋଚନା କରିଛନ୍ତି । ଏହାରି ମଧ୍ୟରେ ଏହି ପ୍ରକଳ୍ପକୁ ଆଗକୁ ନେଉଥିବା ଶ୍ରମିକମାନେଙ୍କ ସହ ସହିତ ଆଲୋଚନା ମଧ୍ୟ କରିଛନ୍ତି । କିଭଳି ଠିକ୍‌ ଭାବରେ ଏବଂ ସୁରକ୍ଷିତ ଭାବରେ କାର୍ଯ୍ୟ କରିବେ ସେନେଇ ପରାମର୍ଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ... ୬ରୁ ଦଶପଲ୍ଲାକୁ ଗଡିବ ଟ୍ରେନ, ଶୁଭାରମ୍ଭ କରିବେ ଅଶ୍ୱିନୀ ବୈଷ୍ଣବ

ନୂଆ ରେଳ ଷ୍ଟେସନର ଦୁଇ ପାର୍ଶ୍ବ ଅର୍ଥାତ୍ ମାଷ୍ଟରକ୍ୟାଣ୍ଟିନ ଓ କଟକ ରୋଡ ପାର୍ଶ୍ବରେ ଥିବା ପ୍ରବେଶପଥକୁ ବିକାଶ କରାଯାଉଛି । ଉଭୟ ପାର୍ଶ୍ବରେ ଷ୍ଟେସନ ଭିତରକୁ ପ୍ରବେଶ ଲାଗି ଦୁଇଟି ବାଟ ରହିବ ଓ ବାହାରକୁ ଆସିବା ଲାଗି ଯାତ୍ରୀଙ୍କ ପାଇଁ ଗୋଟିଏ ବାଟ ରହିବ । ଷ୍ଟେସନ୍‌ରେ ଦୈନିକ ଯେପରି ୧ ଲକ୍ଷ ୪୩ ହଜାର ୪୫ ଜଣ ରେଳଯାତ୍ରୀ ଚଳପ୍ରଚଳ କରିପାରିବେ, ସେନେଇ ସୁବିଧା ଉପଲବ୍ଧ ରହିବ । ଏଥିସହ ପ୍ରତିଦିନ ଷ୍ଟେସନ୍‌ରୁ ୭୭ ହଜାର ୫୮୧ ଯାତ୍ରୀଙ୍କ ଯିବା ଲାଗି ବ୍ୟବସ୍ଥା ହେବ । ଷ୍ଟେସନକୁ ସଂଯୋଗ କରୁଥିବା ଫୁଟ୍‌ ଓଭରବ୍ରିଜ୍‌ଗୁଡ଼ିକର ଓସାର ଅଧିକ କରାଯିବ । ଯାହାଫଳରେ ଯାତ୍ରୀମାନେ ସୁରୁଖୁରରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ ।

ମୁଖ୍ୟ ପ୍ରବେଶପଥ ବିଲ୍ଡିଂ ୧୧ ମହଲା ବିଶିଷ୍ଟ କରାଯିବ । ପ୍ରଥମ ପର୍ଯ୍ୟାୟରେ ଗ୍ରାଉଣ୍ଡ ଫ୍ଲୋର୍‌ ସହ ୪ ମହଲା କାମ ମାର୍ଚ୍ଚ ସୁଦ୍ଧା ଶେଷ କରି ଯାତ୍ରୀଙ୍କ ଅସୁବିଧା ଦୂର କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ରେଳମନ୍ତ୍ରୀ କହିଛନ୍ତି । ବିମାନବନ୍ଦର ପରି ଅପେକ୍ଷା ସ୍ଥଳରେ ସିଟଗୁଡ଼ିକ ମଧ୍ୟରେ ଫାଙ୍କା ସ୍ଥାନ ଛଡ଼ାଯିବ । ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରି ଲାଗି ଷ୍ଟଲ୍‌ ମଧ୍ୟ ଖୋଲାଯିବ । ଯିବା ଆସିବା ଲାଗି ୪ଟି ଏକ୍ସାଲେଟର ରହିବ ଏବଂ ସେଠାରେ ପ୍ରାକୃତିକ ଆଲୋକ ପଡ଼ିବାର ସୁବିଧା ଉପଲବ୍ଧ ହେବ ।

ଅନ୍ୟପଟେ ଖୋର୍ଦ୍ଧାର ଶ୍ରୀରଞ୍ଜନ ମଙ୍ଗରାଜ କାଇପଦର ଷ୍ଟେସନରେ ରେଳ ରହଣୀକୁ ନେଇ ରେଳମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ, ଖୋର୍ଦ୍ଧାର କାଇପଦର ଷ୍ଟେସନ ଠାରେ କିଛି ଟ୍ରେନର ରହଣୀ ବ୍ୟବସ୍ଥା କରାଯିବାର ଆବଶ୍ୟକ ରହିଛି । ଯାହାଦ୍ଵାରା ଯାତ୍ରୀମାନେ ଉପକୃତ ହୋଇପାରିବେ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jan 6, 2024, 2:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.