ETV Bharat / state

ପାର୍ସଲ ପାଇଁ ଲାଞ୍ଚ କାରବାର, ସିବିଆଇ ହାତରେ ରେଳ କମର୍ସିଆଲ କ୍ଲର୍କ - କମର୍ସିଆଲ ପାର୍ସଲ ପାଇଁ ଲାଞ୍ଚ କାରବାର

କମର୍ସିଆଲ ପାର୍ସଲ ପାଇଁ ଲାଞ୍ଚ କାରବାର ଅଭିଯୋଗରେ ସିବିଆଇ ହାତରେ ଧରା ପଡ଼ିଲେ ରେଳ କର୍ମଚାରୀ । ଝାରୁସୁଗୁଡାରେ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ସିବିଆଇ । ଅଧିକ ପଢ଼ନ୍ତୁ

ସିବିଆଇ ହାତରେ ରେଳ କମର୍ସିଆଲ କ୍ଲର୍କ
ସିବିଆଇ ହାତରେ ରେଳ କମର୍ସିଆଲ କ୍ଲର୍କ
author img

By

Published : Mar 25, 2023, 9:27 PM IST

ଭୁବନେଶ୍ବର: କମର୍ସିଆଲ ପାର୍ସଲ ପାଇଁ ଲାଞ୍ଚ କାରବାର । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ହାତରେ ଧରା ପଡ଼ିଲେ ରେଳ କର୍ମଚାରୀ । ଝାରୁସୁଗୁଡାରେ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ରେଳ କମର୍ସିଆଲ କ୍ଲର୍କ ଗୁଞ୍ଜନ କୁମାର । ଏନେଇ ୫ ହଜାର ଲାଞ୍ଚ ଟଙ୍କା ସହ ଟ୍ରାପ କରିଛି ସିବିଆଇ । ଏନେଇ ତାଙ୍କୁ ଝାରୁସୁଗୁଡାରୁ ଆଣି ଭୁବନେଶ୍ବର ସିବିଆଇ କୋର୍ଟରେ ହାଜର ପରେ ତାଙ୍କୁ ଗିରଫ କରି ପିସି ଆକ୍ଟରେ କୋର୍ଟଚାଲାଣ କରାଯାଇଛି ।

ସିବିଆଇର ସୂଚନା ମୁତାବକ, ଝାରସୁଗୁଡ଼ା ଷ୍ଟେସନରେ କମର୍ସିଆଲ କ୍ଲର୍କ ଭାବେ କାର୍ଯ୍ୟ କରନ୍ତି ବିହାରର ଗୁଞ୍ଜନ କୁମାର । ରେଳ ଯୋଗେ ଟ୍ରାନ୍ସପୋର୍ଟ ହେଉଥିବା କମର୍ସିଆଲ ଜିନିଷ ତାଙ୍କ ବିଭାଗ ଅଧିନରେ ଆସେ । ଅନେକ ଜିନିଷ କମର୍ସିଆଲ ଭାବେ ଟ୍ରେନ‌ ଯୋଗେ ଚାଲାଣ ହୋଇଥାଏ । ଏନେଇ ଅନେକ ବ୍ୟବସାୟୀ ସେମାନଙ୍କର ପାର୍ସଲ ଟ୍ରେନ ଯୋଗେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠାଇଥାନ୍ତି । ଏପରିକି ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ଅନେକ ବଡ଼ ବଡ଼ ପାର୍ସଲ ଜରିଆରେ ଟ୍ରାନ୍ସପୋର୍ଟ କରାଯାଇଥାଏ । ଯାହର ଦାୟିତ୍ବ କମର୍ସିଆଲ କ୍ଲର୍କ ପାଖରେ ଥାଏ ।

ତେବେ ଅଭିଯୋଗ ଅନୁସାରେ ପାର୍ସଲ ଟ୍ରାନ୍ସପୋର୍ଟ ପାଇଁ ଜଣେ ବ୍ୟବସାୟୀଙ୍କଠାରୁ ଲାଞ୍ଚ ଦାବି କରିଥିଲେ କମର୍ସିଆଲ କ୍ଲର୍କ ଗୁଞ୍ଜନ କୁମାର । ଝାରୁସୁଗଡା ଷ୍ଟେସନରେ ଅନଲୋଡ ଓ ଲୋଡ ହେବା ସମୟରେ ଓଜନ ଓ ପ୍ୟାକିଂ ସଠିକ ଭାବେ ମାଲ ସପ୍ଲାଇ ପାଇଁ ହେଲେ ଲାଞ୍ଚ ଦେବାକୁ ପଡ଼ିବ ବୋଲି ସେ କହିଥିଲେ । ନଚେତ ଟ୍ରାନ୍ସପୋର୍ଟ ବେଳେ ଜିନିଷ ନଷ୍ଟ ହେବାର ସୁଯୋଗ ଥାଏ ବୋଲି ସେ କହିଥିବା ଅଭିଯୋଗ ହୋଇଛି । ଗୁରୁତ୍ବ ଦେଲା ଭଳି ଟ୍ରାନ୍ସପୋର୍ଟ ନକଲେ ଜିନିଷ ଡ୍ୟାମେଜ ହେବାର ଭୟ ଥାଏ । ତେଣୁ ବ୍ୟବସାୟୀ ଜଣ ରୀତିମତ ଜିନିଷ ସପ୍ଲାୟ କରୁଥିବାରୁ ସେ ତାଙ୍କୁ ଲାଞ୍ଚ ଦେବା ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି ‌।

ତେବେ ବାରମ୍ବାର ଲାଞ୍ଚ ଦାବି କରୁଥିବାରୁ ଶେଷରେ ବ୍ୟବସାୟୀ ଜଣକ ସିବିଆଇକୁ ଜଣାଇଥିଲେ । ଯାହାକୁ ଆଧାର କରି ଭୁବନେଶ୍ବର ସିବିଆଇ ଜୋନାଲ ଟିମ୍ ସେହି ରେଳ କର୍ମଚାରୀଙ୍କୁ ଟ୍ରାପ ପାଇଁ ଜାଲ ବିଛାଇଥିଲା । ତେଣୁ ଯେଉଁ ବ୍ୟବସାୟୀଙ୍କୁ ଲାଞ୍ଚ ଦାବି କରିଥିଲେ, ସେହି ବ୍ୟବସାୟୀକୁ ୫ ହଜାର ଟଙ୍କା ଦେଇ ସିବିଆଇ ପଠାଇଥିଲା । ଆଉ ରେଳ କର୍ମଚାରୀ ତଥା କମର୍ସିଆଲ କ୍ଲର୍କ ଗୁଞ୍ଜନ କୁମାର ୫ ହଜାର ଟଙ୍କା ନେଇ ପକେଟରେ ପୁରାଇବା ବେଳେ ସିବିଆଇ ଟିମ୍ ମାଡ଼ି ବସିଥିଲା । ୫ ହଜାର‌ ଟଙ୍କା ସହ ଟ୍ରାପ କରିଥିଲା ସିବିଆଇ । ଏନେଇ ପରବର୍ତ୍ତୀ ପର୍ଯ୍ୟାୟରେ ଝାରୁସୁଗୁଡାରୁ ଆଣି ଆଜି ଭୁବନେଶ୍ବର ସିବିଆଇ କୋର୍ଟରେ ହାଜର କରାଯାଇଛି । ପରେ ତାଙ୍କୁ ଗିରଫ ସହ ପିସି ଆକ୍ଟରେ କୋର୍ଟଚାଲାଣ କରାଯାଇଥିଲା ।

ତେବେ ଲାଞ୍ଚ କାରବାର ନେଇ କେନ୍ଦ୍ର ସରକାରଙ୍କ କର୍ମଚାରୀ ଉପରେ ନଜର ରଖିଛି ସିବିଆଇ ଟିମ୍ । ଏନେଇ ଅତୀତରେ ଅନେକ କେନ୍ଦ୍ରୀୟ କର୍ମଚାରୀ ମଧ୍ୟ ଟ୍ରାପ ହୋଇଛନ୍ତି । ଗତବର୍ଷ ଜୁଲାଇ ମାସରେ କଟକ ରଘୁନାଥପୁର‌ ଷ୍ଟେସନରେ ପିୱାଇ ଇନ୍ସପେକ୍ଟରକୁ ଗିରଫ କରିଥିଲା ସିବିଆଇ । ରେଳ ଟ୍ରାକ କଡ଼ରେ ଥିବା ଚାଷଜମିରେ ଚାଷ ଅନୁମତି ଦେବା ପାଇଁ ଲାଞ୍ଚ ନେଉଥିଲେ ସେହି ରେଳ ବିଭାଗର ବରିଷ୍ଠ କର୍ମଚାରୀ ଜଣକ । ସେହିପରି ରାଉରକେଲା ହେଡ ପୋଷ୍ଟ ଅଫିସରେ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟରଙ୍କୁ ମଧ୍ୟ କିଛିଦିନ ତଳେ ଲାଞ୍ଚ ମାମଲାରେ ଗିରଫ କରିଥିଲା ସିବିଆଇ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.