ETV Bharat / state

ଟ୍ରେନ ଟ୍ରାକରେ ହାତୀ ମୃତ୍ୟୁ ରୋକିବ ରେଲୱେ, ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ସ୍ଥାପନ ନିଷ୍ପତ୍ତି

author img

By

Published : Aug 18, 2023, 10:32 PM IST

ହାତୀ ମୃତ୍ୟୁ ଏଡାଇବା ଦିଗରେ ଗୁରୁତ୍ବ ଦେଇଛି ରେଲ ବିଭାଗ । ଏହି ଦିଗ ଉପରେ କାର୍ଯ୍ୟ କରି ପୂର୍ବ ତଟ ରେଳପଥ ହାତୀମାନଙ୍କ ଜୀବନ ରକ୍ଷା ପାଇଁ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ଗ୍ରହଣ କରିଛି। ସମ୍ବେଦନଶୀଳ ସ୍ଥାନରେ ହାତୀ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ସ୍ଥାପନ ପାଇଁ ପୂର୍ବତଟ ରେଳପଥ 79.12 କୋଟି ଟଙ୍କା ମଞ୍ଜୁର କରିଛି। ଅଧିକ ପଢନ୍ତୁ

ଟ୍ରେନ ଟ୍ରେକରେ ହାତୀ ମୃତ୍ୟୁ ରୋକିବ ରେଲୱେ, ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ସ୍ଥାପନ ନିଷ୍ପତ୍ତି

ଭୁବନେଶ୍ବର: ଟ୍ରେନ୍‌ ଧକ୍କା ଦ୍ବାରା ହାତୀ ମୃତ୍ୟୁ ଏଡାଇବା ଦିଗରେ ଗୁରୁତ୍ବ ଦେଇଛି ରେଲ ବିଭାଗ । ପୂର୍ବତଟ ରେଳପଥରେ ପ୍ରଥମ ପର୍ଯ୍ୟାୟରେ ୬ଟି ରେଳ ସେକ୍ସନ୍‌ରେ ପ୍ରାୟ 200 କିଲୋମିଟର ଦୈର୍ଘ୍ୟ ରେଳଧାରଣରେ ଇଣ୍ଟ୍ରୁଜନ ଡିଟେକସନ ସିଷ୍ଟମ (IDS) ବା ଅନୁପ୍ରବେଶକୁ ଚିହ୍ନଟ କରିବ। ବଣ୍ଟିତ ଲେଜର ସେନ୍ସିଂ କୌଶଳ ଉପରେ ଆଧାର କରି ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ଟ୍ରାକ ନିକଟରେ ହାତୀର ଉପସ୍ଥିତିକୁ ଚିହ୍ନଟ କରାଇବ।

ଟ୍ରେନ ଧକ୍କା ଦ୍ବାରା ହାତୀ ମୃତ୍ୟୁ ଏଡାଇବା ପାଇଁ ପୂର୍ବତଟ ରେଳପଥ ଗୁରୁତ୍ଵ ଦେଇଛି । ପ୍ରଥମ ପର୍ଯ୍ୟାୟରେ ଛଅଟି ରେଳ ସେକ୍ସନରେ ପ୍ରାୟ 200 କିଲୋମିଟର ଦୈର୍ଘ୍ୟ ରେଳଧାରଣରେ ଇଣ୍ଟ୍ରୁଜନ ଡିଟେକସନ ସିଷ୍ଟମ (IDS) ବା ଅନୁପ୍ରବେଶ ଚିହ୍ନଟ କରିବ । ବଣ୍ଟିତ ଲେଜର ସେନ୍ସିଂ କୌଶଳ ଉପରେ ଆଧାର କରି ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ଟ୍ରାକ୍‌ ନିକଟରେ ହାତୀର ଉପସ୍ଥିତିକୁ ଚିହ୍ନଟ କରାଇବ ଯାହା ଦ୍ବାରା ରେଳ ସେକ୍ସନ୍‌ରେ ଟ୍ରେନ୍‌ର ଗତିକୁ ହ୍ରାସ କରାଯାଇ ପାରିବ । ବିଶେଷ କରି ଖୋର୍ଦ୍ଧା ରୋଡ୍‌ ଏବଂ ସମ୍ବଲପୁର ରେଳ ମଣ୍ଡଳ ପରିସୀମା ମଧ୍ୟରେ ହାତୀ ଗତିବିଧିର ସମ୍ବେଦନଶୀଳ ସ୍ଥାନ ଗୁଡିକରେ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିବ। ଟ୍ରେନ୍‌ ଧକ୍କା ହେତୁ ବଣୁଆ ହାତୀଙ୍କ ମୃତ୍ୟୁକୁ ରୋକିବା ପାଇଁ ପୂର୍ବତଟ ରେଳପଥ ହାତୀ ଗତିବିଧି ଅଞ୍ଚଳରେ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି ।

ଏହାବି ପଢନ୍ତୁ: ବଢୁଛି ହାତୀ-ମଣିଷ ଲଢେଇ: ହାତୀ ସୁରକ୍ଷାରେ ଫେଲ୍ ସରକାର; ଲୋପ ପାଇଯିବ କି ହାତୀ ବଂଶ !

ଏନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସମସ୍ତ ଜୋନାଲ ରେଳବାଇକୁ ସବୁ କ୍ଷେତ୍ରରେ ଅନ୍ତର୍ଭୂକ୍ତ ବିକାଶ ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦିଗ ଉପରେ କାର୍ଯ୍ୟ କରି ପୂର୍ବତଟ ରେଳପଥ ହାତୀମାନଙ୍କ ଜୀବନ ରକ୍ଷା ପାଇଁ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ଗ୍ରହଣ କରିଛି । ବର୍ତ୍ତମାନ, ହାତୀ ଚଳପ୍ରଚଳ ଓ ଯାତାୟାତ ଅଞ୍ଚଳ ଏବଂ ହାତୀ କରିଡରର ଭଳି ସମ୍ବେଦନଶୀଳ ସ୍ଥାନରେ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ସ୍ଥାପନ ପାଇଁ ପୂର୍ବତଟ ରେଳପଥ 79.12 କୋଟି ଟଙ୍କା ମଞ୍ଜୁର କରିଛି । ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ଏବଂ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ଛଅଟି ରେଳ ସେକ୍ସନ ପ୍ରାୟ 200 କିଲୋମିଟର ରେଳଧାରଣା କଡ଼ରେ ଏହି ପ୍ରଣାଳୀ କାର୍ଯ୍ୟକାରୀ କରାଇବାପାଇଁ ପଦକ୍ଷେପ ନିଆଯାଉଛି ।

ଏହି ରେଳ ସେକ୍ସନଗୁଡିକ ହେଉଛି ମାନେଶ୍ଵର-ବାମୁର, ତୁରେଇକେଲା-ଲଖନା, ଅରାଣ୍ଡ-ଅରଙ୍ଗ ମହାନାଦୀ ଓ ନର୍ଲା-ଥେରୁବାଲି ସମ୍ବଲପୁର ରେଳମଣ୍ଡଳରେ । ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଅନ୍ତର୍ଗତ କପିଳାସ ରୋଡ-ରାଜ ଆଠଗଡ଼-ଅନୁଗୁଳ, ରମ୍ଭା-ଗଞ୍ଜାମ ଏବଂ ନୟାଗଡ଼-ପର୍ଜନପୁର ରେଳ ସେକ୍ସନ ଅନ୍ତର୍ଭୁକ୍ତ ରହିଛି । ଉତ୍ତର-ପୂର୍ବ ସୀମାନ୍ତ ରେଳପଥ (NFR) ପ୍ରଥମେ ଅଲିପୁରଦୁଆର ରେଳମଣ୍ଡଳ ଅନ୍ତର୍ଗତ ଦୁୟାର୍ସ ଅଞ୍ଚଳର ଚଲସା-ହାସିମାରା ରେଳ ସେକ୍ସନରେ ଏବଂ ଲୁମଡିଙ୍ଗ ରେଳମଣ୍ଡଳ ଅନ୍ତର୍ଗତ ଲଙ୍କା-ହାୱାଇପୁର ରେଳ ସେକ୍ସନ ମଧ୍ୟରେ ପରୀକ୍ଷାମୂଳକ ଭିତ୍ତିରେ ଏହି ପ୍ରକଳ୍ପ ହାତକୁ ନେଇଥିଲା । ଏହି ପାଇଲଟ ପ୍ରକଳ୍ପର ସଫଳତା ପରେ, ଉତ୍ତର ସୀମାନ୍ତ ରେଳପଥ ବର୍ତ୍ତମାନ ଆସାମ ଏବଂ ଉତ୍ତର ବଙ୍ଗଳାର ସମସ୍ତ ହାତୀ କରିଡରରେ ଇଣ୍ଟ୍ର୍ୟୁଜନ ଡିଟେକ୍ସନ ସିଷ୍ଟମ୍ (IDS) ବା ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ସ୍ଥାପନ କରିଛି ଯାହା ଦ୍ବାରା ଟ୍ରେନ୍‌ ଧକ୍କା ହେତୁ ବଣୁଆ ହାତୀଙ୍କ ମୃତ୍ୟୁକୁ ଏଡାଇ ଦିଆଯାଇ ପାରିବ ।

ରେଳ ଟ୍ରାକ ନିକଟକୁ ଆସୁଥିବା ଅନେକ ହାତୀଙ୍କ ଟ୍ରେନ୍ ଧକ୍କା ଆଶଙ୍କାକୁ ଏହି ପାଇଲଟ୍‌ ପ୍ରୋଜେକ୍ଟ ପୂର୍ବରୁ ବହୁତ ସଫଳ ହୋଇଛି । ତେବେ ରେଳ ଟ୍ରାକ୍‌ ଆଡକୁ ଆସୁଥିବା ବଣୁଆ ହାତୀକୁ ଚିହ୍ନଟ କରିବାରେ ଏବଂ ହାତୀ ମୃତ୍ୟୁକୁ ଏଡ଼ାଇବାରେ ରେଳ ଅଧିକାରୀଙ୍କୁ ସତର୍କ କରାଇବାକୁ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ସାହାଯ୍ୟ କରିବ । ଅପ୍ଟିକାଲ ଫାଇବରଗୁଡିକ ସେନ୍ସର ଭାବରେ ବ୍ୟବହୃତ ହେବ । ସମ୍ବେଦନଶୀଳ ସ୍ଥାନଗୁଡିକରେ ବନ୍ୟ ପ୍ରାଣୀମାନଙ୍କର ଗତିବିଧିକୁ ଚିହ୍ନଟ କରିବ । କଣ୍ଟ୍ରୋଲ ଅଫିସ, ଷ୍ଟେସନ ମାଷ୍ଟର୍ସ, ଗେଟ୍‌ମ୍ୟାନ ଏବଂ ଲୋକୋ ପାଇଲଟ ମାନଙ୍କୁ ସଚେତନ କରାଇବ ।

ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ 60 କିଲୋମିଟର ପର୍ଯ୍ୟନ୍ତ ଅସାଧାରଣ ଗତିବିଧି ଉପରେ ନଜର ରଖିପାରିବ । ରେଳ ଖଣ୍ଡିତ ହେବା ବା ଭାଙ୍ଗିଯିବା, ରେଳ ଟ୍ରାକ୍‌ ଉପରେ ଅବରୋଧ ବା ବେଆଇନ ଚଳପ୍ରଚଳ ଏବଂ ରେଳ ଟ୍ରାକ୍‌ ନିକଟରେ ଅନଧିକୃତ ଖନନ୍‌, ଟ୍ରାକ ନିକଟରେ ଭୂସ୍ଖଳନ ଇତ୍ୟାଦି ଚିହ୍ନଟ କରିବାରେ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ମଧ୍ୟ ସାହାଯ୍ୟ କରିବ । ବୃହତ ଆକାରର ମନିଟରିଂ ସହିତ ହାତୀ ଅନୁପ୍ରବେଶର ଶୀଘ୍ର ଚେତାବନୀ ପାଇଁ ଏହି ପ୍ରକଳ୍ପ ଲକ୍ଷ୍ୟ ରଖିଛି । ସିଗ୍ନାଲ ପ୍ରକ୍ରିୟାକରଣ ପଦ୍ଧତିକୁ ବିଶ୍ଳେଷଣ କରିବା ପରେ, ହାତୀମାନଙ୍କର ପ୍ରକୃତ ବା ସଠିକ ସମୟ ଚିହ୍ନଟ ପାଇଁ ସବୁଠାରୁ ଉପଯୁକ୍ତ କୌଶଳ ଚୟନ କରାଯାଇ ଏହି ମାଧ୍ୟମ ଦ୍ବାରା ଅନୁକରଣ କରାଯାଇ ପାରିବ ଯାହା ହାତୀ ସୁରକ୍ଷା କ୍ଷେତ୍ରରେ ଏକ ଅଭିନବ ପ୍ରୟାସ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.