ETV Bharat / state

ରାଜ୍ୟ ସରକାର ପୂରଣ କଲେ ଦାବି, ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ

author img

By ETV Bharat Odisha Team

Published : Jan 7, 2024, 6:50 AM IST

Quit steering wheel protest called off: ସରକାରଙ୍କ ପ୍ରତିଶ୍ରୁତି ପରେ ସ୍ଥଗିତ ରହିଲା ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ । 3 ଦିନ ଧରି ଆନ୍ଦୋଳନରେ ବସିବା ପରେ ଶେଷରେ ଧାରଣାରୁ ହଟିଛନ୍ତି ଡ୍ରାଇଭର । ଅଧିକ ପଢନ୍ତୁ

Quit steering wheel protest called off
ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ
ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ

ଭୁବନେଶ୍ବର: ସ୍ଥଗିତ ରହିଲା ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ । ପରିବହନ କମିଶନ ଅମିତାଭ ଠାକୁରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ଘୋଷଣା କରିଛି ଡ୍ରାଇଭର ମହାସଂଘ । ବିଭିନ୍ନ ଦାବି ନେଇ ଡ୍ରାଇଭରମାନେ 3 ଦିନ ହେଲା ଧାରଣାରେ ବସିଥିବା ବେଳେ ସରକାରଙ୍କ ଠାରୁ ପ୍ରତିଶ୍ରୁତି ମିଳିବା ଧାରଣା ହଟିଛି ।

ଡ୍ରାଇଭରଙ୍କ ଆନ୍ଦୋଳନ ସ୍ଥଗିତକୁ ନେଇ ଲାଗି ରହିଥିବା ଦ୍ଵନ୍ଦ୍ଵ ଦୂର ହୋଇଛି । ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛି ରାଜ୍ୟ ଡ୍ରାଇଭର ମହାସଂଘ । ଆନ୍ଦୋଳନରୁ ଓହରିବାକୁ ଆହ୍ଵାନ ଦେଇଛନ୍ତି ରାଜ୍ୟ ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି । ପରିବହନ କମିଶନ ଅମିତାଭ ଠାକୁରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ଘୋଷଣା କରିଛି ଡ୍ରାଇଭର ମହାସଂଘ ।

ଏନେଇ ପରିବହନ କମିଶନ ଅମିତାଭ ଠାକୁର କହିଛନ୍ତି, "ଡ୍ରାଇଭରଙ୍କ ଆନ୍ଦୋଳନ ସ୍ଥଗିତ ହୋଇଛି । କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଆଇନ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଡ୍ରାଇଭର । ଏନେଇ ଭାରତ ସରକାରଙ୍କ ଜରିଆରେ ଆଲୋଚନା ଜାରି ରହିଛି । ତାହା ସହିତ ରାଜ୍ୟ ସରକାରଙ୍କ ପ୍ରତି କିଛି ଦାବି ଥିଲା । ତାହା ରାଜ୍ୟ ସରକାରଙ୍କ ପକ୍ଷରୁ ପୂରଣ କରାଯାଇଛି । ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ କରିବାକୁ ମହାସଂଘର ସଭାପତିଙ୍କୁ କୁହାଯାଇଛି ।"

ଅନ୍ୟପଟେ ଭିଡିଓ ଜାରି କରି ଷ୍ଟିୟରିଂ ଛାଡ଼ ଆନ୍ଦୋଳନରୁ ଓହରିବାକୁ ଆହ୍ଵାନ ଦେଇଛନ୍ତି ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି । ସେ କହିଛନ୍ତି, "ରାଜ୍ୟ ସରକାର ଆମ ଦାବି ଶୁଣିଛନ୍ତି । ତେଣୁ ଆନ୍ଦୋଳନରୁ ଓହରିବାକୁ ମୁଁ ଆହ୍ଵାନ କରୁଛି ।" ତାଙ୍କର ଆହ୍ଵାନ ପରେ ପରେ ଡ୍ରାଇଭର ସଂଘ କୋଷାଧ୍ୟକ୍ଷ ଆଦିତ୍ୟ ବେହେରା ଆନ୍ଦୋଳନ ସ୍ଥଗିତ ନେଇ ସୂଚନା ଦେଇଛନ୍ତି । ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି, "ସୋମବାର କେନ୍ଦ୍ର ଆଇନ ବିଷୟରେ ଆଲୋଚନା କରାଯିବ । ଅନ୍ୟ ୨୮ ରାଜ୍ୟ ଆନ୍ଦୋଳନରେ ସାମିଲ ନ ଥିବାରୁ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛୁ । ଦରକାର ପଡ଼ିଲେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରାଯିବ । ସମସ୍ତ ୨୮ ରାଜ୍ୟ ବାହାରିଲେ ଆମେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବା ।" ତେବେ ଓଡ଼ିଶା ସରକାରଙ୍କ ପାଖରେ ଥିବା ଦାବି ପୂରଣ ହୋଇଥିବା ନେଇ କହିଛନ୍ତି ପ୍ରଶାନ୍ତ ମେଣ୍ଡୁଲି ।

ଏହାମଧ୍ୟ ପଢନ୍ତୁ... ସ୍ଥଗିତ ହୋଇନି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ସନ୍ଧ୍ୟାରେ ନିଷ୍ପତ୍ତି ନେବ ସଙ୍ଘ

ଡ୍ରାଇଭର ସଂଘ କୋଷାଧ୍ୟକ୍ଷ ଆଦିତ୍ୟ ବେହେରା କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ସଂଘ ଓହରିଛି । ରାଜ୍ୟ ସରକାରଙ୍କ ନିକଟରେ ରହିଥିବା ୨ଟି ଦାବି ପୂରଣ ହୋଇଛି । କେନ୍ଦ୍ରୀୟ ଆଇନକୁ ବିରୋଧ କରିବା ସହ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପୂରଣରେ ବିଫଳତାକୁ ଦାୟୀ କରି ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନକୁ ଓହ୍ଲାଇଥିଲା ଓଡ଼ିଶା ଡ୍ରାଇଭର ମହାସଂଘ । ଟ୍ରକ ଡ୍ରାଇଭରଙ୍କ ସହ ଶନିବାର ଠାରୁ ଆନ୍ଦୋଳନରେ ସାମିଲ ହୋଇଥିଲେ ବସ ଡ୍ରାଇଭର । ଯାହା ପାଇଁ ସାରା ରାଜ୍ୟରେ ବସ ଚଳାଚଳ ପ୍ରଭାବିତ ହୋଇଛି । ଡ୍ରାଇଭର ଗାଡି ଛାଡି ଆନ୍ଦୋଳନରେ ସାମିଲ ହୋଇଥିବାରୁ ପରିବହନ ସେବା ସମ୍ପୂର୍ଣ୍ଣ ଠପ ହୋଇଛି । ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ହେଉ ଅବା କଞ୍ଚାମାଲ ପରିବହନ ପଛରେ ଟ୍ରକ ପରିବହନର ଗୋଟିଏ ବଡ ଭୂମିକା ରହିଛି । ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ ମାଲ ପରିବହନ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେବା ସହ ଦରଦାମ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଡ୍ରାଇଭରମାନେ 3 ଦିନ ଧରି ଷ୍ଟିୟରିଂ ଛାଡ ଆନ୍ଦୋଳନ କରିଥିବା ବେଳେ ଏହାଦ୍ବାରା ପରିବହନ ସେବା ପ୍ରଭାବିତ ହୋଇଛି । କେନ୍ଦ୍ର ସରକାରଙ୍କ ନୂତନ ହିଟ୍ ଆଣ୍ଡ୍ ରନ୍ ଆଇନକୁ ବିରୋଧ କରି ରାଜ୍ୟରେ ଟ୍ରକ ଓ ବସ୍ ଡ୍ରାଇଭର ସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଥିଲା ।

ଭୁବନେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.