ETV Bharat / state

ବରିଷ୍ଠଙ୍କୁ ଅସମ୍ମାନ: ବିଜେଡିକୁ ବାସ୍ତୁ ଭୟ, ଶଙ୍ଖ ଭବନକୁ ସୂର୍ଯ୍ୟଙ୍କ ମୃତଦେହ ମନା ! - ଶଙ୍ଖ ଭବନକୁ ଗଲା ନାହିଁ ସୂର୍ଯ୍ୟଙ୍କ ମୃତଦେହ

ବିଜୁ ଜନତା ଦଳ ପ୍ରତିଷ୍ଠାର ଅନ୍ୟତମ ବିନ୍ଧାଣି ହେଉଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର । ଦଳକୁ ରାଜ୍ୟରେ ତଥା ଦକ୍ଷିଣ ଓଡିଶାରେ ଅଣ୍ଟା ସଳଖି ଛିଡା କରିବାରେ ସୂର୍ଯ୍ୟଙ୍କର ରହିଛି ଅତୁଳନୀୟ ଅବଦାନ । ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ସୂର୍ଯ୍ୟ 7 ଥରର ବିଧାୟକ । ବିଜୁ ଓ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ହୋଇ ଆସିଛନ୍ତି । ଖାଲି ସେତିକି ନୁହେଁ ଓଡିଶା ବିଧାନସଭାର ବାଚସ୍ପତି ମଧ୍ୟ ସେ ହୋଇଛନ୍ତି । ହେଲେ ସୂର୍ଯ୍ୟଙ୍କୁ ଯଥେଷ୍ଟ ସମ୍ମାନ ଦେବାରେ ବିଜେଡି ପକ୍ଷରୁ ଅବହେଳା କରାଯାଇଥିବା ନଜରକୁ ଆସିଛି । ଅଧିକ ପଢନ୍ତୁ

ବରିଷ୍ଠଙ୍କୁ ଅସମ୍ମାନ: ବିଜେଡିକୁ ବାସ୍ତୁ ଭୟ, ଶଙ୍ଖ ଭବନକୁ ସୂର୍ଯ୍ୟଙ୍କ ମୃତଦେହ ମନା !

author img

By ETV Bharat Odisha Team

Published : Sep 4, 2023, 7:43 PM IST

ବରିଷ୍ଠଙ୍କୁ ଅସମ୍ମାନ: ବିଜେଡିକୁ ବାସ୍ତୁ ଭୟ, ଶଙ୍ଖ ଭବନକୁ ସୂର୍ଯ୍ୟଙ୍କ ମୃତଦେହ ମନା !

ଭୁବନେଶ୍ବର: ପଞ୍ଚଭୁତରେ ବିଲୀନ ହୋଇଛନ୍ତି ରାଜ୍ୟର ବରିଷ୍ଠ ରାଜନେତା ସୂର୍ଯ୍ୟ ନାରାୟଣ ପାତ୍ର । ଗଞ୍ଜାମର ଦିଗପହଣ୍ଡିରେ ଥିବା ନିଜର ପୈତୃକ ଗାଁ'ରେ ଜଳିଛି ସୂର୍ଯ୍ୟଙ୍କ ଚିତା । ବଡ଼ ପୁଅ ବିପ୍ଳବ ପାତ୍ରଙ୍କ ମୁଖାଗ୍ନି ସହ ଅତୀତ ହୋଇଯାଇଛନ୍ତି ସୂର୍ଯ୍ୟ । କିନ୍ତୁ ଦଳ ପକ୍ଷରୁ ସୂର୍ଯ୍ୟଙ୍କୁ ଯେଉଁଭଳି ଭାବେ ସମ୍ମାନ ମିଳିବା କଥା ସେଥିରେ ଅବହେଳା ହୋଇଥିବା ଆଲୋଚନା ହେଉଛି ।

ବିଜୁ ଜନତା ଦଳ ପ୍ରତିଷ୍ଠାର ଅନ୍ୟତମ ବିନ୍ଧାଣି ହେଉଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର । ଦଳକୁ ରାଜ୍ୟରେ ତଥା ଦକ୍ଷିଣ ଓଡିଶାରେ ଅଣ୍ଟା ସଳଖି ଛିଡା କରିବାରେ ସୂର୍ଯ୍ୟଙ୍କର ରହିଛି ଅତୁଳନୀୟ ଅବଦାନ । ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ସୂର୍ଯ୍ୟ 7 ଥରର ବିଧାୟକ । ବିଜୁ ଓ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ହୋଇ ଆସିଛନ୍ତି । ଖାଲି ସେତିକି ନୁହେଁ ଓଡିଶା ବିଧାନସଭାର ବାଚସ୍ପତି ମଧ୍ୟ ସେ ହୋଇଛନ୍ତି । ହେଲେ ସୂର୍ଯ୍ୟଙ୍କୁ ଯଥେଷ୍ଟ ସମ୍ମାନ ଦେବାରେ ବିଜେଡି ପକ୍ଷରୁ ଅବହେଳା କରାଯାଇଥିବା ନଜରକୁ ଆସିଛି । ସୂର୍ଯ୍ୟଙ୍କ ମୃତଦେହକୁ ଶଙ୍ଖ ଭବନକୁ ନନେବା ହେଉ ଶେଷକୃତ୍ୟ ସମୟରେ ବରିଷ୍ଠ ନେତା ଉପସ୍ଥିତ ନରହିବା ଏ ଦିଗକୁ ଇଙ୍ଗିତ କରୁଛି ।

ଏହାବି ପଢନ୍ତୁ- MLA Surjya Narayana Patro Passes Away: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ସୂର୍ଯ୍ୟଙ୍କ ପାର୍ଥିବ ଶରୀର ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ଯାଇପାରିଲା ନାହିଁ । ସୂର୍ଯ୍ୟଙ୍କ ପାର୍ଥିବ ଶରୀର ସିଆରପି ସ୍ଥିତ ତାଙ୍କ ବାସଭବନରୁ ବାହାରି ଶଙ୍ଖ ଭବନ, ବିଧାନସଭା ଏବଂ ପରେ ଦିଗପହଣ୍ଡି ନେବା ପାଇଁ ସ୍ଥିର ହୋଇଥିଲା । କିନ୍ତୁ ମର ଶରୀରକୁ ଶଙ୍ଖ ଭବନକୁ ନିଆ ଯାଇନଥିଲା । ଶଙ୍ଖ ଭବନ ନିକଟରେ ଥିବା ଏକ ସରକାରୀ କ୍ବାଟର୍ସକୁ ନିଆଯାଇଥିଲା । ସେଠାରେ ଦଳର ନେତା ଓ କର୍ମୀ ସୂର୍ଯ୍ୟଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସୂର୍ଯ୍ୟଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ମୃତଦେହକୁ କାହିଁକି ଶଙ୍ଖ ଭବନକୁ ନନିଆଗଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଦଳର ଏହି ବରିଷ୍ଠ ନେତାଙ୍କୁ ବିଜେଡିର ଏ କି ପ୍ରକାର ଶ୍ରଦ୍ଧାଞ୍ଜଳି ବୋଲି ଏବେ ଜନତା ପ୍ରଶ୍ନ ଉଠାଇଲେଣି ।

ଏହାବି ପଢନ୍ତୁ- Surjya patra demise: ପୈତୃକ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ, ପୁଅ ବିପ୍ଳବ ପାତ୍ର ଦେଲେ ମୁଖାଗ୍ନୀ

ସୂର୍ଯ୍ୟଙ୍କ ମର ଶରୀର ପ୍ରତି କାହିଁକି କାହିଁକି ଏଭଳି ଆଭିମୁଖ୍ୟ ? ଶଙ୍ଖ ଭବନକୁ ସୂର୍ଯ୍ୟଙ୍କ ମୃତଦେହ ନନେବାକୁ କିଏ ଦେଇଥିଲା ନିର୍ଦ୍ଦେଶ ? ବିଜେଡିର ପୁରୁଣା କାର୍ଯ୍ୟାଳୟକୁ ଅନେକ ନେତାଙ୍କ ପାର୍ଥିବ ଶରୀର ନିଆଯାଇଥିବାର ନଜିର ରହିଛି । ସେଠାରେ ମୃତଦେହକୁ ଶ୍ରଦ୍ଧାଞ୍ଜଳି ବି ଦିଆଯାଇଛି । ବିଷ୍ଣୁ ଦାସ, ପ୍ରଦୀପ ମହାରଥୀ, ନବ କୋଶର ଦାସଙ୍କ ମୃତଦେହକୁ ଦଳୀୟ କାର୍ଯ୍ୟାଳୟକୁ ନିଆଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ହେଲେ ସୂର୍ଯ୍ୟଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ କ୍ଷେତ୍ରରେ କାହିଁକି ଏ ବ୍ୟତିକ୍ରମ ? ଏନେଇ ବିଜେଡି ଓ ସୂର୍ଯ୍ୟଙ୍କ ପରିବାର ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ । ତେବେ କୁହାଯାଉଛି ଯେ, ବାସ୍ତୁକୁ ନେଇ ତିଆରି ହୋଇଛି ବିଜେଡିର ନବ ନିର୍ମିତ କାର୍ଯ୍ୟାଳୟ ଶଙ୍ଖ ଭବନ । ଶଙ୍ଖ ଭବନକୁ ଆମିଷ ଓ ମୃତଦେହ ମନା । ସେଥିପାଇଁ ଶଙ୍ଖ ଭବନକୁ ଲାଗି ରହିଥିବା ସରକାରୀ କ୍ବାଟରରେ ହିଁ ସୂର୍ଯ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଗଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.