ETV Bharat / state

ମସ୍ତିଷ୍କ ଜ୍ବର ରିପୋର୍ଟ ନେଇ ଟେନସନ୍‌ରେ ସ୍ବାସ୍ଥ୍ୟ ବିଭାଗ, ଲକ୍ଷଣ ନଥିବା ରୋଗୀଙ୍କ ଆସୁଛି ପଜିଟିଭ

author img

By

Published : Feb 23, 2023, 8:49 PM IST

ବାଲେଶ୍ବର ପୁରୁବାଇ କନ୍ୟାଶ୍ରମରେ ମସ୍ତିଷ୍କ ଜ୍ବର ରିପୋର୍ଟକୁ ନେଇ ଦ୍ବନ୍ଦ୍ବରେ ସ୍ବାସ୍ଥ୍ୟ ବିଭାଗ । ଲକ୍ଷଣ ନଥିବା ରୋଗୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସୁଥିବାରୁ ଅଧିକ ତଦନ୍ତ କରାଯାଉଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ

Purubai Kanyashram
Purubai Kanyashram

ମସ୍ତିଷ୍କ ଜ୍ବର ରିପୋର୍ଟକୁ ନେଇ ଦ୍ବନ୍ଦ୍ବରେ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ବାଲେଶ୍ବର ସୋରରେ ଗାନ୍ଧୀ ସେବା ସଙ୍ଘ ପୂରୁବାଇ କନ୍ୟାଶ୍ରମରେ ମସ୍ତିଷ୍କ ଜ୍ବର ବ୍ୟାପିବା ଘଟଣା । ଟେଷ୍ଟ ରିପୋର୍ଟକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛି ସ୍ବାସ୍ଥ୍ୟ ବିଭାଗ । ଲକ୍ଷଣ ଥିବା ରୋଗୀଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭି ଆସୁଥିବା ବେଳେ ଲକ୍ଷଣ ନଥିବା ରୋଗୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସୁଛି । ଯେଉଁ ଦୁଇ ରୋଗୀ ଗୁରୁତର ରହିଥିଲେ ସେମାନଙ୍କ ଟେଷ୍ଟ ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି । ଯାହାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛି ବିଭାଗ ।

ଏହି ଆଶ୍ରମରେ ୨୫ରୁ ଊର୍ଦ୍ଧ୍ବ ଛାତ୍ରୀ ଗୁରୁତର ହେବା ସହ ଜଣଙ୍କର ମୃତ୍ୟୁ ଘଟିଥିଲା । ଯେଉଁ ଦୁଇ ଜଣ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିଲା ତାଙ୍କର ରିପୋର୍ଟ ନେଗେଟିଭ ଆସିଛି । ବାକି ଅନ୍ୟମାନଙ୍କର ଟେଷ୍ଟ ରିପୋର୍ଟ ମଧ୍ୟରୁ ୭ ଜଣଙ୍କର ପଜିଟିଭ ଆସିଛି । ହେଲେ ସେମାନଙ୍କଠାରେ କୌଣସି ପ୍ରକାର ଲକ୍ଷଣ ଦେଖିବାକୁ ମିଳିନାହିଁ । ଅନ୍ୟମାନଙ୍କର ଟେଷ୍ଟ ଚାଲିଛି । ତେବେ ବର୍ତ୍ତମାନ ସୁଦ୍ଧା ୧୭ ଜଣ ବାଲେଶ୍ବରରେ, ସୋର CACରେ ୧୩ ଜଣ ଚିକିତ୍ସିତ ହେଉଥିବା ବେଳେ ୨ଜଣ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ।

ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, "ସୋରରେ ମୋଟ ୩୨ଜଣଙ୍କୁ ସନ୍ଦିଗ୍ଧ ଭାବେ ରଖାଯାଇଥିଲା । ସେଥିମଧ୍ୟରୁ ୧୭ ଜଣ ବାଲେଶ୍ଵରରେ ଚିକିତ୍ସିତ ହେଉଥିବା ବେଳେ ୧୩ଜଣ ସୋର ସିଏସସିରେ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଯେଉଁ ୨ଜଣ ଛାତ୍ରୀ ଗୁରୁତର ରହିଥିଲେ ସେମାନଙ୍କ ଦେହରେ ଲକ୍ଷଣ ଥିଲା । ବର୍ତ୍ତମାନ ସେମାନଙ୍କର ଚିକିତ୍ସା ପରେ ଉନ୍ନତି ଆସିଛି । ଏହି ଛାତ୍ରୀଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । କିନ୍ତୁ ଲକ୍ଷଣ ରହିଛି । ବାକି ଛାତ୍ରୀଙ୍କ ଦେହରେ ଲକ୍ଷଣ ନାହିଁ କିନ୍ତୁ ପଜିଟିଭ ଆସୁଛି ।"

ଏହା ବି ପଢନ୍ତୁ- ପୁରୁବାଇ କନ୍ୟାଶ୍ରମରେ ବ୍ୟାପୁଛି ମସ୍ତିଷ୍କ ଜ୍ବର ! ଛାତ୍ରୀଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ସେ ଏହି ରୋଗର ମୁଖ୍ୟ କାରଣ ଘୁଷୁରୀ ବୋଲି କହିଛନ୍ତି । ସେ କହିଛନ୍ତି, "ହଷ୍ଟେଲଠାରୁ ୭କିଲୋମିଟର ଦୂରରେ ଘୁଷୁରୀ ରହୁଛନ୍ତି । ସମ୍ପୂର୍ଣ୍ଣ ଭାବରେ ଦ୍ବନ୍ଦ୍ବରେ ରହିଛି । ସବୁଆଡୁ ପରୀକ୍ଷା ଚାଲିଛି। ଘୁଷୁରୀମାନଙ୍କର ରକ୍ତ ନମୂନା ସଂଗ୍ରହ କରାଯାଇଛି । ସେ ସବୁ ଟେଷ୍ଟ ପାଇଁ ପଠାଇ ଦିଆଯାଇଛି । ଛାତ୍ରୀମାନଙ୍କ ଚିକିତ୍ସା ଲାଗି ସେଠାରେ ଏକ ସ୍ବତନ୍ତ୍ର ଟିମ ଅଛନ୍ତି । ଅନୁମାନ କରାଯାଉଛି କ୍ୟୁଲେଶ ମଶା ଦ୍ଵାରା ବ୍ୟାପି ଥାଇପାରେ ।" ତେବେ ଏହି ରୋଗ ମଣିଷଠାରୁ ମଣିଷକୁ ବ୍ୟାପେ ନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ସୂଚନା ଥାଉ କି ଗତ କିଛି ଦିନ ପୂର୍ବରୁ ପୁରୁବାଇ କନ୍ୟାଶ୍ରମର ଛାତ୍ରୀମାନେ ଏକାବେଳେ ଅସୁସ୍ଥ ହୋଇପଡ଼ିଥିଲେ । ଏକାଧିକ ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଘଟଣାରେ ତତ୍ପରତା ଦେଖାଇଥିଲା ପ୍ରଶାସନ । ଛାତ୍ରୀମାନଙ୍କଠାରେ ମୁଣ୍ଡବିନ୍ଧା, ଡ୍ରାଉଜି, କମ୍ପବଲସନ ଭଳି ଲକ୍ଷଣ ଦେଖାଯାଉଥିଲା । ଏଥିଲାଗି ଛାତ୍ରୀମାନେ ମସ୍ତିଷ୍କ ଜ୍ବରରେ ପୀଡ଼ିତ ଥିବା ସ୍ବାସ୍ଥ୍ୟ ବିଭାଗ ଆଶଙ୍କା କରିଥିଲା । ଏହାପରେ ବାଲେଶ୍ବର ଡାକ୍ତରଖାନାରେ ପହଞ୍ଚି ସ୍ବାସ୍ଥ୍ୟ ବିଭାଗ ଅନୁଧ୍ୟାନ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.