ETV Bharat / state

ଛତିଶଗଡ ନିର୍ବାଚନ ପ୍ରଭାବ ! ମିଳିତ ବିରୋଧି ଏକତା ମେଣ୍ଟର ଜନଆକ୍ରୋଶ ସମାବେଶ ସାମୟିକ ସ୍ଥଗିତ - public rally by opponent

ମିଳିତ ବିରୋଧି ଏକତା ମେଣ୍ଟର ଜନଆକ୍ରୋଶ ସମାବେଶ ସାମୟିକ ଭାବେ ସ୍ଥଗିତ ହୋଇଥିବା ଜଣାପଡିଛି । ନଭେମ୍ବର ୧୭ ତାରିଖ ପରେ ଏହି ସମାବେଶ ହେବ ବୋଲି ସ୍ଥିର କରାଯାଇଛି । ଅଧିକ ପଢନ୍ତୁ

ଜନଆକ୍ରୋଶ ସମାବେଶ ସାମୟିକ ସ୍ଥଗିତ
ଜନଆକ୍ରୋଶ ସମାବେଶ ସାମୟିକ ସ୍ଥଗିତ
author img

By ETV Bharat Odisha Team

Published : Oct 22, 2023, 9:52 PM IST

ଭୁବନେଶ୍ବର: ସ୍ଥଗିତ ରହିଲା 'ମିଳିତ ବିରୋଧି ଏକତା ମେଣ୍ଟ'ର ଜନଆକ୍ରୋଶ ସମାବେଶ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜନବିରୋଧୀ ନୀତି ବିରୁଦ୍ଧରେ ରାଜ୍ୟର ଅଣବିଜେପି ଓ ଅଣ ବିଜେଡ଼ି ଦଳମାନଙ୍କ ପକ୍ଷରୁ ନଭେମ୍ବର ୮ ତାରିଖରେ ରାୟଗଡ଼ା ଠାରେ ଓ ନଭେମ୍ବର ୧୫ ତାରିଖରେ ବାଲେଶ୍ୱର ଠାରେ ଜନଆକ୍ରୋଶ ସମାବେଶ ଆୟୋଜନ ହେବାର ଯୋଜନା ରହିଥିଲା । ହେଲେ ଏହି ମିଳିତ ଜନଆକ୍ରୋଶ ସମାବେଶକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ।

ସଂଯୋଜନା କମିଟିର ଅଧ୍ୟକ୍ଷ ତଥା ପିସିସି ସଭାପତି ଶରତ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି ବୋଲି ମିଳିତ ବିରୋଧି ଏକତା ମେଣ୍ଟର ସଂଯୋଜକ ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି । ପଡ଼ୋଶୀ ଛତିଶଗଡ଼ ନିର୍ବାଚନ ପ୍ରଚାରରେ ମିଳିତ ବିରୋଧି ମେଣ୍ଟର ଅଧ୍ୟକ୍ଷ ଶରତ ପଟ୍ଟନାୟକଙ୍କୁ ଷ୍ଟାର ପ୍ରଚାରକ ଭାବେ ନାଁ ଘୋଷଣା କରାଯାଇଥିବାରୁ ନିର୍ବାଚନ ପ୍ରଚାରରେ ସେ ବ୍ୟସ୍ତ ରହିବେ ।

ଏହା ବି ପଢନ୍ତୁ...ଭୋଟରଙ୍କ ନିକଟତର ହେବାକୁ କଂଗ୍ରେସର ପ୍ରସ୍ତୁତି, କଳାହାଣ୍ଡିରେ ବିଶାଳ ସମାବେଶ ଓ ପଦଯାତ୍ରା

ସେହିପରି କୋରାପୁଟ ସାଂସଦ ଓ ରାୟଗଡ଼ା ଜିଲ୍ଲା କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ଛତିଶଗଡ଼ର ଦଳୀୟ ପ୍ରଚାର ଦାୟିତ୍ୱରେ ରହିଥିବା ଏହି ସମାବେଶ ସାମୟିକ ସ୍ଥଗିତର ମୁଖ୍ୟ କାରଣ ବୋଲି କୁହାଯାଉଛି । ତେବେ ମେଣ୍ଟରେ ଥିବା ଅନ୍ୟ କେତେକ ରାଜନୈତିକ ଦଳର ଅନିବାର୍ଯ୍ୟ ରାଜନୈତିକ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା କାରଣରୁ ରାୟଗଡ଼ା ଓ ବାଲେଶ୍ୱର ଜନଆକ୍ରୋଶ ସମାବେଶକୁ ଘୁଞ୍ଚାଇ ଦିଆଯାଇଛି । ଏହି ମିଳିତ ଜନଆକ୍ରୋଶ ସମାବେଶ ନଭେମ୍ବର ୧୭ ତାରିଖ ପରେ ହେବ ବୋଲି ସ୍ଥିର କରାଯାଇଛି । ହେଲେ ଏପର୍ଯ୍ୟନ୍ତ କୌଣସି ଧାର୍ଯ୍ୟ ତାରିଖର ବିଷୟରେ ସୂଚନା ମିଳନାହିଁ ।

ଏହା ବି ପଢନ୍ତୁ...ରାଜ୍ୟ ସରକାରଙ୍କ ବିରୋଧରେ ଏକାଠି ହେଲେ ବିରୋଧୀ, ନଭେମ୍ବରରେ ରାୟଗଡ଼ାରେ ବିଶାଳ ସମାବେଶ

ଏହା ବି ପଢନ୍ତୁ...କଂଗ୍ରେସର ହେବ ପରିବର୍ତ୍ତନ ସମାବେଶ, ଯୋଗଦେବେ ପ୍ରଭାରୀ ଚେଲ୍ଲା କୁମାର: ସୁର

ଦଳ ଗୁଡ଼ିକର ନେତୃମଣ୍ଡଳୀ ଏକ ବୈଠକରେ ମିଳିତ ହୋଇ ଜନଆକ୍ରୋଶ ସମାବେଶର ତାରିଖ ଚୂଡ଼ାନ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ତାରିଖ ପରିବର୍ତ୍ତନକୁ ସହୃଦୟତାର ସହ ଗ୍ରହଣ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ମିଳିତ ବିରୋଧି ଏକତା ମେଣ୍ଟ ଜନଆକ୍ରୋଶ ସମାବେଶ ମାଧ୍ୟମରେ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିବାର ଯୋଜନା କରିଥିଲା । ହେଲେ ଏହି ସମାବେଶକୁ ସାମୟିକ ଭାବେ ସ୍ଥଗିତ କରାଯାଇଥିବା ଜଣାପଡିଛି । ଆଗକୁ ନିର୍ବାଚନ ଥିବାବେଳେ ସରକାରଙ୍କୁ ଘେରିବାକୁ ମାଷ୍ଟରପ୍ଲାନ କରିଛନ୍ତି ବିରୋଧୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.