ETV Bharat / state

ଅଭାବରୁ ସୃଷ୍ଟି ଆଦର୍ଶ, ଅଟୋ ଚଳାଇ ସ୍ବାବଲମ୍ବୀ ସନ୍ତୋଷିନୀ

ରାଜଧାନୀର ରାଜରାସ୍ତାରେ ସମାଲୋଚନାକୁ ଖାତିର ନକରି ସସମ୍ମାନର ସହ ଅଟୋ ଚଳାଉଛନ୍ତି କେନ୍ଦୁଝରର ଝିଅ ସନ୍ତୋଷିନୀ । ପାରିବାରିକ ନିର୍ଯ୍ୟାତନାଙ୍କୁ ସହ୍ୟ କରିନପାରି ସେ ନିଜ ପାଇଁ ବାଛିନେଇଛନ୍ତି ଏ ବାଟ।

author img

By

Published : Feb 9, 2019, 6:51 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଭୁବନେଶ୍ବର: ସମାଜରେ ନିଜ ଅସ୍ତିତ୍ବକୁ ଜାହିର କରିବାରେ ସଫଳ ଆଜିର ନାରୀ । କଟକଣାର ବେଡିକୁ ନିଜ ପାଦରୁ ଖୋଲି ସ୍ବାଭିମାନର ସହ ମୁଣ୍ଡ ଉଠାଇ ଆଗେଇ ଚାଲିଛନ୍ତି ସେମାନେ । ଆଉ ପ୍ରମାଣ କରି ମଧ୍ୟ ଦେଖାଇଛନ୍ତି ଯେ ସେମାନେ ମଧ୍ୟ କାହାଠାରୁ କମ ନୁହନ୍ତି । ଏମିତି ଜଣେ ମହିଳାଙ୍କ କଥା ଆମେ କହୁଛୁ ଯିଏ ନିଜ ପରିଚୟ ଖୋଜୁ ଖୋଜୁ ଅନ୍ୟ ପାଇଁ ପାଲଟି ଯାଇଛନ୍ତି ପ୍ରେରଣା । ରାଜଧାନୀର ରାଜରାସ୍ତାରେ ସମାଲୋଚନାକୁ ଖାତିର ନକରି ସସମ୍ମାନର ସହ ଅଟୋ ଚଳାଉଛନ୍ତି କେନ୍ଦୁଝରର ଝିଅ ସନ୍ତୋଷିନୀ । ପାରିବାରିକ ନିର୍ଯ୍ୟାତନାଙ୍କୁ ସହ୍ୟ କରିନପାରି ସେ ନିଜ ପାଇଁ ବାଛିନେଇଛନ୍ତି ଏ ବାଟ।
undefined

ସମାଲୋଚନା, କଟୁକଥା, ଟାହିଟାପରା ଓ ଅଶ୍ଳୀଳ ଇଙ୍ଗିତକୁ ତାଙ୍କର ବେଖାତିର । ବଞ୍ଚିବା ପାଇଁ ଚାଲିଛି ସ୍ବାଭିମାନର ଲଢେଇ । ଆଉ ନିଜ ସଂଘର୍ଷ ବଳରେ ନିଜ ଗୋଡରେ ଛିଡା ହୋଇପାରିଛନ୍ତି କେନ୍ଦୁଝରର ସନ୍ତୋଷିନୀ । ପ୍ରଥମେ କେନ୍ଦୁଝର ଓ ପରେ ରାଜଧାନୀର ରାଜରାସ୍ତାରେ ଚଲାଉଛନ୍ତି ଅଟୋ । ଲକ୍ଷ୍ୟ ମାତ୍ର ଗୋଟିଏ । ନିଜ ଓ ନିଜ ଝିଅ ପାଇଁ ସମାଜରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ।

2011ରେ ସନ୍ତୋଷିନୀ ବିବାହ କରି ଚାଲିଯାଇଥିଲେ ଦିଲ୍ଲୀ । ହେଲେ ସ୍ବାମୀଙ୍କ ନିର୍ଯାତନା ସହ୍ୟ କରିନପାରି ପୁଣି ଚାଲିଆସିଥିଲେ ଓଡ଼ିଶାକୁ । ଆଉ ଏଇଠୁ ଆରମ୍ଭ ହୋଇଥିଲା ଜୀବନ ସହ ଲଢେଇ । ପ୍ରଥମେ କେନ୍ଦୁଝରରେ ଅଟୋ ଚଳାଇ ଗୁଜୁରାଣ ମେଣ୍ଟାଉଥିବା ବେଳେ ଝିଅର ଭବିଷ୍ୟତ ପାଇଁ ଚାଲିଆସିଲେ ଭୁବନେଶ୍ବରକୁ । ହେଲେ ପ୍ରଥମେ ପ୍ରଥମେ ତାଙ୍କୁ ସାମ୍ନା କରିବାକୁ ପଡେ ନାନା ଅସୁବିଧା । କିନ୍ତୁ ସମସ୍ତ ବାଧାବିଘ୍ନକୁ ଏଡାଇ ସେ ଆଜି ସ୍ବାବଲମ୍ବୀ । ଅଟୋ ଚଳାଇ ସେ ନିଜର ଗୁଜୁରାଣ ମେଣ୍ଟାନ୍ତି ନାହିଁ ବରଂ ଦୂର ସମ୍ପର୍କୀୟ ରୋଗୀଙ୍କୁ ପାଖରେ ରଖି ତାଙ୍କ ଚିକିତ୍ସାରେ ମଧ୍ୟ ସହାୟତା କରୁଛନ୍ତି ।

ତେବେ ସଂଘର୍ଷମୟ ଦୁନିଆରେ ସରଳ ଜୀବନ ବିତାଉଥିବା ସନ୍ତୋଷିନୀ ଅନ୍ୟ ମାନଙ୍କ ପାଇଁ ଅନନ୍ୟ ଉଦାହରଣ ପାରଲଟିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.