ETV Bharat / state

ଧାରଣା ସ୍ଥଳରେ ହନ୍ତସନ୍ତ ଆନ୍ଦୋଳନକାରୀ, ନା ଅଛି ପାନୀୟ ଜଳ ନା ଇ-ଟଏଲେଟ୍ ସୁବିଧା - ମୌଳିକ ସୁବିଧା

ଧାରଣା ସ୍ଥଳରେ ଆନ୍ଦୋଳନକାରୀଙ୍କ ପାଇଁ ନାହିଁ ମୌଳିକ ସୁବିଧା । ରେଳଷ୍ଟେସନ ବସଷ୍ଟାଣ୍ଡ ଉପରେ କରୁଛନ୍ତି ନିର୍ଭର । ଅଧିକ ପଢ଼ନ୍ତୁ

protesters facing problem at dharna sthal demands basic facilities
ଧାରଣା ସ୍ଥଳରେ ମୌଳିକ ସୁବିଧାରୁ ବଞ୍ଚିତ ଆନ୍ଦୋଳନକାରୀ, ନାହିଁ ପାନୀୟ ଜଳ ଓ ଇ- ଟଏଲେଟ୍ ସୁବିଧା
author img

By

Published : Nov 30, 2022, 7:49 AM IST

ଭୁବନେଶ୍ବର: 3 ଦଫା ଦାବିନେଇ ରାଜଧାନୀରେ ଅହୋରାତ୍ର ଧାରଣାରେ ବସିଛନ୍ତି ହଜାର ହଜାର ଶିକ୍ଷକ । ହେଲେ ଧାରଣା ସ୍ଥଳରେ ଶିକ୍ଷକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି । ଧାରଣା ସ୍ଥଳରେ ପାନୀୟ ଜଳର ସୁବିଧା, ଇ-ଟଏଲେଟ୍ ଭଳି ସୁବିଧା ପହଞ୍ଚାଇବାରେ ଅସମର୍ଥ ପ୍ରଶାସନ । ତେଣୁ ଆନ୍ଦୋଳନକାରୀମାନେ ବସଷ୍ଟାଣ୍ଡ ରେଲୱେ ଓ ଆଖପାଖରେ ଥିବା ଶୌଚାଳୟ ଉପରେ ନିର୍ଭର କରୁଛନ୍ତି ।

ଧାରଣା ସ୍ଥଳରେ ମୌଳିକ ସୁବିଧାରୁ ବଞ୍ଚିତ ଆନ୍ଦୋଳନକାରୀ

ଗୋଟିଏ ପଟେ ଆନ୍ଦୋଳନକାରୀଙ୍କ ଦାବି ଅନ୍ୟପଟେ ଲୋକଙ୍କର ମୌଳିକ ସୁବିଧାର ଉତ୍କଟ ଅବ୍ୟବସ୍ଥା । ଅନ୍ୟପଟେ ମହିଳା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଧାରଣା ସ୍ଥଳରେ ଦୈନିକ ପାଖାପାଖି 20ରୁ ଅଧିକ ସଂଗଠନ ନିଜର ଦାବି ନେଇ ଆସିଥାନ୍ତି । ଅନେକ ସଂଗଠନ ମଧ୍ୟ ଅହରାତ୍ର ଧାରଣାରେ ବସିଥାନ୍ତି । ହେଲେ ଧାରଣା ସ୍ଥଳରେ ଆନ୍ଦୋଳନକାରୀଙ୍କ ପାଇଁ ମୌଳିକ ସୁବିଧାର ବ୍ୟବସ୍ଥା ନାହିଁ । ଦୈନିକ ହଜାର ହଜାର ଆନ୍ଦୋଳନକାରୀମାନେ ନିଜର ଦାବି ନେଇ ଆସୁଛନ୍ତି । କିନ୍ତୁ ଧାରଣା ସ୍ଥଳରେ ନାହିଁ କୌଣସି ସୁବିଧା । ଯାହାଫଳରେ ଆନ୍ଦୋଳନକାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହା ମଦ୍ୟ ପଢ଼ନ୍ତୁ: ରାଜରାସ୍ତାରେ ଶିକ୍ଷକ, ଅନ୍ଧାରରେ ପିଲାଙ୍କ ଭବିଷ୍ୟତ !

ରାଜଧାନୀର ଧାରଣା ସ୍ଥଳ କହିଲେ ଗାନ୍ଧିମାର୍ଗ । ମାଷ୍ଟର କ୍ୟାଣ୍ଟିନ ଠାରୁ ଆରମ୍ଭ କରି ବିଧାନସଭା ସମ୍ମୁଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଭିନ୍ନ ସଙ୍ଘର ହଜାର ହଜାର ଆନ୍ଦୋଳନକାରୀ ଆସି ଧାରଣା ଦେଇଥାନ୍ତି । ହେଲେ ଦାବି ପୂରଣ କରିବା ପରିବର୍ତ୍ତେ ଆନ୍ଦୋଳନକାରୀଙ୍କର ଯେଉଁ ମୌଳିକ ସୁବିଧା ରହିଛି ସେଥିରୁ ମଧ୍ୟ ସେମାନେ ବଞ୍ଚିତ ହେଉଛନ୍ତି । ଗାନ୍ଧିମାର୍ଗରେ ଗୋଟିଏ ମାତ୍ର ଶୌଚାଳୟ ରହିଛି । ଯାହା ଅନେକ ସମୟରେ ଭିଡ ମଧ୍ୟ ରହୁଛି । ତେବେ ଏତେ ସଂଖ୍ୟାରେ ଆନ୍ଦୋଳନକାରୀଙ୍କ ପାଇଁ ଗୋଟିଏ ମାତ୍ର ଶୌଚାଳୟ ଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ତେଣୁ ସରକାର ଇ-ଟଏଲେଟ୍ ବ୍ୟବସ୍ଥା କରିବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.