ETV Bharat / state

କ୍ୟାନସର ହସ୍ପିଟାଲ ନିର୍ମାଣକୁ ବିରୋଧ, ଜିଲ୍ଲାପାଳଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ଦାବିପତ୍ର

author img

By

Published : Jul 26, 2021, 5:24 PM IST

ଦୀର୍ଘ ୨୨ ବର୍ଷ ଧରି ସ୍ଥାନୀୟ ବାସିନ୍ଦାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଜମିପଟ୍ଟା ପ୍ରଦାନ କରାଯାଉଥିବା ବେଳେ, ବିନା କୌଣସି ସୂଚନାରେ ଉକ୍ତ ଜମିରେ ହସ୍ପିଟାଲ ନିର୍ମାଣ ପ୍ରତିବାଦରେ ଗ୍ରାମବାସୀଙ୍କ ବିରୋଧ । ଅଧିକ ପଢନ୍ତୁ...

କ୍ୟାନସର ହସ୍ପିଟାଲ ନିର୍ମାଣକୁ ବିରୋଧ, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ସ୍ଥାନୀୟ ବାସିନ୍ଦା

ଖୋର୍ଦ୍ଧା: ବାଗଚି, ଶ୍ରୀ ଶ୍ରୀ କ୍ୟାନସର ହସ୍ପିଟାଲକୁ ବିରୋଧ କଲେ ଗ୍ରାମବାସୀ । ଦୀର୍ଘ 40 ବର୍ଷ ଧରି ଜଟଣୀ ନିର୍ବାଚନ ମଣ୍ଡଳୀ ଅଧିନ ଯାଆଁଳା, ଉପରମୁଣ୍ଡି ମୁହାଁଣ, ହରିପୁର, ଦକ୍ଷିଣମୁଣ୍ଡ ମୁହାଁ, ମେଣ୍ଢାଶାଳ ଆଦି ମୌଜାର ଶତାଧିକ ଭୂମିହୀନ ଗରିବଙ୍କୁ ସରକାର ଇଇଆରପି(ERP) ସ୍କିମରେ ଯୋଗାଇଥିଲେ ଜମି ପଟା । ମାତ୍ର ରାଜ୍ୟ ସରକାର କିଛି ଦିନ ପୂର୍ବେ ଏହି ସ୍ଥାନରେ 750 ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲ ପାଇଁ ଶିଳାନ୍ୟାସ କରିଥିଲେ । ମାତ୍ର ଏଥିରେ ଶତାଧିକ ଲୋକେ ତାଙ୍କର ଜମି ହରାଇବାକୁ ପଡୁଥିବା ନେଇ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି ।

ବିନା କୌଣସି ସୂଚନାରେ ଏହି ହସ୍ପିଟାଲ ପାଇଁ ଜମି ନେଉଥିବା ପ୍ରତିବାଦରେ ଆଜି ( ସୋମବାର) ଉକ୍ତ ଅଞ୍ଚଳର ଶତାଧିକ ଲୋକେ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ନେତୃତ୍ବରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ଗୋଟିଏ ପଟେ ଏହି କ୍ୟାନସର ହସ୍ପିଟାଲକୁ ସ୍ବାଗତ କରିଥିବା ବେଳେ ଗରିବ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ଲୋକେ ଦାବି କରିଛନ୍ତି ।

ଯଦି ସରକାର 1980 ମସିହାରେ ସ୍ଥାନୀୟ ବାସିନ୍ଦାଙ୍କୁ ଜମିପଟା ପ୍ରଦାନ କରିଥିଲେ । ତେବେ ନିଷ୍ପତି ନ ବଦଳାଇଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବ ଏବଂ ତା ସହିତ ଇଞ୍ଚେ ବି ଜମି ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.