ETV Bharat / state

୨୦୨୪ ପାଇଁ ବିଜେପି ଓ ବିଜେଡିର ଆନ୍ଦୋଳନ ରାଜନୀତି ! ପ୍ରଭାବ ପଡ଼ିବନି କହିଲେ ରାଜନୀତି ସମୀକ୍ଷକ

author img

By

Published : Feb 15, 2023, 8:55 PM IST

୨୦୨୪ ନିର୍ବାଚନ ପୂର୍ବରୁ ଆନ୍ଦୋଳନ ରାଜନୀତି ଆରମ୍ଭ କରିଛନ୍ତି ଉଭୟ ବିରୋଧି ବିଜେପି ଓ ଶାସକ ବିଜେଡି । ତେବେ ଏହା ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇବନାହିଁ ବୋଲି କହିଛନ୍ତି ବରିଷ୍ଠ ନେତା ଦାମ ରାଉତ ଓ ରାଜନୀତି ସମୀକ୍ଷକ ରବି ଦାସ । ଅଧିକ ପଢ଼ନ୍ତୁ

ବିଜେପି ଓ ବିଜେଡିର ଆନ୍ଦୋଳନ ରାଜନୀତି
ବିଜେପି ଓ ବିଜେଡିର ଆନ୍ଦୋଳନ ରାଜନୀତି

ବିଜେପି ଓ ବିଜେଡିର ଆନ୍ଦୋଳନ ରାଜନୀତି

ଭୁବନେଶ୍ବର: ପାଖେଇଲାଣି ୨୦୨୪ ନିର୍ବାଚନ । ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିରୋଧି ବିଜେପି ଓ ଶାସକ ବିଜେଡିର ରାଜନୈତିକ ଦଳ ଭିତରେ ବଳ କଷା ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କେଜି ଚାଉଳ କେନ୍ଦ୍ର କାହିଁକି କାଟିଲା ବୋଲି ପ୍ରଶ୍ନ କରି ଆନ୍ଦୋଳନ କରୁଛି ବିଜେଡି । ବିଜେଡିର ଆନ୍ଦୋଳନରେ ସାମିଲ ହୋଇଛନ୍ତି ଦଳର ତୁଙ୍ଗ ନେତା । ସେପଟେ ବିଜେପି ଆଇନ ଶୃଙ୍ଖଳାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି । ନବ ଦାସ ହତ୍ୟାକାଣ୍ଡ ପଛର କାରଣ ଖୋଜି ବାହାର କରିବାକୁ ଦାବି କରିଛି ଦଳ ।

ତେବେ ଉଭୟ ଦଳର ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ସେ କହିଛନ୍ତି, "ଯେତେ ଯାହା କଲେ ବି ଓଡ଼ିଶାରେ ନବୀନଙ୍କ ବିକଳ୍ପ କେହି ନାହାନ୍ତି ।" ବିଜେପିର ନେତା କିଏ ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେଡିର ଆନ୍ଦୋଳନ ଯଥାର୍ଥ ହୋଇଥିବା ବେଳେ ବିଜେପିର ଆନ୍ଦୋଳନ ଲଜ୍ୟାଜନକ ବୋଲି କହିଛନ୍ତି ଦାମ । ଏହାର କୌଣସି ପ୍ରଭାବ ୨୦୨୪ ନିର୍ବାଚନ ଉପରେ ପଡ଼ିବ ନାହିଁ ବୋଲି କହିଛନ୍ତି ବରିଷ୍ଠ ନେତା ଦାମ ରାଉତ ।

ଅନ୍ୟପଟେ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ଯୋଜନାକୁ ଲୋକଙ୍କ ପାଖରେ ନୁହେଁ, କର୍ମୀଙ୍କ ପାଖରେ ପହଞ୍ଚାଇବାକୁ ଉଭୟ ଦଳ ଚେଷ୍ଟା କରୁଛନ୍ତି । ଆଇନ ଶୃଙ୍ଖଳାକୁ ନେଇ ବିଜେପିର ଆନ୍ଦୋଳନ ବିଳମ୍ବ ହୋଇଛି । ଘଟଣା ଘଟିବାର ଦିନକ ପରେ ଝାରସୁଗୁଡ଼ା ବନ୍ଦ ହୋଇପାରିଥାନ୍ତା । କିନ୍ତୁ ଏମିତି କିଛି ହେଲାନି । ଏବେ କ୍ରାଇମବ୍ରାଞ୍ଚ୍ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଜେପି ରାସ୍ତାକୁ ଓହ୍ଲାଇଛି । ଏହାର କୌଣସି ପ୍ରଭାବ ୨୦୨୪ ସାଧାରଣ ନିର୍ବାଚନ ଉପରେ ପଡ଼ିବନି ।" କେବଳ ସେତିକି ନୁହେଁ, ଚାଉଳକୁ ନିର୍ବାଚନୀ ପ୍ରସଙ୍ଗ କରିହେବ ନାହିଁ ବୋଲି ବିଜେଡି ଜାଣିଥିବା କହିଛନ୍ତି ରବି ଦାସ ।

ତେବେ ଏଭଳି ନିର୍ବାଚନ ପ୍ରସ୍ତୁତି ପ୍ରଥମ ନୁହେଁ । ୨୦୧୯ ନିର୍ବାଚନ ପୂର୍ବରୁ ମଧ୍ୟ ବିଜେପି ଜୋରଦାର ଆନ୍ଦୋଳନ କରିଥିଲା । କିନ୍ତୁ ଏହା ଭୋଟରେ ପରିଣତ ହୋଇପାରିନଥିଲା । ଏବେ ୨୦୨୪ ପୂର୍ବରୁ ମଧ୍ୟ ବଡ଼ ପ୍ରସଙ୍ଗ ରହିଛି । ଏହାକୁ ନେଇ ଉଭଯ ବିଜେପି ଓ କଂଗ୍ରେସ ମୈଦାନକୁ ଓହ୍ଲାଇବାକୁ ଯୋଜନା କରିଛନ୍ତି । ତେବେ ଉଭୟ ଦଳ ଏହି ପ୍ରସଙ୍ଗକୁ କେତେ ଦୂର ଭୋଟରେ ପରିଣତ କରିପାରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.