ETV Bharat / state

ସ୍କୁଲରେ ତାଲା ପକାଇ ଆନ୍ଦୋଳନ, ଶିକ୍ଷକ ନିଯୁକ୍ତି ଦାବି ଜୋରଧରିଲା

author img

By

Published : Sep 16, 2022, 10:54 PM IST

ବୋଲଗଡ ବ୍ଲକର କାଉତରା ଗାଁର ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 5ଜଣ ଶିକ୍ଷକ ଓ 5ଜଣ ଅଣ ଶିକ୍ଷକ ପଦବୀ ଦୀର୍ଘ ବର୍ଷ ଧରି ପୂରଣ ହୋଇନଥିବାରୁ ପାଠ ପଢ଼ାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ଏନେଇ ଅଭିଯୋଗ କରି ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସ୍କୁଲରେ ତାଲା ପକାଇବା ସହ ଆନ୍ଦୋଳନ କରିଛନ୍ତି। ଅଧିକ ପଢନ୍ତୁ

ସ୍କୁଲରେ ତାଲା ପକାଇ ଆନ୍ଦୋଳନ, ଶିକ୍ଷକ ନିଯୁକ୍ତି ଦାବି ଜୋରଧରିଲା
ସ୍କୁଲରେ ତାଲା ପକାଇ ଆନ୍ଦୋଳନ, ଶିକ୍ଷକ ନିଯୁକ୍ତି ଦାବି ଜୋରଧରିଲା

ଖୋର୍ଦ୍ଧା: ଶିକ୍ଷକ ଅଭାବ ହେତୁ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏପରି ଏକ ଅଭାବନୀୟ ଘଟଣା ବୋଲଗଡ ବ୍ଲକର କାଉତରା ଗାଁର ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ବିଦ୍ୟାଳୟରେ 5ଜଣ ଶିକ୍ଷକ ଓ 5ଜଣ ଅଣ ଶିକ୍ଷକ ପଦବୀ ଦୀର୍ଘ ବର୍ଷ ଧରି ପୂରଣ ହୋଇନଥିବାରୁ ପାଠ ପଢ଼ାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ବର୍ତ୍ତମାନ ଥିବା ୫ଜଣ ଶିକ୍ଷକଙ୍କ ମଧ୍ୟରୁ ୨ଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଏନେଇ ଅଭିଯୋଗ କରି ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସ୍କୁଲରେ ତାଲା ପକାଇବା ସହ ଆନ୍ଦୋଳନ କରିଛନ୍ତି ।

ସୂଚନା ଅନୁଯାୟୀ, ସଭିଏଁ ପଢନ୍ତୁ ସଭିଏଁ ବଢ଼ନ୍ତୁ ଏହି ନାରା ସମସ୍ତ ସରକାରୀ ସ୍କୁଲ ମାନଙ୍କରେ ଲେଖା ହୋଇଛି । ସରକାରୀ ବାବୁମାନଙ୍କ ଉଦାସୀନତା ପାଇଁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ତାଙ୍କ ହକ ପାଇ ନଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ବିଭିନ୍ନ ଅଞ୍ଚଳର ବିଦ୍ୟାଳୟମାନଙ୍କରେ ଶିକ୍ଷକ ଅଭାବ ଥିବା ଦେଖିବାକୁ ମିଳୁଛି । ଏହି କାରଣ ପାଇଁ ବିଦ୍ୟାଳୟ କମିଟି, ଅଭିଭାବକ, ଛାତ୍ରଛାତ୍ରୀ ଏକାଠି ହୋଇ ସ୍କୁଲରେ ତାଲା ପକାଇବା ସହ ରାସ୍ତା ରୋକ ଆନ୍ଦୋଳନ କରିଛନ୍ତି । ତେବେ ବୋଲଗଡ ବ୍ଲକର କାଉତରା ଗାଁର ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 5ଜଣ ଶିକ୍ଷକ ଓ 5ଜଣ ଅଣ ଶିକ୍ଷକ ପଦବୀ ଦୀର୍ଘ ବର୍ଷ ଧରି ପୂରଣ ହୋଇ ନାହିଁ । ଏନେଇ ପାଠ ପଢ଼ାରେ ଅସୁବିଧା ହେଉଥିବା ଅଭିଯୋଗ କରି ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସ୍କୁଲରେ ତାଲା ପକାଇବା ସହ ସ୍କୁଲ ସମ୍ମୁଖ ଦେଇ ଯାଇଥିବା କାଉତରା ବିଜିପୁର ରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତି ।

ତେବେ ଏହି ସ୍କୁଲରେ 185 ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ଏନେଇ 10ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆବଶ୍ୟକ ରହିଥିବା ବେଳେ 5ଜଣ ଶିକ୍ଷକ ଶିକ୍ଷାଦାନ କରୁଥିଲେ । ତେବେ ପନ୍ଦର ଦିନ ହେଲା ଏହି ସ୍କୁଲରୁ 2 ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । କିନ୍ତୁ ଏହି ସ୍କୁଲରେ ସେହି ଦୁଇ ଶିକ୍ଷକଙ୍କ ସ୍ଥାନରେ ଅନ୍ୟ ଶିକ୍ଷକ ମାନଙ୍କୁ ବର୍ତ୍ତମାନ ସୁଧା ନିଯୁକ୍ତି ଦିଆଯାଇ ନାହିଁ । ଏନେଇ ବିଧାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ସହ ବ୍ଲକ ଶିକ୍ଷା ଅଧିକାରୀ ପାଖରେ ବିଦ୍ୟାଳୟ ପରିଚାଳନା କମିଟି ଅଭିଭାବକ ସଂଘ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ସେଥିପାଇଁ ଆଜି ବିଦ୍ୟାଳୟରେ ତାଲା ପକାଇ ରାସ୍ତା ଅବରୋଧ କରିଛନ୍ତି ଅଭିଭାବକ ଓ ଛାତ୍ର ଛାତ୍ରୀ । ଏନେଇ ସୂଚନା ପାଇ ବୋଲଗଡ଼ ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.