ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଜାଲିଆତି ଅଭିଯୋଗରେ ବ୍ଳକ କାର୍ଯ୍ୟାଳୟ ଘେରାଉ । ବେଗୁନିଆ ବ୍ଲକ ସିକୋ ଗ୍ରାମବାସୀ ଶନିବାର ବ୍ଳକ କାର୍ଯ୍ୟାଳୟ ଘେରାଉ କରି ଧାରଣାରେ ବସିଛନ୍ତି । ସୂଚନା ଅନୁଯାୟୀ ସିକୋ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବା ପୂର୍ବକ ଜିଓ ଟ୍ୟାଗ କରାଯାଇଥିଲା ମାତ୍ର ଏଠାରୁ ବାଦ୍ ପଡିଛନ୍ତି ଯୋଗ୍ୟ ହିତାଧିକାରୀ ।
ସରକାର ବର୍ତ୍ତମାନ ଯେଉଁ ତାଲିକା ପ୍ରସ୍ତୁତ କରିଛନ୍ତି ସେଥିରେ ମଧ୍ୟ ବହୁ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆ ଯାଇଥିବା ଧାରଣାରତ ଜନପ୍ରତିନିଧି ଓ ହିତାଧିକାରୀ ଅଭିଯୋଗ କରିଛନ୍ତି । ବେଗୁନିଆ ବିଡିଓ ଧାରଣାରତ ଲୋକଙ୍କୁ ବୁଝାସୁଝା କରି 7ଦିନ ମଧ୍ୟରେ ପୁନଃ ତଦନ୍ତ କରିବା ପାଇଁ ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ