ଖୋର୍ଦ୍ଧା: ବେଆଇନ ମଦ କାରବାର ବନ୍ଦ କରିବାପାଇଁ ବେଗୁନିଆ ଥାନା ଆଗରେ ଧାରଣା ଦିଆଯାଇଛି । ଏହି ଧାରଣା ଜନ କଲ୍ୟାଣ ପ୍ରତିଷ୍ଠାନ ପକ୍ଷରୁ ଦିଆଯାଇଛି । ଏନେଇ ଏକ ଶୋଭାଯାତ୍ରା ସ୍ଥାନୀୟ ପୋଷ୍ଟ ଅଫିସ ଛକରୁ ବାହାରିଥିଲା ଓ ପରେ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ବେଗୁନିଆ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ତୁରନ୍ତ ସେ ଅଞ୍ଚଳରୁ ନିଶା କାରବାର ବନ୍ଦ କରିବାକୁ ଦାବି କରାଯାଇଛି ।
ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଦେଶୀ ଓ ବିଦେଶୀ ମଦ ଚୋରାରେ ବିକ୍ରି ହେଉଛି । ହେଲେ ପୋଲିସ କି ଅବକାରୀ ବିଭାଗ ବ୍ୟବସାୟୀ ମାନଙ୍କ ଉପରେ ରୋକ ଲଗାଇପାରୁନାହିଁ । ଫଳରେ ପ୍ରତିଦିନ ପାରିବାରିକ ଅଶାନ୍ତି, ମାରପିଟ, ଡକାୟତି ଓ ରାହାଜାନୀ ଵୃଦ୍ଧି ପାଉଥିବା ଆନ୍ଦୋଳନକାରୀ ମାନେ ଜଣାଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ