ETV Bharat / state

ଯୁବକଙ୍କ ମୃତ୍ୟୁକୁ ନେଇ ବେଗୁନିଆ ଥାନା ଘେରାଉ

author img

By

Published : May 25, 2020, 4:14 PM IST

ଯୁବକ ମୃତ୍ୟୁକୁ ନେଇ ଅଭିଯୋଗ ପରେ ବେଗୁନିଆ ଥାନା ଘେରାଉ କଲେ ଗ୍ରାମବାସୀ ।

Khurdha begunia murder case
ଖୋର୍ଦ୍ଧା ବେଗୁନିଆ ଥାନା ଘେରାଉ଼

ଖୋର୍ଦ୍ଧା: ଯୁବକଙ୍କ ମୃତ୍ୟୁକୁ ନେଇ ବେଗୁନିଆ ଥାନା ଘେରାଉ । ବେଗୁନିଆ ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗିଦେବା ବେଗୁନିଆ ଥାନାରେ ଅଭିଯୋଗ ହୋଇଥିଲା । ମୃତ ଯୁବକ ଜଣକ ବେଗୁନିଆର ପ୍ରକାଶ ଶ୍ରୀଚନ୍ଦନ । ଆଜି ମୃତ ପ୍ରକାଶଙ୍କ ମୃତଦେହ ବ୍ୟବଛେଦ ହୋଇ ଆସିବା ପରେ ତାଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ବେଗୁନିଆ ଥାନା ସମ୍ମୁଖରେ ମୃତଦେହ ରଖି ଧାରଣା ଦିଆଯାଇଛି ।

ଖୋର୍ଦ୍ଧା ବେଗୁନିଆ ଥାନା ଘେରାଉ଼

ଗତକାଲି ରାତିରେ ପ୍ରକାଶଙ୍କୁ ତାଙ୍କର ଦୁଇସାଙ୍ଗ ଘରୁ ଡାକିନେଇ ମଦ ପିଆଇ ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସେହିପରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଥାନା ସମୁଖରେ ମୃତଦେହ ରଖି ପ୍ରତିବାଦ କରାଯାଇଛି । ଘଟଣା ସ୍ଥଳରେ ଏସଡିପିଓ ସୁଶୀଲ ମିଶ୍ର ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାବ ପରେ ରାସ୍ତାରୋକ ହଟିଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.