ETV Bharat / state

ମହିଳା ସାମ୍ବାଦିକାଙ୍କୁ ମାଡ଼ ଘଟଣା: ଚାଲିଛି ସାକ୍ଷୀ ଚିହ୍ନଟ ପ୍ରକ୍ରିୟା, କ୍ଷମା ମାଗିଲେ ଟୁଟୁ ନାୟକ

author img

By ETV Bharat Odisha Team

Published : Nov 3, 2023, 10:44 PM IST

ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ଘଟଣା । ସଫେଇ ରଖିଲେ ପ୍ରଯୋଜକ ଟୁଟୁ ନାୟକ । ସେପଟେ ସାମ୍ବାଦିକାଙ୍କୁ ସାଙ୍ଗରେ ଧରି ସାକ୍ଷୀ ଚିହ୍ନଟ କରୁଛି ପୋଲିସ । ଅଧିକ ପଢନ୍ତୁ

ମହିଳା ସାମ୍ବାଦିକାଙ୍କୁ ମାଡ଼ ଘଟଣା
ମହିଳା ସାମ୍ବାଦିକାଙ୍କୁ ମାଡ଼ ଘଟଣା
ମହିଳା ସାମ୍ବାଦିକାଙ୍କୁ ମାଡ଼ ଘଟଣା

ଭୁବନେଶ୍ବର: ସିନେ ରିପୋର୍ଟରଙ୍କୁ ଅସଦାଚରଣ ଘଟଣା । ସଫେଇ ରଖିଲେ ପ୍ରଯୋଜକ ଟୁଟୁ ନାୟକ । ନିଜର ବ୍ୟବହାର ପାଇଁ ପୁଣି ଅଡୁଆରେ ପଡିଛନ୍ତି ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ । ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ କରିବା ନେଇ ଅଭିଯୋଗ ଆସିବା ପରେ ସେ ଆହୁରି ବିବାଦୀୟ ହୋଇପଡିଛନ୍ତି । ଥାନାରେ ଅଭିଯୋଗ ପରେ ଏବେ ପୋଲିସ ମାମଲା ରୁଜୁ କରିଛି । କେସ ନମ୍ବର ୫୫୩ ରେ ଆଇପିସିର ଦଫା ୩୫୪, ୩୨୩,୩୪୧, ୨୯୪ରେ ତଦନ୍ତ ଜାରି ରଖିଛି । ସେପଟେ ପୋଲିସ ମାମଲାକୁ ଗୁରୁତର ସହ ନେଇ ସାମ୍ବାଦିକଙ୍କୁ ସାଙ୍ଗରେ ଧରି ସାକ୍ଷୀ ଚିହ୍ନଟ କରୁଛି।

ହେଲେ ଏହାରି ଭିତରେ ଟୁଟୁ ନିଜର ଭୁଲ ସ୍ବୀକାର କରିଛନ୍ତି । ବିଭିନ୍ନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ପରେ ଏବେ ଟୁଟୁ ହ୍ବାଟସଅପ ଜରିଆରେ ଏକ ସଫେଇ ଚିଠି ଲେଖିଛନ୍ତି । ସେ ଲେଖିଛନ୍ତି, "ଦେବସ୍ମିତା...ତୁମେ ମୋର ଝିଅ ବୟସର ହେବ, ତୁମେ ମୋତେ ବହୁତ ଦିନରୁ ଜାଣିଛ । ମୁଁ ତୁମକୁ ସବୁ ମିଡ଼ିଆ ଭାଇ ଭଉଣୀଙ୍କ ପରି ମୋ ପରିବାରର ସଦସ୍ୟ ଭାବେ ଏବଂ ସେଭଳି ବ୍ୟବହାର ବି କରେ । ଆଜି ମୁଁ ସ୍ଵାତୀ ସିନେମା ହଲରୁ ମହାରାଜା ସିନେମା ହଲକୁ ଆଉ ଗୋଟେ ପ୍ରିମିୟର ସୋକୁ ଗଲାବେଳେ ତୁମେ ମେନ ଗେଟ ମଝିରେ ଠିଆ ହୋଇଥିଲ । ମୁଁ ତୁମକୁ ଡ଼ାକିଥିଲି କିନ୍ତୁ ବାଜା ବାଜୁଥିବାରୁ ତୁମକୁ ଶୁଭି ନ ଥିଲା । ତେଣୁ ମୁଁ ତୁମ ପିଠି ଥାପୁଡ଼େଇ ତୁମକୁ ସାଇଡ କରିଥିଲି ଏବଂ ତୁମ ହାତରୁ ବୁମ ଖସିପଡ଼ିଥିଲା । ମୁଁ ଉଠେଇଲା ବେଳକୁ ଆମ ମିଡ଼ିଆ ଭାଇମାନେ ଉଠେଇକି ଦେଇଦେଇଥିଲେ, ଏବଂ ମୁଁ ସ୍ନେହରେ ତୁମ ଗାଲକୁ ଥାପୁଡ଼େଇ କହିଥିଲି ତୁ ଖାଇନୁ କିରେ ??? ଆଉ ତୁମେ ହସିକି କହିଥିଲ ହଁ ଭାଇ ମୁଁ ଖାଇଛି ।"

ଏହା ବି ପଢନ୍ତୁ...ମହିଳା ସାମ୍ବାଦିକାଙ୍କୁ ମାଡ଼ ଘଟଣା, ଟୁଟୁଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଦାବି କଲେ ସାମ୍ବାଦିକ

ସେ ଆହୁରି ମଧ୍ୟ ଲେଖିଛନ୍ତି, ତାପରେ ମୁଁ ମହାରାଜା ସିନେମା ହଲକୁ ଚାଲି ଯାଇଥିଲି। କିଛି ସମୟ ପରେ ମିଡ଼ିଆ ସୂତ୍ରରୁ ଜାଣିବାକୁ ପାଇଲି ଯେ ଏ ଘଟଣା ଯୋଗୁଁ ତୁମ ମନକୁ ବହୁତ ଆଘାତ ଲାଗିଛି । ଏହା ଜାଣିବା ପରେ ମୁଁ ତୁମ ମୋବାଇଲକୁ ୪-୫ ଥର କଲ ମଧ୍ୟ କରିଥିଲି । ତୁମକୁ Sorry କହିବା ପାଇଁ କିନ୍ତୁ ତୁମେ ଫୋନ ଉଠେଇପାରି ନଥିଲ । ତେଣୁ ଏ ମେସେଜ ଜରିଆରେ ତୁମକୁ ଜଣାଇବାକୁ ଚାହୁଁଛି ଯେ ଯଦି ମୋ ଯୋଗୁଁ ତୁମ ମନରେ ଆଘାତ ଲାଗିଛି ତାହେଲେ ମୁଁ ତୁମକୁ ଭୁଲ ମାଗୁଛି । ତୁମର ମଙ୍ଗଳ କାମନା କରି ରହିଲି । ତୁମର ଟୁଟୁ ଭାଇ..."ଏମିତି କିଛି ଲେଖି ନିଜର ଭୁଲ ସ୍ବୀକାର କରିଛନ୍ତି ପ୍ରଯୋଜକ ଟୁଟୁ ନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.