ETV Bharat / state

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ବେସରକାରୀ ଅଧ୍ୟାପକ - ମନ୍ତ୍ରୀଙ୍କ ବାସଭବନ ଘେରିଲେ ବେସରକାରୀ ଅଧ୍ୟାପକ

୨୨୪ ଦିନରେ ପହଞ୍ଚିଲା ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଧାରଣା । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ବେସରକାରୀ ଅଧ୍ୟାପକ । ଅଧିକ ପଢନ୍ତୁ

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ବେସରକାରୀ ଅଧ୍ୟାପକ

author img

By

Published : Nov 27, 2022, 11:03 AM IST

ଭୁବନେଶ୍ବର: ରାଜଧାନୀରେ ଜାରି ରହିଛି ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଧାରଣା । ୮ ଦଫା ଦାବି ନେଇ ଅଧ୍ୟାପକ ଓ କର୍ମଚାରୀମାନେ ଲୋୟର ପିଏମଜିରେ ଦୀର୍ଘ ୭ ମାସ ହେଲା ଅହୋରାତ୍ର ଧାରଣାରେ ବସିଛନ୍ତି । ଦାବି ପୂରଣ ନହେବାରୁ ଶେଷରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ବାସଭବନ ଘେରାଉ କଲେ ସଂଘର ସଦସ୍ୟ ।

ମିଳିଥିବା ସୂଚନା ଅନୁଯାୟୀ, ୨୦୦୮ ମସିହା ପରବର୍ତ୍ତୀ ସମୟରୁ ଏପର୍ଯ୍ୟନ୍ତ GOVT ଏଡେଡ ଅଧ୍ୟାପକ(govt aided teachers)ମାନଙ୍କ ପାଇଁ କୌଣସି ସୁବିଧା କରାଯାଉନାହିଁ । ଯାହାକୁ ନେଇ ଧାରଣାରେ ବସି ରହିଛନ୍ତି ଅଧ୍ୟାପକ କର୍ମଚାରୀ ସଂଘର ସଦସ୍ୟ । ସରକାରଙ୍କ ନିକଟରେ ଅନେକ ଥର ଏନେଇ ଦାବି ଉପସ୍ଥାପନା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଯାହାକୁ ନେଇ ସୋମବାର ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ସଭାପତି ବିଶ୍ବରଞ୍ଜନ ଦାସଙ୍କ ନେତୃତ୍ବରେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରାଯାଇଥିଲା । ଶେଷରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବେସରକାରୀ ଅଧ୍ୟାପକ କର୍ମଚାରୀ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ଯଦି ଏହି ଆଲୋଚନାରେ କିଛି ସୁଫଳ ନ ମିଳେ, ତାହା ହେଲେ ଆଗାମୀ ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଘୋଷଣା କରାଯିବ ବୋଲି ସଂଘ ପକ୍ଷରୁ ଚେତାବନି ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ- ଦରମା ସମସ୍ୟା ନେଇ ରାଜରାସ୍ତାରେ ଗର୍ଜିଲା ବେସରକାରୀ ଶିକ୍ଷକ ସଙ୍ଘ, ପୋଲିସ ସହ ଧସ୍ତାଧସ୍ତି

ନଭେମ୍ବର ୨୫ ତାରିଖ ଦିନ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ତରଫରୁ ରାଜଧାନୀରେ ଏକ ରାଲି କରାଯାଇଥିଲା । ଫଳରେ ଧାରଣାସ୍ଥଳରେ ପୋଲିସ ଓ ବେସରକାରୀ ଶିକ୍ଷକ ସଂଘର ସଦସ୍ୟ ଧସ୍ତାଧସ୍ତି ହୋଇଥିଲେ । ସଂଘର କିଛି ସଦସ୍ୟା ବ୍ୟାରିକେଡ୍‌ ଡେଇଁବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.