ETV Bharat / state

ମୃତଦେହ ହସ୍ତାନ୍ତରରେ ହସ୍ପିଟାଲର ସାଂଘାତିକ ତ୍ରୁଟି, ମୃତ ଘୋଷଣା ବ୍ୟକ୍ତି ଏବେ ଜୀବିତ - Dillip Samantaray

Private hospital explosion tragedy: ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ମୃତଦେହ ହସ୍ତାନ୍ତରରେ ସାଂଘାତିକ ତ୍ରୁଟି । ମୃତଦେହ ଚିହ୍ନଟରେ ହସ୍ପିଟାଲର ଚରମ ଅବହେଳା । ଦିଲ୍ଲୀପଙ୍କ ନୁହେଁ ବରଂ ଜ୍ୟୋତି ରଞ୍ଜନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଦିଲ୍ଲୀପଙ୍କ ମୃତ୍ୟୁ ଖବର ଶୁଣି ନିଜ ଜୀବନ ହାରିଥିଲେ ତାଙ୍କ ପତ୍ନୀ । ଅଧିକ ପଢନ୍ତୁ

ଜୀବିତକୁ କରିଥିଲା ମୃତ ଘୋଷଣା
ଜୀବିତକୁ କରିଥିଲା ମୃତ ଘୋଷଣା
author img

By ETV Bharat Odisha Team

Published : Jan 5, 2024, 11:06 AM IST

Updated : Jan 5, 2024, 2:39 PM IST

ମୃତଦେହ ହସ୍ତାନ୍ତରରେ ହସ୍ପିଟାଲର ସାଂଘାତିକ ତ୍ରୁଟି

ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ବାରା ବିସ୍ଫୋରଣରେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିଚୟ ଭୁଲ ଦେଇଥିବା ଜଣାପଡିଛି । ଜୀବିତ ବ୍ୟକ୍ତିଙ୍କୁ ମୃତ ଘୋଷଣା କରି ଏବେ ଅଡୁଆରେ ହସ୍ପିଟାଲ କର୍ତ୍ତୃୃପକ୍ଷ । ହସ୍ପିଟାଲ ପକ୍ଷରୁ ମୃତ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ସ୍ଥାନରେ ଦିଲ୍ଲୀପ ସାମନ୍ତରାୟଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା । ଦିଲ୍ଲୀପଙ୍କ ମୃତ୍ୟୁ ଖବର ଶୁଣିବାର ଗୋଟିଏ ଦିନ ପରେ ତାଙ୍କ ପତ୍ନୀ ଜୀବନ ହାରି ଦେଇଥିଲେ ।

ଶୁକ୍ରବାର ଦିନ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ବିସ୍ଫୋରଣ ଘଟଣାକୁ ନେଇ ଏବେ ଅଡ଼ୁଆରେ ହସ୍ପିଟାଲ କର୍ତ୍ତୃପକ୍ଷ । ବିସ୍ଫୋରଣରେ 4 ଜଣ ଆହତ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଗତ 31 ତାରିଖରେ ଦିଲ୍ଲୀପ ସାମନ୍ତରାୟଙ୍କର ମୃତ୍ୟୁ ହୋଇଥିବା, ଘୋଷଣା କରିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପତ୍ନୀ ଜୀବନ ହାରି ଦେଇଥିଲେ । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।

କିନ୍ତୁ ବର୍ତ୍ତମାନ ଦିଲ୍ଲୀପ ଜୀବିତ ଥିବା ଜଣାପଡିଛି । ଭେଣ୍ଟିଲେଟରରୁ ବାହାରି ନିଜ ପରିଚୟ ଦେଇଛନ୍ତି ଦିଲ୍ଲୀପ । ଯାହାପରେ କର୍ତ୍ତୃପକ୍ଷଙ୍କ ମୃତଦେହ ଚିହ୍ନଟରେ ଚରମ ଅବହେଳା ଘଟଣା ସାମ୍ନାକୁ ଆସିଛି । ଏବେ ଦିଲ୍ଲୀପ ବଞ୍ଚିବା କହିବା ପରେ ପ୍ରଥମ ମୃତ ବ୍ୟକ୍ତି ଜଣକ ଜ୍ୟୋତିରଞ୍ଜନ ମଲ୍ଲିକ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ.. ହସ୍ପିଟାଲ ବିସ୍ଫୋରଣରେ ସ୍ବାମୀ ହରାଇଥିଲେ, ବିଚ୍ଛେଦ ସହିନପାରି ପତ୍ନୀଙ୍କ ଆତ୍ମହତ୍ୟା

ସୂଚନାଯୋଗ୍ୟ, ଗତ 29 ତାରିଖରେ‌ ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ‌ ଏସି କମ୍ପ୍ରେସର ଫାଟି ବିସ୍ଫୋରଣ ହୋଇଥିଲା । ଏଥିରେ ଚାରିଜଣ ଆହତ ହୋଇ ସେହି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ସେ ସମୟରେ ସେମାନଙ୍କର ପରିଚୟକୁ ଗୋପନ ରଖାଯାଇଥିଲା । ତେବେ ଗତ 31 ତାରିଖରେ ଟିକିତ୍ସାଧିନ ଅବସ୍ଥାରେ ଦିଲ୍ଲୀପ ସାମନ୍ତରାୟଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲା ହସ୍ପିଟାଲ । ପରେ ଗତ ସୋମବାର‌ ଅର୍ଥାତ 1 ତାରିଖରେ ତାଙ୍କର‌ ପତ୍ନୀ ସୋମ୍ୟାଶ୍ରୀ ଜେନା ସ୍ବାମୀଙ୍କର ମୃତ୍ୟୁ ଖବରକୁ ସହିନପାରି ନିଜ ଜୀବନ ହାରି ଦେଇଥିଲେ । ଫଳରେ ତାଙ୍କର ପରିବାରରେ ଶୋକର ପରିବେଶ ସୃଷ୍ଟି ହୋଇଥିଲା ।

ପରେ ଶ୍ରୀତମ ସାହୁଙ୍କର ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ଗୁରୁବାର ଚିକିତ୍ସା ବେଳେ ଜଣାପଡ଼ିଲା ଯେ ଦିଲ୍ଲୀପ ବଞ୍ଚିଛନ୍ତି । ଜ୍ୟୋତି ରଞ୍ଜନଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀପଙ୍କ ନାଁରେ ତାଙ୍କର ଚିକିତ୍ସା ଚାଲୁଥିଲା । ଏଭଳି ଘଟଣାକୁ ନେଇ ସବୁଠି ଆଲୋଡନ ସୃଷ୍ଟି ହୋଇଛି ।

ଅନ୍ୟପଟେ ଏହି ମାମଲାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟିକରଣ ରଖାଯାଇଛି । ବିସ୍ଫୋରଣ ଯୋଗୁ ଆହତଙ୍କ ଅଧିକାଂଶ ଶରୀର ପୋଡିଯାଇଥିବା ବେଳେ ସେମାନଙ୍କୁ ଚିହ୍ନିବା ସମ୍ଭବ ନଥିଲା ବୋଲି କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 5, 2024, 2:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.