ETV Bharat / state

ପୁଣି ଗର୍ଜିଲା ବନ୍ଧୁକ ! ଯୁବତୀଙ୍କୁ ଗୁଳିକରି ଟଙ୍କା ଲୁଟ

author img

By

Published : Mar 17, 2022, 5:36 PM IST

ଯୁବତୀଙ୍କ ଗୋଡ଼କୁ ଗୁଳି ମାରି ଟଙ୍କା ଲୁଟ । ବେଗୁନିଆ ଥାନା ଅନ୍ତର୍ଗତ ଧନଘରନୂଆଗାଁ ନିକଟରେ ଘଟଛି ଘଟଣା । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଧିକ ପଢନ୍ତୁ

ଘରୋଇ ଫାଇନାନ୍ସ ସଂସ୍ଥାର ଯୁବତୀଙ୍କୁ ଗୁଳିକରି ଟଙ୍କା ଲୂଟ

ଖୋର୍ଦ୍ଧା: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ଅପରାଧ । ଏପଟେ ପୁଣି ଜଣେ ଘରୋଇ ଫାଇନାନ୍ସ ମହିଳା କର୍ମଚାରୀଙ୍କୁ ଗୁଳି କରି ଟଙ୍କା ଲୁଟ । ଏମିତି ଏକ ଲୁଟ ଘଟଣା ଘଟିଛି ବେଗୁନିଆ ଅଞ୍ଚଳରେ । ତେବେ ବେଗୁନିଆ ଥାନା ଅନ୍ତର୍ଗତ ଧନଘରନୂଆଗାଁ ନିକଟରେ ଯୁବତୀ ଘରୋଇ ଫାଇନାନ୍ସ କର୍ମଚାରୀ ଟଙ୍କା ଆଦାୟକରି ଫେରୁଥିବା ବେଳେ ଦୁଇ ଦୁର୍ବୃତ୍ତ ମଟର ସାଇକେଲରେ ଆସି, ଯୁବତୀଙ୍କ ଗୋଡ଼କୁ ଗୁଳି ମାରି ଟଙ୍କା ଲୁଟିନେଇଥିବା ଜଣାପଡିଛି । ଦୁର୍ବୃତ୍ତ ଯୁବତୀଙ୍କ ଠାରୁ 58,930ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି ।

ସୂଚନାନୁସାରେ ଯୁବତୀ ଜଣକ ନାମ ରଞ୍ଜିତା ଖଟୁଆ । ମଧୁରା ଫାଇନାନ୍ସ କମ୍ପାନୀର ସେ କର୍ମଚାରୀ । ଟଙ୍କା ଆଦାୟକରି ଫେରୁଥିବା ବେଳେ ଏ ଘଟଣା ଘଟିଥିଲା । ତେବେ ଘଟଣା ସ୍ଥଳରେ ବେଗୁନିଆ ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଦୁର୍ବୃତ୍ତ ମାନେ ଯୁବତୀ ଠାରୁ 58,930ଟଙ୍କା ଲୁଟିନେଇଛନ୍ତି। ତେବେ ପୋଲିସ ଏହାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.