ETV Bharat / state

ବିଧାନସଭା ଘେରାଉ କଲା ଘରୋଇ ବସ ମାଲିକ ସଂଘ, 'ଲକ୍ଷ୍ମୀ ବସ' ଓ 'ମୋ ବସ'ଯୋଜନା ପ୍ରତ୍ୟାହାର ଦାବି - protest in bhubaneswar

'ଲକ୍ଷ୍ମୀ ବସ' ଯୋଜନାକୁ ପ୍ରତ୍ୟାହାର ଦାବିରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ପକ୍ଷରୁ ବିଧାନସଭା ଘେରାଉ କରାଯାଇଛି । ଲୋୟର ପିଏମଜିରେ ଧାରଣା ଓ ପ୍ରତିବାଦ କରି ଗର୍ଜିଛନ୍ତି ସଂଘର ସଦସ୍ୟ । ଅଧିକ ପଢନ୍ତୁ

private bus owners stage demonstration
ଘରୋଇ ବସ ମାଲିକ ସଙ୍ଘର ଆନ୍ଦୋଳନ
author img

By ETV Bharat Odisha Team

Published : Nov 22, 2023, 10:11 PM IST

ଘରୋଇ ବସ ମାଲିକ ସଙ୍ଘର ଆନ୍ଦୋଳନ

ଭୁବନେଶ୍ବର: ପୁଣି ମୁଣ୍ଡ ଟେକିଲା ଘରୋଇ ବସ ମାଲିକ ସଙ୍ଘର ଆନ୍ଦୋଳନ । 'ଲକ୍ଷ୍ମୀ ବସ' ଯୋଜନାକୁ ପ୍ରତ୍ୟାହାର ଦାବିରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ପକ୍ଷରୁ ବିଧାନସଭା ଘେରାଉ କରାଯାଇଛି । ରାଜ୍ୟରେ ଗମନାଗମନର ସୁବିଧା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ଲକ୍ଷ୍ମୀ ଯୋଜନା ଏବଂ 'ମୋ ବସ'କୁ ବିରୋଧ କରି ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ଧାରଣା ଦେଇଛି । ସେହିପରି ସରକାରୀ ଓ ଘରୋଇ ବସ ଭଡା ସମାନ କରିବା ସହ ଘରୋଇ ବସ ମାଲିକଙ୍କ କ୍ଷତିପୂରଣ ଦାବି କରିଛି ସଙ୍ଘ ।

'ଲକ୍ଷ୍ମୀ ବସ' ଓ 'ମୋ ବସ' ସେବା ବିରୋଧରେ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘର ଧାରଣା ଦେଇଥିବା ଦେଖିବାକୁ ମିଳିଛି । 'ଲକ୍ଷ୍ମୀ ବସ'କୁ ବ୍ଲକରୁ ଜିଲ୍ଲା ସଦରମହକୁମା ସଂଯୋଗକୁ ବିରୋଧ କରାଯାଉଛି । ଏନେଇ ସଂଘର ସାଧାରଣ ପରିଷଦର ନିଷ୍ପତ୍ତି ପରେ ଆଜି ଧାରଣା ଦେଇ ପ୍ରତିବାଦ କରାଯାଇଛି । ବିଧାନସଭା ସମ୍ମୁଖ ଲୋୟର ପିଏମଜିରେ ଧାରଣା ଓ ପ୍ରତିବାଦ କରି ଗର୍ଜିଛନ୍ତି ସଂଘର ସଦସ୍ୟ । ତେବେ ସଂଘର ମୁଖ୍ୟ ଅଭିଯୋଗ ହେଉଛି, "ମୋ ବସ ଓ ଲକ୍ଷ୍ମୀ ବସ ସେବା ଦ୍ୱାରା ଘରୋଇ ବସ ମାଲିକ ହଇରାଣ ହେଉଛନ୍ତି । ଅଳ୍ପ ଭଡାରେ ସରକାରୀ ବସ ଚଳପ୍ରଚଳ ହେତୁ କ୍ଷତି ସହୁଛନ୍ତି ଘରୋଇ ବସ ମାଲିକ । ଏନେଇ ଆଗାମୀ ଦିନରେ ପୁଣି ଥରେ ଧର୍ମଘଟକୁ ଓହ୍ଲାଇବା ନେଇ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହା ବି ପଢନ୍ତୁ...Bus strike: ୮ ତାରିଖ ଯାଏଁ ସ୍ଥଗିତ ରହିଲା ଧର୍ମଘଟ

ଏହା ବି ପଢନ୍ତୁ...ଘରୋଇ ବସ ମାଲିକ ସଂଘକୁ ଭାଗ ଭାଗ କରିବେ ରାଜ୍ୟ ସରକାର: ବିଜେପି

ଏହା ବି ପଢନ୍ତୁ...Bus strike in Odisha: ଆସନ୍ତା 31 ଯାଏଁ ଧର୍ମଘଟ ସ୍ଥଗିତ, ରାତିରୁ ଗଡିବ ବସ

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁ ଗହଳିରେ ସାଧାରଣ ଲୋକଙ୍କ ଗମନାଗମନ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ମାଲକାନଗିରିରେ 'ଲକ୍ଷ୍ମୀ ବସ' ସେବା ଆରମ୍ଭ କରିଛନ୍ତି । ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ପହଞ୍ଚାଇବା ଲକ୍ଷ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିବାବେଳେ ଏହାକୁ ବସ ମାଲିକ ସଂଘ ବିରୋଧ କରୁଥିବା ଦେଖିବାକୁ ମିଳିଛି । ଏପରିକି ଦୁର୍ଗାପୂଜା ପୂର୍ବରୁ ବସ ମାଲିକ ସଙ୍ଘ ଚକା ବନ୍ଦ ଡାକରା ଦେଇଥିଲା। ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ସଙ୍ଘ ଆଲୋଚନା କରିବା ପରେ ବନ୍ଦ ଡାକରା ପ୍ରତ୍ୟାହାର ହୋଇଥିଲା।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.