ଖୋର୍ଦ୍ଧା: ମହାନତା ଦେଖାଇଛନ୍ତି ଶିକ୍ଷକ ସଙ୍ଘ । ବିପଦରେ ସମୟରେ ବଢାଇଛନ୍ତି ସହାୟତାର ହାତ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିଛନ୍ତି ଆର୍ଥିକ ସହାୟତା । ଏପରି ମହାନ କାମ କରିଛନ୍ତି ଜିଲ୍ଲାର ବେଗୁନିଆ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଙ୍ଘ । ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ଏହି ସହାୟତା ଦେଇଛନ୍ତି । ନିଜର ଗୋଟିଏ ଦିନର ବେତନ 4 ଲକ୍ଷ 74 ହଜାର 763 ଟଙ୍କାର ଏକ ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିଛନ୍ତି ।
ପ୍ରକାଶ ଥାଉ କି, କୋଭିଡ 19ର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଭରପୂର ପ୍ରୟାସ ଜାରି ରଖିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏହି ପରିପ୍ରେକ୍ଷୀରେ ବେଗୁନିଆ ବ୍ଲକର ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ