ETV Bharat / state

ଭକ୍ତି ଓ କ୍ରାନ୍ତିର ସଙ୍ଗମ ସ୍ଥଳ ଓଡିଶା: ରାଷ୍ଟ୍ରପତି - kovind

ଖୋର୍ଦ୍ଧା ବରୁଣେଇ ପାଦଦେଶରୁ ରାଷ୍ଟ୍ରପତି କୋବିନ୍ଦଙ୍କ ଉଦବୋଧନ । ଜୟ ଜଗନ୍ନାଥ କହି ଓଡ଼ିଆରେ ସେ ଆରମ୍ଭ କରିଥିଲେ ତାଙ୍କର ଅଭିଭାଷଣ । ଅଧିକ ପଢନ୍ତୁ...

president kovind, barunei hill
ଭକ୍ତି ଓ କ୍ରାନ୍ତିର ସଙ୍ଗମ ସ୍ଥଳ ଓଡିଶା
author img

By

Published : Dec 8, 2019, 3:27 PM IST

ଖୋର୍ଦ୍ଧା: ବୀର ପାଇକଙ୍କର ବହୁଦିନର ଦାବି ପୂରଣ ହେଲା । ଆଜି ବରୁଣେଇରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକଙ୍କ ସ୍ମୃତି ରକ୍ଷା ନିମନ୍ତେ ପାଇକ ସ୍ମାରକର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ବରୁଣେଇ ପାଦ ଦେଶରେ ଆୟୋଜିତ ସଭାରେ ରାଷ୍ଟ୍ରପତି ନିଜ ଅଭିଭାଷଣ ଜୟ ଜଗନ୍ନାଥ କହି ଓଡ଼ିଆରେ ଆରମ୍ଭ କରିଥିବା ବେଳେ ଏହି ସ୍ମାରକ ପରବର୍ତ୍ତୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ସାଜିବ ବୋଲି କହିଛନ୍ତି ।

ସେହିପରି ରାଷ୍ଟ୍ରପତି ନିଜ ଅଭିଭାଷଣରେ ଉତ୍କଳ ଜନନୀର ଶକ୍ତି ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିଥିଲା ତାହା ବଖାଣିଥିଲେ । ସେହିପରି ଓଡ଼ିଶାର ମଉଡମଣି ଗୋପବନ୍ଧୁ, ମଧୁବାବୁ ଓ ବିଜୁବାବୁଙ୍କୁ ମନେ ପକେଇ ନୂଆ ଓଡିଶା ନିର୍ମାଣରେ ଥିବା ତାଙ୍କ ଅବଦାନକୁ ପ୍ରଶଂସା କରିଥିଲେ ।

ଭକ୍ତି ଓ କ୍ରାନ୍ତିର ସଙ୍ଗମ ସ୍ଥଳ ଓଡିଶା

ସେହିପରି ଏହି ପାଇକ ସ୍ମାରକ ଦ୍ବାରା ଏଠାକୁ ଆସିବାକୁ ଥିବା ପର୍ଯ୍ୟଟକଙ୍କୁ ପାଇକଙ୍କ ବୀର ଗାଥା ବଖାଣିବ ବୋଲି କହିଛନ୍ତି । ଏହି ପାଇକ ସ୍ମାରକ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଇଣ୍ଡିଆନ ଅଏଲ ସହଭାଗିତାରେ ନିର୍ମାଣ କରାଯିବ । ମହାମହିମ ରାଷ୍ଟ୍ରପତିଙ୍କ ଏହି ଗସ୍ତରେ ରାଷ୍ଟ୍ରପତିଙ୍କ ସହଧର୍ମିଣୀ ସବିତା କୋବିନ୍ଦ,ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ତିନିଜଣ କେନ୍ଦ୍ର ମନ୍ତ୍ରୀ ଏବଂ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଭକ୍ତି ଓ କ୍ରାନ୍ତିର ସଙ୍ଗମ ସ୍ଥଳ ଓଡିଶା : ରାଷ୍ଟ୍ରପତି

Body:ଖୋର୍ଦ୍ଧା : ବୀର ପାଇକ ମାନଙ୍କର ବହୁଦିନର ଦାବୀ ପୂରଣ ହେଲା । ଆଜି ବରୁଣେଇରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ମାନଙ୍କ ସ୍ମୃତି ରକ୍ଷା ନିମନ୍ତେ ପାଇକ ସ୍ମାରକର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଖୋର୍ଦ୍ଧା ବରୁଣେଇ ପାଦ ଦେଶରେ ଆୟୋଜିତ ସଭାରେ ମହାମହିମ ରାଷ୍ଟ୍ରପତି ନିଜ ଅଭିଭାଷଣ ଜୟ ଜଗନ୍ନାଥ କହି ଓଡ଼ିଆରେ ଆରମ୍ଭ କରିଥିବା ବେଳେ ଏହି ସ୍ମାରକ ପରବର୍ତ୍ତୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ସାଜିବ ବୋଲି କହିଛନ୍ତି । ସେହିପରି ରାଷ୍ଟ୍ରପତି ନିଜ ଅଭିଭାଷଣରେ ଉତ୍କଳ ଜନନୀର ଶକ୍ତି ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିଥିଲା ତାହା ବଖାଣିଥିଲେ । ସେହିପରି ଓଡ଼ିଶାର ମଉଡମଣି ଗୋପବନ୍ଧୁ, ମଧୁବାବୁ ଓ ବିଜୁବାବୁଙ୍କୁ ମନେ ପକେଇ ନୂଆ ଓଡିଶା ନିର୍ମାଣରେ ଥୁବା ତାଙ୍କ ଅବଦାନକୁ ପ୍ରଶଂସା କରିଥିଲେ । ସେହିପରି ଏହି ପାଇକ ସ୍ମାରକ ଦ୍ୱାରା ଏଠାକୁ ଆସିବାକୁ ଥିବା ପର୍ଯ୍ୟଟକଙ୍କୁ ପାଇକ ମାନଙ୍କ ବୀର ଗାଥା ବଖାଣିବ ବୋଲି କହିଛନ୍ତି । ଏହି ପାଇକ ସ୍ମାରକ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଇଣ୍ଡିଆନ ଅଏଲ ସହଭାଗିତାରେ ନିର୍ମାଣ କରାଯିବ । ମହାମହିମ ରାଷ୍ଟ୍ରପତିଙ୍କ ଏହି ଗସ୍ତରେ ରାଷ୍ଟ୍ରପତିଙ୍କ ସହଧର୍ମିଣୀ ସବିତା କୋବିନ୍ଦ,ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ତିନିଜଣ କେନ୍ଦ୍ର ମନ୍ତ୍ରୀ ଏବଂ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଉପସ୍ଥିତ ଥିଲେ । Conclusion:ବାଇଟ1- ଅପରାଜିତା ଷଡଙ୍ଗୀ,ସାଂସଦ ଭୁବନେଶ୍ୱର
2-ପୃଥ୍ବୀରାଜ ହରିଚନ୍ଦନ,ବିଜେପି ନେତା
3- ଲେଖାଶ୍ରୀ ସାମନ୍ତସିଂହାର,ବିଜେପି ନେତ୍ରୀ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.