ETV Bharat / state

ପ୍ରୋଟକଲ ଭାଙ୍ଗି ପିଲାଙ୍କ ପାଖକୁ ଆସିଲେ ରାଷ୍ଟ୍ରପତି, ଛାତ୍ରୀଙ୍କଠୁ ନେଲେ ଫଟୋଚିତ୍ର ଉପହାର - ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ଠାରୁ ଉପହାର ନେଲେ ରାଷ୍ଟ୍ରପତି

ପ୍ରୋଟକଲ ଭାଙ୍ଗି ଅଡିଟୋରିୟମ ବାହାରେ ଅପେକ୍ଷା କରିଥିବା ଛାତ୍ରୀମାନଙ୍କ ନିକଟକୁ ଆସିଲେ ରାଷ୍ଟ୍ରପତି । ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ପଞ୍ଚମ ଶ୍ରେଣୀର ଛାତ୍ରୀ ଅଙ୍କିତା ରାଷ୍ଟ୍ରପତିଙ୍କୁ ଏକ ଫଟୋଚିତ୍ର ଉପହାର ଦେଇଛନ୍ତି । ଅଧିକ ପଢ଼ନ୍ତୁ

Droupadi Murmu took gift from 5th class Student
ପ୍ରୋଟକଲ ଭାଙ୍ଗି ପିଲାମାନଙ୍କ ପାଖକୁ ଆସିଲେ ରାଷ୍ଟ୍ରପତି
author img

By

Published : Feb 11, 2023, 7:32 AM IST

Updated : Feb 11, 2023, 9:12 AM IST

Droupadi Murmu took gift from 5th class Student

ଭୁବନେଶ୍ବର: ଅଡିଟୋରିୟମ ବାହାରେ ଅପେକ୍ଷା କରିଥିବା ଛାତ୍ରୀମାନଙ୍କ ନିକଟକୁ ପ୍ରୋଟକଲ ଭାଙ୍ଗି ଆସିଲେ ରାଷ୍ଟ୍ରପତି । ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ପଞ୍ଚମ ଶ୍ରେଣୀର ଛାତ୍ରୀ ଅଙ୍କିତା ରାଷ୍ଟ୍ରପତିଙ୍କୁ ଏକ ଫଟୋଚିତ୍ର ଉପହାର ଦେଇଛନ୍ତି । ତେବେ ରାଷ୍ଟ୍ରପତି ହେବା ପୂର୍ବରୁ ସେ ଯେମିତି ଥିଲେ ବର୍ତ୍ତମାନ ମଧ୍ୟ ସେମିତି ଅଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସାଙ୍ଗ ସୁଚିତ୍ରା ସାମଲ ।

ରାଷ୍ଟ୍ରପତିଙ୍କୁ ଫଟୋଚିତ୍ର ଆଙ୍କି ଉପହାର ଦେଇଛନ୍ତି ପଞ୍ଚମ ଶ୍ରେଣୀ ଛାତ୍ରୀ ଅଙ୍କିତା ଦାସ । ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ଅଙ୍କିତା । କେତେବେଳେ ରାଷ୍ଟ୍ରପତି ସଭା ସାରି ଫେରିବେ ଓ ତାଙ୍କୁ ସେ ନିଜ ହାତରେ ତିଆରି କରିଥିବା ଫଟୋଚିତ୍ରକୁ ରାଷ୍ଟ୍ରପତିଙ୍କୁ ଦେବେ । ତେବେ ଅଙ୍କିତା ଯାହା ଆଶା କରିଥିଲେ ତାହିଁ ହେଲା । ରାଷ୍ଟ୍ରପତି ଯେତେବେଳେ ରମାଦେବୀରୁ ବାହାରୁଥିଲ ଠିକ ସେହି ସମୟରେ ହଠାତ ଗାଡ଼ିରୁ ବାହାରି ରମାଦେବୀ କଲେଜର ଛାତ୍ରୀମାନଙ୍କ ପାଖକୁ ଚାଲିଗଲେ ରାଷ୍ଟ୍ରପତି । ସେଠାରେ ପିଲାଙ୍କ ପାଖରେ ଫଟୋ ଉଠାଇଲେ । ଶେଷରେ ଛାତ୍ରୀ ଅଙ୍କିତାଙ୍କ ଠାରୁ ହାତ ତିଆରି ଫଟୋଚିତ୍ର ମଧ୍ୟ ନେଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଏନେଇ ଛାତ୍ରୀ ଅଙ୍କିତା କହିଛନ୍ତି, "ରାଷ୍ଟ୍ରପତିଙ୍କୁ ପାଖରେ ପାଇ ବହୁତ ଭଲ ଲାଗିଲା । ହାତ ତିଆରି ଫଟୋଚିତ୍ର ମଧ୍ୟ ନେଲେ । ଧନ୍ୟବାଦ ମଧ୍ୟ ଦେଲେ ।" ରମାଦେବୀ କଲେଜର ଛାତ୍ରୀ କହିଛନ୍ତି ଯେ, "ପ୍ରୋଟକଲ ଭାଙ୍ଗି ବାହାରେ ଅପେକ୍ଷା କରିଥିବା ବିଶ୍ଵବିଦ୍ୟାଳୟର ସମସ୍ତ ଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ଗାଡିରୁ ଓହ୍ଲାଇ ଆସିଲେ । ସମସ୍ତଙ୍କ ସହ ହାତ ମିଳାଇଲେ ରାଷ୍ଟ୍ରପତି । ଏହା ଆମ ପାଇଁ ବହୁତ ବଡ଼ ଗର୍ବର କଥା ।" ଅନ୍ୟପଟେ ରାଷ୍ଟ୍ରପତିଙ୍କ ବାନ୍ଧବୀ କହିଛନ୍ତି, "ବହୁତ ଖୁସି ଲାଗୁଛି ଯେ ସେ ରମାଦେବୀ ବିଶ୍ବବିଦ୍ୟାଳୟକୁ ଆସିଲେ । ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ । ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ରକ୍ଷାକରି ଜାନୁଆରୀ ୨୬ରେ ଦିଲ୍ଲୀ ଯାଇଥିଲୁ । ସେହି ସମୟରେ ଦୁଇ ସାଙ୍ଗ ମଧ୍ୟରେ କିଛି ସମୟ ପାଇଁ ଯେଉଁ ଦୁଃଖସୁଖ ହେଲା, ତାହା ବହୁତ ବଡ଼ କଥା । ପୂର୍ବରୁ ସେ ଯେମିତି ଥିଲେ ବର୍ତ୍ତମାନ ମଧ୍ୟ ସେମିତି ଅଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 11, 2023, 9:12 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.