ETV Bharat / state

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଭୁବନେଶ୍ୱର ଓ କଟକରେ ରହିଛି କାର୍ଯକ୍ରମ - ଦୁଇ ଦିନିଆ ଓଡିଶା ଗସ୍ତରେ ଆସିପାରନ୍ତି ରାଷ୍ଟ୍ରପତି

ଆସନ୍ତା 10 ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିପାରନ୍ତି ରାଷ୍ଟ୍ରପତି । ଭୁବନେଶ୍ୱର ଓ କଟକରେ ରହିଛି କାର୍ଯକ୍ରମ। ଅଧିକ ପଢନ୍ତୁ

President droupadi murmu to visit odisha

author img

By

Published : Feb 1, 2023, 3:01 PM IST

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା 10 ତାରିଖରେ ରାଷ୍ଟ୍ରପତି ଓଡିଶା ଆସି ପାରନ୍ତି। ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ରମାଦେବୀ ବିଶ୍ୱବିଦ୍ୟାଳୟର ଦିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିସହ ସେ ଲିଙ୍ଗରାଜ ମନ୍ଦିର ଭ୍ରମଣ ସହ ମୟୂରଭଞ୍ଜ ଗସ୍ତ କରିବେ ବୋଲି ସୂଚନା ମିଳିଛି । ଓଡିଆ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ଦ୍ବିତୀୟ ଓଡିଶା ଗସ୍ତ ହେବ।

ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତରେ ଭୁବନେଶ୍ୱର ଓ କଟକରେ ରହିଛି କାର୍ଯକ୍ରମ । ଭୁବନେଶ୍ୱରରେ ତିନୋଟି ଓ କଟକରେ ୧ଟି କାର୍ଯ୍ୟକ୍ରମରେ ଯୋଗଦେବାର ଖସଡ଼ା ରହିଛି। ଭୁବନେଶ୍ୱରରେ ଉତ୍କଳ ମଣ୍ଡପ ,ରମାଦେବୀ ମହାବିଦ୍ୟାଳୟ ସହ କଟକର ସିଆର ଆର ଆର ଆଇ ଏବଂ ଶେଷରେ ଲିଙ୍ଗରାଜ ମନ୍ଦିର ଦର୍ଶନ କାର୍ଯକ୍ରମ ରହିଛି। ଏନେଇ ଓଡ଼ିଶା ପୋଲିସ ବିଶେଷ କରି କମିଶନରେଟ ପୋଲିସକୁ ଦିଆଯାଇଛି ରିକ୍ୟୁସିଏସନ।

ଫେବୃଆରୀ 10 ତାରିଖରେ ରାଷ୍ଟ୍ରପତି ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଆନ୍ତର୍ଜାତିୟ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସିଧାସଳଖ ରାଜଭବନ ଅଭିମୁଖେ ଗସ୍ତ କରିବେ । ପରେ ରମାଦେବୀ ବିଶ୍ବବିଦ୍ୟାଳୟର କନଭୋକେସନରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ 4 ଟା ରୁ 5 ଟା ମଧ୍ୟରେ ଏହି କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ରାଜଭବନରେ ରାତ୍ରୀଯାପନ କରିବେ। ପର ଦିନ ଅର୍ଥାତ ଫେବ୍ରୁଆରୀ 11 ତାରିଖରେ ରାଷ୍ଟ୍ରପତି ପ୍ରଜ୍ଞାନ ମିଶନ ସହ ଆଉ କିଛି କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଅବସରରେ ରାଜ୍ୟର କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ରାଷ୍ଟ୍ରପତି ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି । ସରକାରୀ ସୁତ୍ରରୁ ଏନେଇ ବିଧିବଦ୍ଧ ଭାବେ କୌଣସି ସୂଚନା ମିଳିନାହିଁ । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ଦ୍ଵିତୀୟ ଓଡ଼ିଶା ଗସ୍ତ ହେବ ।

ରାଷ୍ଟ୍ରପତି ଗସ୍ତ ନେଇ ସୁରକ୍ଷା ଓ ଟ୍ରାଫିକ ନେଇ ଏବେ ଠାରୁ ତୟାରି ଆରମ୍ଭ କରିଛି କମିଶନରେଟ ପୋଲିସ। ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସ୍ବତନ୍ତ୍ର ସୁରକ୍ଷା ପ୍ରୋଟୋକଲ ଆରମ୍ଭ ହୋଇଛି। ବ୍ଲୁ ବୁକ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ପଦକ୍ଷେପ ଗ୍ରହଣ କରାଯାଇଥାଏ । ଗତ ଥର ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ 55 ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.