ETV Bharat / state

ରାଷ୍ଟ୍ରପତିଙ୍କ ଗସ୍ତ ଛାତ୍ରଛାତ୍ରୀଙ୍କୁ ବେଶ ଉତ୍ସାହିତ କରିବ:ଶିକ୍ଷା ମନ୍ତ୍ରୀ

author img

By

Published : Nov 4, 2022, 5:50 PM IST

ଦୁଇଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ରାଷ୍ଟ୍ରପତି ‌ଦ୍ରୌପଦୀ ମୁର୍ମୁ ଆସନ୍ତା 10 ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏନେଇ ବ୍ୟାପକ ପ୍ରସ୍ତୁତି। ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କ ଗସ୍ତ ଛାତ୍ରଛାତ୍ରୀଙ୍କୁ ବେଶ ଉତ୍ସାହିତ କରିବ:ଶିକ୍ଷା ମନ୍ତ୍ରୀ
ରାଷ୍ଟ୍ରପତିଙ୍କ ଗସ୍ତ ଛାତ୍ରଛାତ୍ରୀଙ୍କୁ ବେଶ ଉତ୍ସାହିତ କରିବ:ଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର : ଦୁଇଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ଆସନ୍ତା 10 ତାରିଖରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ପ୍ରଶାସନିକ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରୋଟୋକଲ୍ ଏବଂ କାର୍ଯ୍ୟକ୍ରମ ଆବଶ୍ୟକତା ଅନୁଯାୟୀ ତୃଟିଶୂନ୍ୟ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି ଖଣ୍ଡଗିରିସ୍ଥିତ ତପୋବନ ହାଇସ୍କୁଲ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଅଛି । ପରେ ପରେ ରାଷ୍ଟ୍ରପତି ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦଙ୍କ ଦ୍ବାରା ପ୍ରସ୍ତୁତ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକ ସମୂହ, ବିଜ୍ଞାନ ଓ ବୈଷୟିକ ଜ୍ଞାନ ଭାଷାକୋଷ କମିଶନଙ୍କ ଦ୍ବାରା ପ୍ରସ୍ତୁତ ଓଡ଼ିଆ ବୈଷୟିକ ଭାଷାକୋଷ ଏବଂ ବିବିଧ ଭାରତୀୟ ଭାଷାରେ ଜ୍ଞାନ ପୋର୍ଟାଲ୍ ‘ଇ-କୁମ୍ଭ’ ଉନ୍ମୋଚନ କରିବେ । ଏହାପରେ ଭୁବନେଶ୍ବର ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ପାଲାମ ବିମାନବନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 10 ଓ 11 ତାରିଖ ଦୁଇ ଦିନ ଧରି ଓଡିଶା ଗସ୍ତରେ ଆସୁଛନ୍ତି । ଯାହା ରାଷ୍ଟ୍ରପତି ହେବାର ପ୍ରଥମ ଓଡିଶା ଗସ୍ତ ହେବ । ତେବେ ଗସ୍ତର ପ୍ରଥମ ଦିନ 10 ତାରିଖ ପୂର୍ବାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ପୁରୀ ଅଭିମୁଖେ ଯିବେ । ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ଦର୍ଶନ ସାରି ସିଂହଦ୍ବାର ନିକଟସ୍ଥ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ତା’ପରେ ପୁରୀ ରାଜଭବନକୁ ଯିବେ । ଅପରାହ୍ନରେ ଭୁବନେଶ୍ବର ଆସି ସହରର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ଉତ୍କଳର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ଶ୍ରଦ୍ଧାସୁମନ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପେଟ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି , ମହାମହିମ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ସ୍ଵାଗତ କରୁଛୁ । ଏହା ଓଡିଶା ପାଇଁ ଗର୍ବ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ସେ ଯେଉଁ ସ୍କୁଲ ରେ ପାଠ ପଢୁଥିଲେ ୟୁନିଟ 2 ସ୍କୁଲରେ ପୁରୁଣା ସ୍ମୃତି କୁ ମନେ ପକାଇବା ନେଇ ସେଠାରେ କାର୍ଯ୍ୟକ୍ରମ ରହିଛି । ଏଥିସହ ତପୋବନ ହାଇସ୍କୁଲରେ ମଧ୍ୟ ରହିଛି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ । ଏହି ଦୁଇ ସ୍କୁଲ ଓ ବିଭାଗ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବା ଲାଗି ଉତ୍କଣ୍ଠା ର ସହ ଅପେକ୍ଷା କରାଯାଇଛି । ଏନେଇ ଦୁଇଟି ସ୍କୁଲକୁ ଗସ୍ତ ପିଲାମାନଙ୍କୁ ଉତ୍ସାହିତ କରିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.